Posted inଖେଳ

ଟିଟି ଖେଳାଳିଙ୍କୁ ନୂତନ ପଦ୍ଧତିରେ ପ୍ରଶିକ୍ଷଣ ଦିଆଯିବ

କଟକ ଅଫିସ, ୬ା୪: ଓଡ଼ିଶାରେ ଟେବୁଲ ଟେନିସ (ଟିଟି) କ୍ରୀଡ଼ାର ପ୍ରସାର ହେବ। ଖେଳାଳିମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରୋତ୍ସାହିତ କରାଯିବ। ସ୍ଥାନୀୟ ବାଣିଜ୍ୟକର ଭବନଠାରେ ବୁଧବାର ଆୟୋଜିତ ଏକ ବୈଠକରେ ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ ସଭାପତି ମାଡାମ ପେଟ୍ରା ସୋର୍ଲିଂ ଯୋଗଦେଇ ଏକଥା କହିଛନ୍ତି। ରାଜ୍ୟର ବିଭିନ୍ନ ଜିଲାରେ ଟେବୁଲ ଟେନିସ ଏକାଡେମୀ ପ୍ରତିଷ୍ଠା, ବିଦେଶୀ ପ୍ରଶିକ୍ଷକଙ୍କ ଦ୍ୱାରା ନୂତନ ପଦ୍ଧତିରେ କିପରି ପ୍ରଶିକ୍ଷଣ ପ୍ରଦାନ କରାଯାଇପାରିବ ଆଦି ବିଭିନ୍ନ ପ୍ରସଙ୍ଗରେ ସୋର୍ଲିଂ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ତଥା ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ସଭାପତି ସଞ୍ଜୟ କୁମାର ସିଂହ କହିଥିଲେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡ଼ା କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ସ୍ଥାନିତ ହୋଇଛି। ଭାରତୀୟ ଟେବୁଲ ଟେନିସ ଫେଡେରେଶନ ସଚିବ କମଲେଶ ମେହେଟା କହିଥିଲେ, ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ସରଞ୍ଚନା ବେଶ୍‌ ସୁଦୃଢ।

ଆସନ୍ତା ଜୁନରେ ଓଡ଼ିଶାରେ ଜାତୀୟ ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟ ଓ ଅଗଷ୍ଟରେ ବିଶ୍ୱ ଯୁବ ଟେବୁଲ ଟେନିସ ଚାମ୍ପିୟନଶିପ ଆୟୋଜନ କରିବା ନିମନ୍ତେ ବିଚାରବିମର୍ଶ ଚାଲିଛି। ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଲିଆଣ୍ଡ୍ରୋ ଓଲଭେକ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ। ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘର ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri