Posted inଜାତୀୟ

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ମାଣ ହେବ ସୁଡ଼ଙ୍ଗ

ନୂଆଦିଲ୍ଲୀ,୪ ।୩: ଦେଶର ନୂଆ ପାର୍ଲାମେଣ୍ଟ ଭାବନ ବା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ଯିବା ଆସିବା ଏବେ ସହଜ ହେବ । ଏମାନଙ୍କୁ ଆଉ ରାସ୍ତାରେ ବେଶି ଅଟକିବାକୁ ପଡିବ ନାହିଁ । ନ୍ରୂଆ ପାର୍ଲାମେଣ୍ଟକୁ ଯୋଡିବାକୁ ତିନିଟି ଟନେଲ ନିର୍ମାଣ କରାଯିବ ଯାହା ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଉପରାଷ୍ଟ୍ରପତିଙ୍କ ବାସଭବନଓ ପାର୍ଲାମେଣ୍ଟର ଏମ୍‌ପିଙ୍କ ଚାମ୍ବର୍ସ ସହ ଯୋଡିବ । ଏହା ପଛର ଉଦ୍ଦେଶ୍ୟ ହେଲା ଯଦି ଭିଆଇପି ମୁଭମେଣ୍ଟ ପାର୍ଲାମେଣ୍ଟରୁ ବାହାରିବେ ତେବେ ଆମଶ୍ୟକ ସ୍ଥଳେ ଖୁବ୍ କମ୍ ସମୟ ଅଟକି ଭିଭିଆଇପିଙ୍କ ମୋଟରକେଡ ନୂଆ ସଂସଦ ଭବନ କମ୍ଲେକ୍ସ ଭିତରକୁ ଓ ବାହାରକୁ ଯାଇପାରିବ । ସେଣ୍ଟ୍ରାଲ ଭିସ୍ତା ରିଡେଭଲପମେଣ୍ଟ ପ୍ଲାନ ଅନୁଯାୟୀ ନୂଆ ପ୍ରଧାନମନ୍ତ୍ରୀ ଆବାସ ଓ ପିଏମ୍‌ଓ ସାଉଥ୍ ବ୍ଲକ୍ ଓ ଉପରାଷ୍ଟ୍ରପତିଙ୍କ ଆବାସ ନର୍ଥ ବ୍ଲକ ଆଡେ ଯିବ । ସଂସଦର ଚାମ୍ବର ସେହିଠାରେ ଆସିବ ଯେଉଁଠି ଏବେ ଟ୍ରାନ୍ସପୋର୍ଟ ଓ ଶ୍ରମଶକ୍ତି ଭବନ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ଟନେଲ ସିଙ୍ଗଲ ଲେନ୍‌ର ରହିବ । କାରଣ ଏହାର ବ୍ୟବହାର ହାତଗଣତି କେତେଜଣ ବ୍ୟକ୍ତିଙ୍କ ଦ୍ୱାରା କରାଯିବ । ତେବେ ରାଷ୍ଟ୍ରପତି ଭବନ ଏହାଠାରୁ କମ୍ ଦୂରତାରେ ଥିବାରୁ ଏହି ଟନେଲ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନିର୍ମାଣ କରାଯିବ ନାହିଁ । ଏହାସହ ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ଯାଆସ କମ୍ ଥିବା ବେଳେ ଏହା ପୂର୍ବ ନିର୍ଦ୍ଧାରିତ ହୋଇଥିବାରୁ ଟନେଲର ଆବଶ୍ୟକତା ପଡିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ହାତଗୋଡ଼ ବାନ୍ଧି ସ୍ତ୍ରୀଙ୍କ କାନ ଛିଣ୍ଡାଇ ସୁନାଫୁଲ ଝାମ୍ପିନେଲେ ଦୁର୍ବୃତ୍ତ, ନଗଦ ଟଙ୍କା ସହ ଆହୁରି…

ନବରଙ୍ଗପୁର,୨୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ଲକ୍ଷାଧିକ…

ପାକିସ୍ତାନରେ କେତେ ଟଙ୍କାରେ ମିଳୁଛି ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି, ଦାମ୍‌ ଜାଣିଲେ ଚମକି ପଡିବେ…

ଇସଲାମାବାଦ,୨୧।୮: ପାକିସ୍ତାନରେ ପ୍ରବଳ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ବଜେଟ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା…

ହଠାତ୍‌ ଥାନାରେ ପହଞ୍ଚିଲେ ରାହୁଲ ଗାନ୍ଧୀ , ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୧। ୮: ଦିଲ୍ଲୀରେ ଛାତ୍ରମାନଙ୍କ ପ୍ରଦର୍ଶନ ସମୟରେ ପେଲେଟ ଗନ ବ୍ୟବହାରକୁ ନେଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ଷ୍ଟ୍ରିଟ ଥାନାରେ ପହଞ୍ଚିଛନ୍ତି।…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Amarpali Nodal UP School: ୭ ଦିନରେ ଜଣେ ଶିକ୍ଷକଙ୍କ ଅବସର, ୨ ବଦଳି, ନିଯୁକ୍ତି ଦାବିରେ ଆନ୍ଦୋଳନ ଚେତାବନୀ

ଅମରପାଲି,୨୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ବ୍ଲକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅମରପାଲି ନୋଡାଲ ୟୁପି ସ୍କୁଲ। ଏହି ସ୍କୁଲ ଏବେ ଶିକ୍ଷକ ଅଭାବରେ ଘାଣ୍ଟି…

କିଏ ସେହି ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା!

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦା ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତାଙ୍କ ପତ୍ନୀ ସୁନୀତା ଗୋବିନ୍ଦାଙ୍କ ସହ ଛାଡ଼ପତ୍ର ପାଇଁ…

୨ ଜାହାଜ ହାଇଜ୍ୟାକ୍‌: ଥିଲେ ୨୨ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୧।୮: ୟେମେନ ଏବଂ ସୋମାଲିଆ ଉପକୂଳ ନିକଟରେ ଦୁଇଟି ପୃଥକ ଘଟଣାରେ ଜଳଦସ୍ୟୁମାନେ ମୋଟ ୨୨ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦୁଇଟି ବାଣିଜି୍ୟକ ଜାହାଜକୁ ଅପହରଣ…

‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri