ହଳଦୀ ଫେସ୍‌ ପ୍ୟାକ୍‌

ହଳଦୀ ଆମ ସ୍ବାସ୍ଥ୍ୟ ଓ ସ୍କିନ୍‌ ଦୁଇଟି ପାଇଁ ବହୁ ଅଧିକ ଜରୁରୀ। ଏହାକୁ ଖାଇବା ଏବଂ ଫେସ୍‌ପ୍ୟାକ୍‌ ରୂପେ ବ୍ୟବହାର କରିବା ଦ୍ୱାରା ତ୍ୱଚା ସଫା, ଦାଗହୀନ ତ୍ୱଚା ଆପଣ ପାଇ ପାରିବେ। ଏହା ବ୍ୟତୀତ ହଳଦୀ ଫେସ୍‌ପ୍ୟାକ୍‌ ଲଗାଇବା ଦ୍ୱାରା କେତେକ ଫାଇଦା ମଧ୍ୟ ରହିଛି। ଜାଣନ୍ତୁ ଏହାର ଫାଇଦା ବିଷୟରେ…

ଷ୍ଟ୍ରେଚ୍‌ ମାର୍କ: ଷ୍ଟ୍ରେଚ୍‌ ମାର୍କ ଦୂର କରିବାକୁ ହେଲେ ହଳଦୀ ଔଷଧ ପରି କାମ କରିଥାଏ। ଏହି ଦାଗ ଦୂର କରିବାକୁ ହେଲେ ହଳଦୀ, କେସର ସହିତ ଲେମ୍ବୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଷ୍ଟ୍ରେଚ୍‌ ମାର୍କ ହୋଇଥିବା ସ୍ଥାନରେ ୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ଶୁଖିଗଲା ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କିଛି ଦିନ ପର୍ଯ୍ୟନ୍ତ ଏପରି କରିବା ଦ୍ୱାରା ଷ୍ଟ୍ରେଚ୍‌ ମାର୍କ ଦାଗ ଦୂରହୋଇଯିବ।
ବ୍ରଣ ସମସ୍ୟା: ମୁଖ ବ୍ରଣ ସମସ୍ୟା ଥିଲେ ଏଥିପାଇଁ ଚନ୍ଦନ, ହଳଦୀ, କ୍ଷୀର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁହଁ, ବେକରେ ଲଗାନ୍ତୁ। ୧୫-୨୦ମିନିଟ୍‌ ପରେ ପ୍ୟାକ୍‌କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ୨-୩ ଦିନ ପର୍ଯ୍ୟନ୍ତ ଏପରି କଲେ ମୁଖବ୍ରଣ ମୂଳରୁ ସଫା ହୋଇଯିବ। ଫଳରେ କୌଣସି ଦାଗ ବି ରହିବନାହିଁ।
ଦୂରିହେବ ରିଙ୍କଲ୍ସ: ବୟସ ବଢ଼ିଲେ ରିଙ୍କଲ୍ସ ଦେଖାଯିବା ଏକ ସାଧାରଣ କଥା। ବେଳେବେଳେ ଦେଖାଯାଏ ଯଦି ଖାଦ୍ୟପେୟରେ ଅନିୟମିତତା ଦେଖାଯାଏ ତେବେ ଏହା ରିଙ୍କଲ୍ସର କାରଣ ମଧ୍ୟ ହୋଇପାରେ। ଏଥିରୁ ରକ୍ଷା ପାଇବାକୁ ହେଲେ ମହୁ ସହିତ ହଳଦୀ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟ ପ୍ରସ୍ତୁତ କରିବାକୁ ହେଲେ ୩ ଚାମଚ ହଳଦୀ ସହିତ ୧ ଚାମଚ ମହୁ ମିଶାନ୍ତୁ। ରିଙ୍କଲ୍ସରୁ ରକ୍ଷାପାଇବାକୁ ହେଲେ ଏଥିରେ ଅଳ୍ପ ପରିମାଣରେ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହି ପେଷ୍ଟକୁ ମୁହଁ ଓ ବେକରେ ଲଗାନ୍ତୁ। ଏବେ ଏହାକୁ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖିବା ପରେ ଏହାକୁ ନଖ ଉଷୁମ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ।
ଦାଗ ଦୂରହେବ: ହଳଦୀ ଶରୀରରେ ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ। ଏଥିସହିତ ହଳଦୀ ଫେସ୍‌ପ୍ୟାକ୍‌ ପ୍ରତିଦିନ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ସଫା ଦେଖାଯାଏ ଏବଂ ଦାଗ ଦୂର ହୋଇଥାଏ। ଏଥିପାଇଁ ଆପଣ ଅଳ୍ପ ହଳଦୀ ସହିତ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଅନ୍ତତଃ ସପ୍ତାହରେ ୨ଥର ଳଗାଇଲେ ଦେଖିବେ ଆପଣଙ୍କ ତ୍ୱଚାରେ କୌଣସି ଦାଗ ରହିବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ରୁଚି : ଅଟା କେକ୍

ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪...

ହ୍ବାଇଟ୍‌ ବିଚ୍‌ ହେଭେନ୍‌

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଉପକୂଳରେ ଥିବା ହ୍ବିଟ୍‌ସଣ୍ଡେ ଦ୍ୱୀପରେ ରହିଛି ହ୍ବାଇଟ୍‌ ବିଚ୍‌ ହେଭେନ୍‌ । ୭ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଏହି ବେଳାଭୂମିରେ ପ୍ରାୟ ୯୮...

ଖାଦ୍ୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି

ବର୍ତ୍ତମାନ କୋଭିଡ୍‌ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଅନେକ ରୋଗୀ ଏବେ ସଙ୍ଗରୋଧରେ ଅଛନ୍ତି। ଯେଉଁମାନେ ସଂକ୍ରମିତ ହେଉଛନ୍ତି, କିନ୍ତୁ ସ୍ବାଭାବିକ ଭାବେ ଖାଇବା-ପିଇବା...

ଅମ୍ଳପିତ୍ତର ଆୟୁର୍ବେଦୀୟ ଉପଚାର

ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ ୮୦ ପ୍ରତିଶତରୁ ଅଧିକ ଲୋକ ଅମ୍ଳପିତ୍ତ ରୋଗରେ ଆକ୍ରାନ୍ତ। ଏପରି କି ଯୌବନ ଆରମ୍ଭରୁ ଏହି ରୋଗରେ...

ଅତିଥି

କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ… କୌଣସି...

ଏମାନଙ୍କ ପାଖେ ରହନ୍ତି ନାହିଁ ଲଷ୍ମୀ

ଭଲରେ ରହିବା ପାଇଁ ଅନେକ ସମୟରେ ଟଙ୍କା ଆବଶ୍ୟକ। ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି...

ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ।...

ଜନ୍ମରୁ ଥାଏ ବ୍ୟକ୍ତିଙ୍କ ପାଖରେ ଏପରି ଗୁଣ, ଯାହାକୁ କେହି କେବେ ଶିଖାଇ ନଥାଏ

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

Advertisement
Archives

Model This Week