ତୁର୍କୀକୁ ମହଙ୍ଗା ପଡ଼ିଲା ପଙ୍ଗା ନେବା! ଭାରତର ଗୋଟିଏ ନିଷ୍ପତ୍ତିରେ ବରବାଦ ହେଲେ ଏର୍ଦୋଗନଙ୍କ ଝିଅ, ୨୫୦୦କୋଟି ସ୍ବାହା

ନୂଆଦିଲ୍ଲୀ/ଅଙ୍କାରା,୨୧।୫: ସେଲେବି ତୁର୍କୀର ଏକ ପ୍ରମୁଖ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ଯାହା ବର୍ଷ ବର୍ଷ ଧରି ଭାରତରେ ସେବା ଯୋଗାଇ ଆସୁଛି, ଏବେ ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କମ୍ପାନୀର ସେବା ବାତିଲ କରିଥିଲେ। ତୁର୍କୀ ଭାରତରେ ବିମାନବନ୍ଦର ପରିଚାଳନାରେ ବହୁ ପରିମାଣରେ ନିବେଶ କରିଥିଲା। ଭାରତ ସରକାରଙ୍କ ଏକ ନିର୍ଣ୍ଣାୟକ ନିଷ୍ପତ୍ତି ଫଳରେ କମ୍ପାନୀକୁ ମାତ୍ର ଦୁଇ ଦିନରେ ୨,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଲା। ସୂଚନାଯୋଗ୍ୟ, ତୁର୍କୀ ରାଷ୍ଟ୍ରପତି ଏର୍ଦୋଗାନଙ୍କ ଝିଅ ସୁମାୟା ଏର୍ଦୋଗାନଙ୍କର ମଧ୍ୟ ସେଲେବିରେ ଅଂଶଧନ ଅଛି। ଏହିପରି, ତାଙ୍କ ଝିଅ ମଧ୍ୟ ଏକ ବଡ଼ ଧକ୍କା ପାଇଛନ୍ତି।
ଏହି ନିଷ୍ପତ୍ତି ପରେ, ତୁର୍କୀ ଷ୍ଟକ ବଜାରରେ କମ୍ପାନୀର ସେୟାର ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇଛି। ଇସ୍ତାନବୁଲ ଏକ୍ସଚେଞ୍ଜରେ କମ୍ପାନୀଟି ୨,୨୨୪ତୁର୍କୀ ଲିରାରେ ବନ୍ଦ ହୋଇଥିଲା, ଯାହା ପୂର୍ବ ରେକର୍ଡ ତୁଳନାରେ ପ୍ରାୟ ୧୦ ପ୍ରତିଶତ ହ୍ରାସ। ଏହା ସ୍ପଷ୍ଟ କରିଥିଲା ଯେ ଏହି କମ୍ପାନୀର ଭାରତ ଉପରେ କେତେ ନିର୍ଭରଶୀଳତା ଥିଲା।
କମ୍ପାନୀ ଭାରତ ସରକାରଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଏବଂ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲା। ଶୁଣାଣି ସମୟରେ ସରକାରୀ ଓକିଲ ତୁଷାର ମେହତା କୋର୍ଟକୁ କହିଥିଲେ ଯେ ଏହି ନିଷ୍ପତ୍ତି ଭାରତର ଜାତୀୟ ସୁରକ୍ଷା ସହିତ ଜଡିତ। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଦେଶର ସୁରକ୍ଷା ସର୍ବୋପରି ଏବଂ କୋର୍ଟ ଏପରି କୌଣସି ନିର୍ଦ୍ଦେଶ ଦେଇପାରିବେ ନାହିଁ ଯାହା ସୁରକ୍ଷାକୁ ବିପଦରେ ପକାଇଥାଏ।
ସେବା ବନ୍ଦ ହେବା ପରେ, ଭାରତୀୟ ବିମାନବନ୍ଦରଗୁଡ଼ିକ ଏବେ ଏୟାର ଇଣ୍ଡିଆ ସାଟ୍ସ ଏବଂ ଟାଟା ଗ୍ରୁପ ଭଳି ଘରୋଇ କମ୍ପାନୀଗୁଡ଼ିକ ଆଡ଼କୁ ମୁହାଁଇଛନ୍ତି। ଏହା କେବଳ ଭାରତୀୟ କମ୍ପାନୀଗୁଡ଼ିକୁ ଲାଭ ଦେଇଛି ତାହା ନୁହେଁ ବରଂ ଆତ୍ମନିର୍ଭରଶୀଳତା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

LPG e-KYCର ସମୟସୀମା ଶେଷ: ଆଜିଠୁ ଏମାନଙ୍କର କଟିଯିବ ଗ୍ୟାସ କନେକ୍ସନ! ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଜରୁରୀ ଖବର। ଗ୍ୟାସ କନେକ୍ସନର e-KYC କରାଇବା ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି। ସର୍ଭର ସମସ୍ୟା ଯୋଗୁ ପ୍ରଥମେ…

୨୦୦୦ ଟଙ୍କାରୁ ଅଧିକ ରେଳ ଟିକେଟ ବୁକିଂରେ କେତେ ଚାର୍ଜ ଦେବେ ଯାତ୍ରୀ? ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୬।୯: ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। UPI ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ…

ଶ୍ରୀମନ୍ଦିରରେ ଛୁଆଁ ମହାସ୍ନାନ ନୀତି: ରତ୍ନସିଂହାସନ ଉପରେ ଛୁଇଁ ଦେଲେ…

ପୁରୀ,୧୬।୯(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିରରେ ବୁଧବାର ଶ୍ରୀବିଗ୍ରହଙ୍କ ‘ଛୁଆଁ ମହାସ୍ନାନ’ ନୀତି ଅନୁଷ୍ଠିତ ହୋଇଛି। ଏହି କାରଣରୁ ଶ୍ରୀଜିଉଙ୍କ ନୀତିକାନ୍ତିରେ ବିଳମ୍ବ ଦେଖିବାକୁ ମିଳିଛି। ମହାସ୍ନାନ ନୀତି…

ନନ୍ଦନକାନନରେ ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ: ମହୀଶୂର ଚିଡ଼ିଆଖାନାର ୨ ବିଶେଷଜ୍ଞ…

ଭୁବନେଶ୍ୱର, ୧୬।୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିବା ୫ ଓରାଙ୍ଗଉଟାନଙ୍କ ଯତ୍ନ ଓ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଏଥିପାଇଁ ମହୀଶୂର ଚିଡ଼ିଆଖାନାର ୨ ଜଣ ବିଶେଷଜ୍ଞ ନନ୍ଦନକାନନରେ…

ଭାରତ ଉପରେ ୧୦୦% ଟାରିଫ୍‌ ଲଗାଇବ ଆମେରିକା: ଭାରତ କହିଲା, ଆମେ…

ନୂଆଦିଲ୍ଲୀ,୧୬।୯: ରୁଷିଆଠାରୁ ବିପୁଳ ପରିମାଣରେ କ୍ରୁଡ ଅଏଲ କିଣୁଥିବା ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବା ନେଇ ଆମେରିକାରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଗକୁ ବଢ଼ିଛି।…

ଦକ୍ଷିଣୀ ଷୌଣ୍ଡିକ ସମାଜ ସାହୁ ପରିବାରର ସାମୂହିକ ନୂଆଁଖାଇ: ସମାଜକୁ ଦେଲେ ଏକତାର ବାର୍ତ୍ତା

କେସିଙ୍ଗା,୧୬।୯(ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ଅବସରରେ କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ଦକ୍ଷିଣୀ ଷୌଣ୍ଡିକ ସମାଜର ସାହୁ ପରିବାର ପକ୍ଷରୁ ଭବ୍ୟ…

ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର…

ପେଟ୍ରୋଲ-ଡିଜେଲ ଭରିବା ହେବ ମହଙ୍ଗା! ଏବେ ଲାଗିବ ଅତିରିକ୍ତ ଚାର୍ଜ, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: UPI ପେମେଣ୍ଟକୁ ନେଇ ବଡ଼ ପରିବର୍ତ୍ତନ ଆସିଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ (NPCI) ଘୋଷଣା କରିଥିବା ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ (MDR)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?