ତୁର୍କୀକୁ ମହଙ୍ଗା ପଡିଲା ପାକିସ୍ତାନ ପ୍ରେମ, ୮୨୧କୋଟି ଟଙ୍କାର ଝଟ୍‌କା ଦେଲେ ଭାରତୀୟ!

ନୂଆଦିଲ୍ଲୀ,୧୬।୫:ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି ଏହି ସମୟରେ ତୁର୍କୀ ପ୍ରଥମେ ପାକିସ୍ତାନକୁ ସମର୍ଥନ କରିଛି। ଯାହାପରେ ଭାରତୀୟମାନେ ତୁର୍କୀକୁ ବୟକଟ କିବା ଆରମ୍ଭ କରିଛନ୍ତି। ବର୍ତ୍ତମାପ ଭାରତରେ ତୁର୍କୀ ଉତ୍ପାଦ, ବିଶେଷକରି ସେଓ ବୟକଟ ଆରମ୍ଭ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତୀୟ ସେନା ଦ୍ୱାରା ଅପରେଶନ ସିନ୍ଦୂର ଆରମ୍ଭ କରାଯାଇଥିଲା। ଯାହା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ସମୟ ମଧ୍ୟରେ ତୁର୍କୀ ପାକିସ୍ତାନକୁ ସାହାଯ୍ୟ କରିଥିଲା, ଯେଉଁଥିରେ ଡ୍ରୋନ ଯୋଗାଣ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ତୁର୍କୀ ବିଷୟରେ ଏହି ସତ ବାହାରିବା ପରଠାରୁ, ଭାରତରେ ବୟକଟ ଧାରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି।

ଆପଣଙ୍କୁ କହିରଖୁଛୁ ଯେ, ୨୦୨୧-୨୨ ମସିହାରେ ତୁର୍କୀରୁ ଭାରତକୁ ୫୬୩ କୋଟି ଟଙ୍କାର ସେଓ ପଠାଯାଇଥିଲା, ୨୦୨୨-୨୩ ମସିହାରେ ୭୩୯ କୋଟି ଟଙ୍କା ଏବଂ ୨୦୨୩-୨୪ ମସିହାରେ ୮୨୧ କୋଟି ଟଙ୍କା ମୂଲ୍ୟର ସେଓ ପଠାଯାଇଥିଲା। ତୁର୍କୀରୁ ସେଓ ଆମଦାନୀ ନିରନ୍ତର ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଯାହାଦ୍ୱାରା ଭାରତୀୟ ବଜାର ଶସ୍ତା ଏବଂ ସବସିଡିଯୁକ୍ତ ଆମଦାନୀ ହୋଇଥିବା ସେଓ ଭରପୂର ମିଳୁଛି। ଏହା ଘରୋଇ ମାଳିମାନଙ୍କ ଆୟ ଏବଂ ବଜାର ଅଂଶ ଉପରେ ସିଧାସଳଖ ପ୍ରଭାବ ପକାଇଛି।

ଗୁଣବତ୍ତା ଏବଂ ମୂଲ୍ୟ ଯୋଗୁଁ ତୁର୍କୀ ସେଓ ଭାରତରେ ସବୁଠାରୁ ଲୋକପ୍ରିୟ। କିନ୍ତୁ ସାମ୍ପ୍ରତିକ ସମୟରେ ତାର ବୟକଟ ବୃଦ୍ଧି ପାଇଛି। ଯାହା ଯୋଗୁଁ ଚାହିଦାରେ 50 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିଛି। ବୟକଟ ଯୋଗୁଁ, ବ୍ୟବସାୟୀମାନେ ଏବେ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ୱାଶିଂଟନ, ଇରାନ ଏବଂ ନ୍ୟୁଜିଲ୍ୟାଣ୍ଡରୁ ସାମଗ୍ରୀ ସଂଗ୍ରହ କରୁଛନ୍ତି।

ଏହା ଯୋଗୁଁ ତୁର୍କୀ ବହୁତ କ୍ଷତି ସହିବା ଆରମ୍ଭ କରିଛି। ଅଫ ସିଜନରେ ମଧ୍ୟ ଭାରତୀୟ ବଜାରରେ ତୁର୍କୀ ସେଓର ଚାହିଦା ରହିଥାଏ। ଯଦି ଆମେ ଭାରତୀୟ ସେଓ ବିଷୟରେ କଥା ହେବା, ତେବେ ବର୍ଷର କିଛି ମାସରେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ। କିନ୍ତୁ ଅନ୍ୟ ଋତୁରେ, ଭାରତର ଆମଦାନୀ ହୋଇଥିବା ସେଓ ଉପରେ ର୍ନିଭରଶୀଳତା ବଢ଼ିଯାଏ। ଆପଣଙ୍କୁ କହିରଖୁଛୁ ଯେ, ତୁର୍କୀ ସେଓ ସାଧାରଣତଃ ମିଠା ଏବଂ ରସାଳ ହୋଇଥାଏ, ଯାହା କାରଣରୁ ଏହାର ଚାହିଦା ଭାରତୀୟ ସେଓ ଅପେକ୍ଷା ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?