ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି ଅବସରରେ ବ୍ରାହ୍ମଣୀଗାଁ ରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ତୁଳସୀ ଗଛ କୁ ମିଳିତ ପୂଜାର୍ଚନା କରିବା ସହ କଳସରେ ତୁଳସୀ ଗଛ ନେଇ ଗାଁ ପରିକ୍ରମା କରିଥିଲେ। ତୁଳସୀ ଗଛ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହ ହିନ୍ଦୁ ଧର୍ମଲମ୍ବୀମାନେ ଏହାକୁ ଘର ଅଗଣାରେ ପୂଜା କରିଥାନ୍ତି ନିୟମିତ ତୁଳସୀ ଗଛରେ ପାଣି ଦିଆଯିବା ସହ ତୁଳସୀଙ୍କୁ ପବିତ୍ର ଦେବି ଭାବେ ପୂଜାର୍ଚନା କରାଯାଇଥାଏ ବୋଲି କୁହାଯାଏ। ଏହା ଦ୍ୱାରା ଘରର ପରିବେଶ ସଛ ରହିବା ସହ ସକାରାତ୍ମକ ପରିବେଶ ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ଓ ଲୋକକଥା ରହିଛି।
ସେହିପରି ତୁଳସୀର ଅନ୍ୟ ଏକ ମାହାତ୍ମ୍ୟ ରହିଛି,ଯାହାକୁ ସବୁ ବର୍ଗ ପକ୍ଷରୁ ଔଷଧ ଭାବେ ବ୍ୟବହାର କରିଥାନ୍ତି ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ରହିଥିବା ସହ ଏକାଧିକ ଗୁଣରେ ଭରପୁର ରୁହେ ତୁଳସୀ ବହୁ ପ୍ରକାର ରହିଥିବା ବେଳେ ବଣ ତୁଳସୀ ସମେତ ଶ୍ୟାମ ତୁଳସୀ, ନିମ୍ବୁ ତୁଳସୀ, ରାମ ଓ ବିଷ୍ଣୁ ତୁଳସୀ ଆଦି ତୁଳସୀ ରହିଛିବୋଲି ଉପସ୍ଥିତଲୋକଙ୍କୁ କୁହାଯାଇଥିଲା। ଯାହାକି ଶରୀର ରେ ଭିଟାମିନ, ମିନେରାଲସ ଚାପ ଏବଂ ଚିନ୍ତାର ପରିଚାଳନାରେ ସାହାଯ୍ୟ କରେ ବୋଲି କୁହାଯାଏ ସେହିପରି ତୁଳସୀ ପତ୍ର ହୃଦୟ ପାଇଁ ଏକ ଟନିକ ଭାବରେ ମଧ୍ୟ କାର୍ଯ୍ୟ କରେ। ତୁଳସୀ ଗଛ ଅନେକ ସଂକ୍ରମଣରୁ ରକ୍ଷା କରୁଥିବା କୁହାଯାଇଥାଏ ଏଥିସହ ଚାପମୁକ୍ତ କରିବା ସହ ଏଥିରେ କ୍ୟାରୋଟିନ, ପୋଟାସିୟମ, ଆଇରନ, ତମ୍ବା, ମାଙ୍ଗାନିଜ ଏବଂ ମ୍ୟାଗ୍ନେସିୟମ ଭଳି ଖଣିଜ ପଦାର୍ଥ ରହିଛିବୋଲି କୁହାଯାଏ।
ତେଣୁ ଏହାକୁ ଗତ ୨୦୧୪ରୁ ତୁଳସୀ ପୂଜନ ଦିବସ ଭାବେ ପାଳନ କରି ଏହାର ବ୍ୟାପକ ପ୍ରଚାର ଓ ସଚେତନ କରାଯାଉଥିବା ଏହି ଦିବସର ମୁଖ୍ୟ ବୋଲି ଆୟୋଜନ କମିଟି ତଥା ପ୍ରୟୋଗରାଜରୁ ଆସିଥିବା ସନ୍ଥ ଧର୍ମେସ କୁମାର କହିଛନ୍ତି। ନିୟମିତ ତୁଳସୀ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଉଥିବା କୁହାଯାଇଥିଲା। କାର୍ଯ୍ୟକ୍ରମକୁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳର ସଭାପତି ଗଣେଶ ଡାକୁଆଙ୍କ ସମେତ ଶ୍ୟାମ ମାହାଙ୍କୁଡ ଓ ଅନ୍ୟ ମାନେ ପରିଚାଳନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?