Posted inଜାତୀୟ

ପ୍ରଚାର ପାଇଁ ଲୁଚିଥିଲା ସତ

ରାୟପୁର/ନୂଆଦିଲ୍ଲୀ(ଡି.ଏନ୍‌.ଏ.),୫ା୪: ଛତିଶଗଡ଼ର ବସ୍ତର ଅଞ୍ଚଳରେ ମାଓବାଦୀମାନଙ୍କ ଉପସ୍ଥିତି ନେଇ ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ବଳ ସେଠାକୁ ଏନ୍‌କାଉଣ୍ଟର କରିବାକୁ ଯାଇଥିଲା। ବିଜାପୁର ଓ ସୁକୁମା ସୀମାନ୍ତବର୍ତ୍ତୀ ତେରାମ୍‌ ଜଙ୍ଗଲରେ ଶନିବାର ମଧ୍ୟାହ୍ନରେ ମାଓବାଦୀଙ୍କ ସହ ଯବାନମାନେ ମୁହଁାମୁହିଁ ହୋଇଥିଲେ। ମାଓବାଦୀଙ୍କ ଅତର୍କିତ ଆକ୍ରମଣର ଶିକାର ହୋଇ ଶହୀଦ ହୋଇଗଲେ ୨୨ରୁ ଊର୍ଦ୍ଧ୍ୱ ଯବାନ। ୩୨ ଯବାନ ଆହତ ହୋଇଥିବାବେଳେ ଏବେ ବି ଅନେକେ ନିଖୋଜ ଥିବା କୁହାଯାଉଛି। କିନ୍ତୁ ଶନିବାର ସନ୍ଧ୍ୟାରେ ୫ ଯବାନ ଶହୀଦ ଓ ୩ ମାଓବାଦୀ ନିହତ ହୋଇଥିବା କେନ୍ଦ୍ରୀୟ ପୋଲିସ ଓ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ସତ ପଦାକୁ ଆସିବା ପରେ ଏହି ଏନ୍‌କାଉଣ୍ଟର ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଶନିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହୁଗ୍‌ଲୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାଓଡାରେ ଭାଜପା ପାଇଁ ରୋଡ୍‌ ଶୋ’ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରୁଥିଲେ। ଏଥିପାଇଁ ଶହୀଦ ଯବାନଙ୍କ ପ୍ରକୃତ ସଂଖ୍ୟା ଲୁଚାଇ ଦିଆଯାଇଥିଲା କି ବୋଲି କେତେକ ମହଲରେ ସନ୍ଦେହ ସୃଷ୍ଟି ହେଲାଣି। କାରଣ ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିବାବେଳେ କିଛି ଘଣ୍ଟା ପାଇଁ ଉକ୍ତ ଖବରକୁ ଚପାଇ ଦିଆଯାଇଥିଲା। ସେତେବେଳେ କୁହାଯାଇଥିଲା ପ୍ରଧାନମନ୍ତ୍ରୀ କର୍‌ବେଟ ନ୍ୟାଶନାଲ ପାର୍କରେ ଡିସ୍‌କଭରି ଚ୍ୟାନେଲ ପାଇଁ ଏକ ଡକ୍ୟୁମେଣ୍ଟାରି ଶୁଟିଂ କରୁଥିଲେ। ଏଥିପାଇଁ ଆତଙ୍କବାଦୀ ଆକ୍ରମଣ ଖବରକୁ ଜାଣିଶୁଣି ତତ୍କାଳ ସାମ୍ନାକୁ ଅଣାଯାଇ ନ ଥିଲା। ସଦ୍ୟ ଘଟଣାରେ ଯବାନମାନେ ଏନ୍‌କାଉଣ୍ଟର କରିବାକୁ ଯାଉଥିବା ନେଇ ମାଓବାଦୀମାନେ ଆଗୁଆ ସୂଚନା ପାଇବା ସୁରକ୍ଷା ବଳର ଗୋଇନ୍ଦା ବିଫଳତାକୁ ମଧ୍ୟ ପଦାରେ ପକାଇଛି।
ବିଜାପୁର ଏସ୍‌ପି କମଳଲୋଚନ କାଶ୍ୟପ ଶନିବାର ମଧ୍ୟାହ୍ନରେ ହୋଇଥିବା ଏନ୍‌କାଉଣ୍ଟର ସମ୍ପର୍କରେ ରବିବାର ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି। କାଶ୍ୟପ କହିଛନ୍ତି, ମାଲକାନଗିରି ସୀମାନ୍ତ ଛତିଶଗଡ଼ର ତାକୁଳଗୁଡ଼ାମ ଜଙ୍ଗଲରେ ୬୦୦ରୁ ଊର୍ଦ୍ଧ୍ୱ ମାଓବାଦୀ ବୈଠକ କରୁଥିବା ଖବର ପାଇ ବିଜାପୁର ପୋଲିସ, ସିଆର୍‌ପିଏଫ୍‌, ଜିଲା ରିଜର୍ଭ ଗାର୍ଡ (ଡିଆର୍‌ଜି) ଏବଂ କମାଣ୍ଡୋ ବାଟାଲିୟନ୍‌ ଫର୍‌ ରିଜୋଲ୍ୟୁଟ୍‌ ଆକ୍ସନ (କୋବ୍ରା) ବାହିନୀ ପକ୍ଷରୁ ମିଳିତ କୋମ୍ବିଂ ଅପରେଶନ କରାଯାଇଥିଲା। ଏଥିରେ ପ୍ରାୟ ୨୦୦୦ ଯବାନ ସାମିଲ ଥିଲେ। ତେବେ ଯବାନମାନେ ସେଠାକୁ ଯିବା ପୂର୍ବରୁ ପିପୁଲ୍ସ ଲିବରେଶନ ଗୋରିଲା ଆର୍ମି (ପିଏଲ୍‌ଜିଏ) ୨୦୦-୨୫୦ ସଶସ୍ତ୍ର ମାଓବାଦୀ ଖବର ପାଇ ପ୍ରସ୍ତୁତ ହୋଇ ଛକି ରହିଥିଲେ। ଯବାନମାନେ ଜଙ୍ଗଲରେ ପହଞ୍ଚତ୍ବା ମାତ୍ରେ ମାଓବାଦୀମାନେ ରକେଟ ଲଞ୍ଚରରେ ବିସ୍ଫୋରଣ ଘଟାଇବା ସହ ଏକେ-୪୭ରୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଯବାନ ଶହୀଦ ହୋଇଛନ୍ତି। ଆହତ ଯବାନମାନଙ୍କ ମଧ୍ୟରୁ ୨୩ ଜଣଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୭ ଜଣ ରାୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୫ ଯବାନ ଶହୀଦ ହୋଇଥିବା ପ୍ରଥମେ ଜଣାପଡ଼ିଥିଲା। କିନ୍ତୁ ରବିବାର ଘଟଣାସ୍ଥଳରୁ ୨୨ ଯବାନଙ୍କ ମୃତଦେହ ଜବତ ହୋଇଛି। ମୃତଦେହଗୁଡ଼ିକୁ ହେଲିକପ୍ଟରେ ଅଣାଯାଇଛି। ଅନ୍ୟପକ୍ଷେ ଏବେ ମଧ୍ୟ କେତେଜଣ ଯବାନଙ୍କ ପତ୍ତା ମିଳିନାହିଁ। ସେମାନଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ ତଲାସି ଅଭିଯାନ ଜାରି ରହିଛି ବୋଲି ଛତିଶଗଡ଼ ପୋଲିସ ମହାନିର୍ଦ୍ଦେଶକ ଡି.ଏମ୍‌. ଅଓ୍ବସ୍ତି ସୂଚନା ଦେଇଛନ୍ତି। ଏନ୍‌କାଉଣ୍ଟରରେ ୧୫ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ଆଉ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ, ନିଖୋଜ ଯବାନଙ୍କ ସଂଖ୍ୟା ଜଣାପଡ଼ିନାହିଁ। କିଛି ଘଣ୍ଟା ମଧ୍ୟରେ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ଯବାନମାନଙ୍କୁ ଠାବ କରିବା ଲାଗି ତରେମ, ଉସୁର, ପାମେଡ୍‌, ମିନ୍‌ପା ଓ ନରସାପୁରମ୍‌ ଅଞ୍ଚଳରେ ତଲାସି ଅଭିଯାନ ଚଳାଇଥିବା ମିଳିତ ବାହିନୀକୁ ରବିବାର ମଧ୍ୟ ମାଓବାଦୀମାନେ ଟାର୍ଗେଟ କରିଛନ୍ତି।
ଇତିମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମାଓବାଦୀଙ୍କ ଆକ୍ରମଣକୁ ନିନ୍ଦା କରିବା ସହ ଶହୀଦଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଶହୀଦଙ୍କ ତ୍ୟାଗ ବେକାର ଯିବନାହିଁ ବୋଲି ସେମାନେ କହିଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନ୍‌ରେ ଏନେଇ ଆଲୋଚନା କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଖୋଜ ଯବାନଙ୍କୁ ଠାବ କରିବାରେ ସୁରକ୍ଷା ବଳକୁ ସହଯୋଗ କରିବା ଲାଗି ଛତିଶଗଡ଼ର ଭୂପେଶ ବାଘେଲ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ଶୋକବ୍ୟକ୍ତ କରି ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଯେ, ଗତ ୨୩ ତାରିଖରେ ବସ୍ତର ଅଞ୍ଚଳର ନାରାୟଣପୁର ଜିଲାରେ ମାଓବାଦୀମାନେ ଡିଆର୍‌ଜି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ୫ ଯବାନ ଶହୀଦ ଏବଂ ୧୪ ଆହତ ହେଇଥିଲେ। ସେହିପରି ୨୦୨୦ ମାର୍ଚ୍ଚ ୨୧ରେ ମଧ୍ୟ ସୁକୁମା ଜିଲାରେ ମାଓବାଦୀଙ୍କ ଅତର୍କିତ ଆକ୍ରମଣରେ ୧୭ ଯବାନ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri