ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ

ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ ଶିଶୁପୁତ୍ର ସାଇ ଗୁରୁତର ଅସୁସ୍ଥ ଅଛନ୍ତି। ତାଙ୍କ ବୟସ ୧୪ ମାସ ହୋଇଥିବା ବେଳେ ସେ ଚଲାବୁଲା କରିବା ତ ଦୂରର କଥା, ଉଠାବସା କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ତାଙ୍କ ଶିଶୁପୁତ୍ର ଜନ୍ମ ହେବା ପରେ ତାଙ୍କ ବାପା କର୍ମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଇଥିବା ବେଳେ ଘରକୁ ଆଉ ଫେରି ନାହାନ୍ତି। ଏଭଳି ସ୍ଥିତିରେ ପୂଜା ଶିଶୁପୁତ୍ର ସାଇଙ୍କ ଚିକିତ୍ସା ପାଇଁ ଚିନ୍ତିତ ହୋଇ ପଡ଼ିଛନ୍ତି। ବାପଘରେ ପୁଅ ସହିତ ସେ ଆଶ୍ରୟ ନେଇଛନ୍ତି। କିନ୍ତୁ ପୁଅଙ୍କ ଚିକିତ୍ସା ପାଇଁ ତାଙ୍କୁ ଅର୍ଥ ପ୍ରତିବନ୍ଧକ ସାଜିଛି। ଏ ନେଇ ୭ ତାରିଖ ଗୁରୁବାର ‘୧୪ ମାସ ଶିଶୁର ଚିକିତ୍ସା ଚିନ୍ତା’ ଶୀର୍ଷକ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ ପ୍ରକାଶିତ ଖବରକୁ ବରଗଡ଼ର ସାମାଜିକ କର୍ମୀ ଦୀପା ବାରିକ ଏବଂ ରମେଶ ମେହେର ମୁଖ୍ୟମନ୍ତ୍ରୀଙ୍କ ସମେତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖଙ୍କୁ ଟୁଇଟ୍‌ କରିଛନ୍ତି। ଏହାପରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଚିକିତ୍ସା ସହାୟତା ପାଇଁ ଜିଲାପାଳ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟିକୁ ଆଣିଛନ୍ତି। ସେହିପରି ବରଗଡ଼ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ସୁସ୍ମିତା ଦାଶ ମଧ୍ୟ ସହଯୋଗର ହାତ ବଢ଼ାଇବା ପାଇଁ ଟୁଇଟ୍‌ରେ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷିତ ସହର ତାଲିକାରେ ବାଲେଶ୍ୱର: ସଚେତନ କଲା ଜଳସମ୍ପଦ ଓ ପରିବେଶ ସୁରକ୍ଷା ସମିତି

ବାଲେଶ୍ୱର ଅଫିସ, ୮।୧୧-ନ୍ୟାଶନାଲ ଟ୍ରିବ୍ୟୁନାଲ ସର୍ଭେ ରିପୋର୍ଟକୁ ଭିତ୍ତି କରି ଭାରତର ୧୦୬ଟି ସହରକୁ ପ୍ରଦୂଷଣଯୁକ୍ତ ଏବଂ ଚାଷ ଅନୁପଯୋଗୀ ଘୋଷଣା କରାଯାଇଛି। ଏହି ସହର...

ନିଷ୍କାସନ ହେଉନି ବର୍ଷାଜଳ, ଧାନ ଫସଲ ନଷ୍ଟ

ଶେରଗଡ,୧୯ା୮(ଡି.ଏନ.ଏ.)-ଶେରଗଡ଼ ବ୍ଲକ ଶେରଗଡ଼ ଗ୍ରାମର ୩୦୦ରୁ ଊର୍ଦ୍ଧ୍ୱ ଏକର ଜମିର ଧାନ ଫସଲ ବର୍ଷା ଜଳରେ ବୁଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏନେଇ ସ୍ଥାନୀୟ ପ୍ରଶାସନକୁ...

ନିଯୁକ୍ତି ପାଇଲେ ୧୨୦୫ ଡାକ୍ତର

ବଡ଼ମ୍ବା,୭।୬(ଡି.ଏନ.ଏ.)ବାଲେଶ୍ୱର ବାହାନଗାଠାରେ ଘଟିଥିବା ରେଳ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଏନେଇ ପ୍ରକ୍ରିୟା ଜାରି ରହିଥିବାବେଳେ ଜଣେ...

କଞ୍ଚାମାଲ ଅଭାବ ନେଇ ଆଲୋଚନା

ରସୁଲପୁର,୩୧।୧୨(ଡି.ଏନ.ଏ.): ରସୁଲପୁର ବ୍ଲକ ଅଧୀନ ପ୍ରଥମାଖଣ୍ଡି ପଞ୍ଚାୟତ ଗୋପାଳପୁର ଗାଁରେ ହସ୍ତତନ୍ତ ଓ ବୟନଶିଳ୍ପ ଉପନିର୍ଦ୍ଦେଶକ ଆଶୁତୋଷ ମହାନ୍ତି ପହଞ୍ଚତ୍ ଏକ ସମୀକ୍ଷା ବୈଠକ କରିଛନ୍ତି। ମା’...

ବଢ଼ି ବଢ଼ାଇଲା ବିପତ୍ତି

ଭୁବନ, ୩୦।୮(ଡି.ଏନ.ଏ.) କରୋନା ମହାମାରୀ ଦୋହଲାଇ ଦେଇଥିଲା ଆର୍ଥିକ ମେରୁଦଣ୍ଡ। କିଛି ନ ହେଲେ ବର୍ଷକର ଦାନା ଯୋଗାଡ଼ କରିବାକୁ ଜମି ମୁହାଁ ହୋଇଥିଲେ ଚାଷୀ।...

କୋର୍ଟ କାର୍ଯ୍ୟରେ ଯୋଗଦେଲେ ଓକିଲ

ସମ୍ବଲପୁର,୪ା୧(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଡିସେମ୍ବର ୧୨ରେ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଓ ବିଚାରପତିଙ୍କୁ ବାହାର କରିଦେବା...

କବିତାରେ କରୋନା

ଢେଙ୍କାନାଳ ଅଫିସ, ୧୫।୪ – ବିଶ୍ୱକୁ ଘରେ ଭିତରେ ବନ୍ଦୀ କରି ରଖିଛି କରୋନା। ଘରୁ ବାହାରିଲେ ଘାରୁଛି ସଂକ୍ରମଣ ଭୟ। ସଂକ୍ରମଣ କମାଇବାକୁ ଜାରି...

କରୋନା ସଂକ୍ରମଣ ଭୟ: ବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର ଅଫିସ,୧୩।୭-ସାରା ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ଗଞ୍ଜାମ ଜିଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହାକୁ ନେଇ...

Advertisement
Archives

Model This Week