ଦେଶରେ ବିଶ୍ୱାସ ଆଗ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ବର୍ଷେ ୪ ମାସ ହେବ ଲାଗି ରହିଥିବା ଜାତିଆଣ ହିଂସା ପୁଣି ଉଗ୍ର ହେଲାଣି । ୭ ସେପ୍ଟେମ୍ବର ୨୦୨୪ରେ ଜରିବାମ୍‌ ଜିଲାରେ ହିଂସା ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେପ୍ଟେମ୍ବର ୧ରୁ ୯ ଜଣଙ୍କ ପ୍ରାଣହାନି ଘଟିଲାଣି ବୋଲି ଖବର ମିଳିଛି। ସରକାରୀ ତଥ୍ୟ କହେ, ୩ ମେ ୨୦୨୩ରୁ ଆରମ୍ଭ ହୋଇଥିବା ସଂଘର୍ଷ ଯୋଗୁ ଅଦ୍ୟାବଧି ୨୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। କିନ୍ତୁ ହିଂସାର ବ୍ୟାପକତାକୁ ଦେଖିଲେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ହୋଇଥିବା ଅନୁମାନଯୋଗ୍ୟ। ଉଲ୍ଲେଖ କରାଯାଇପାରେ ଯେ, ମଣିପୁରରେ ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ତାହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ କୁକି ଓ ନାଗା ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠ ମେଇତିମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଜାରି ରହିଛି। ବର୍ତ୍ତମାନର ସ୍ଥିତି ଅଧିକ ବିଗିଡ଼ି ଯାଇଛି । କାରଣ ଅଶାନ୍ତ ଅଞ୍ଚଳ ଉପରକୁ ଡ୍ରୋନ୍‌ରୁ ଅତି ଶକ୍ତିଶାଳୀ ରକେଟ ଓ ବୋମା ଫିଙ୍ଗା ଗଲାଣି। ଏଥିରୁ ବୁଝିବାକୁ ହେବ ଯେ, ବାହ୍ୟ ଶକ୍ତି ବିଶେଷକରି ମ୍ୟାନ୍‌ମାରରେ ସକ୍ରିୟ ଥିବା ଉଗ୍ରପନ୍ଥୀମାନେ ମଣିପୁରରେ ଅସ୍ଥିରତା ସୃଷ୍ଟି କରିଦେଲେଣି। ଗତବର୍ଷରୁ ଜାତିଆଣ ହିଂସା ହେବାଠାରୁ ମେଇତି ଓ କୁକିମାନେ ପରସ୍ପର ଉପରକୁ ହାତହତିଆର ବ୍ୟବହାର କରୁଥିଲେ। ଏବେ ଯେଉଁ ଡ୍ରୋନ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ର ବ୍ୟବହାର ଆରମ୍ଭ ହେଲାଣି, ସେଥିରୁ ସ୍ପଷ୍ଟ ବୁଝିବା କଥା ଯେ ବାହ୍ୟଶକ୍ତିଙ୍କ ପ୍ରବେଶ ଆରମ୍ଭ ହୋଇଗଲାଣି।
ମଣିପୁରରେ ଏହା ପୂର୍ବରୁ ଯେତେବେଳେ ହିଂସା ଶୀର୍ଷକୁ ଯାଇଥିଲା ସେତେବେଳେ ନିର୍ବାଚନର ଦ୍ୱାହିଦେଇ ମଣିପୁରକୁ କରଛଡ଼ା କରିଦିଆଯାଇଥିଲା। ଏବେ ପୁନର୍ବାର ହିଂସା ଅଧିକ ଉଗ୍ର ଓ ଶକ୍ତିଶାଳୀ ହୋଇ ମୁଣ୍ଡ ଟେକିବାର କାରଣ ସେହିି ପୂର୍ବର ଅବହେଳା ଯୋଗୁ ବିଭିନ୍ନ ପ୍ରକାର ଶକ୍ତିକୁ ପ୍ରୋତ୍ସାହିତ କଲାଭଳି ମନେହେଉଛି। ନିର୍ବାଚନରେ ନେତାମାନେ ପ୍ରଚାର କରନ୍ତି ବୋଲି ସମସ୍ତେ ଜାଣନ୍ତି। ପୂର୍ବ ହିଂସାବେଳେ କର୍ନାଟକ ଓ ଅନ୍ୟ କେତେକ ରାଜ୍ୟର ବିଧାନସଭା ନିର୍ବାଚନ ଉଭୟ ଶାସକ ଓ ବିରୋଧୀ ନେତାଙ୍କୁ ବ୍ୟସ୍ତ ରଖିଥିଲା। ଏବେ ହିଂସା ବୃଦ୍ଧି ପାଉଥିବା ବେଳେ ହରିୟାଣା ଏବଂ ଜମ୍ମୁ ଓ କଶ୍ମୀର ବିଧାନସଭା ନିର୍ବାଚନ ନେତାଙ୍କୁ ବ୍ୟସ୍ତ ରଖିବା ସ୍ବାଭାବିକ। ତେବେ ଅଶାନ୍ତ ଅଞ୍ଚଳକୁ କୌଣସି ନେତା ଯାଇ ବଡ଼ ପ୍ରକାର ପରିବର୍ତ୍ତନ ଆଣି ପାରିବେ ବୋଲି ବିଶ୍ୱାସ ହେଉନାହିଁ। ଆଜିର ଭାରତରେ ସେଭଳି ଜନନାୟକ ଭାବମୂର୍ତ୍ତି ରଖିଥିବା କୌଣସି ନେତା ନାହାନ୍ତି। ସେଥିପାଇଁ ରାଜନୈତିକ ନେତା ପରିବର୍ତ୍ତେ ସରକାର ତା’ର କର୍ତ୍ତବ୍ୟ ଏବଂ କାର୍ଯ୍ୟ ଆରମ୍ଭ କରିବା ଦରକାର। କେବଳ ମିଲିଟାରୀ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ତତ୍‌ସହିତ ଏହା ମଧ୍ୟ ବିଶ୍ୱାସଯୋଗ୍ୟ ନୁହେଁ ଯେ, ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ମସ୍କୋ ଯାଇ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ମଧ୍ୟସ୍ଥତା କରିପାରିବାର ଯୋଗ୍ୟତା ବହନ କରୁଛନ୍ତି। ଯଦି ବାସ୍ତବରେ ସେଭଳି ଯୋଗ୍ୟତା ଅଛି, ତେବେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ବିଶେଷକରି ମଣିପୁର ସଙ୍କଟ ଆଗ ସମାଧାନ କରି ଦେଶବାସୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରାଇବା ଦରକାର। ତା’ ସମସ୍ତଙ୍କ ପାଇଁ ମଙ୍ଗଳଦାୟକ ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିର ନିକେତନ ଅଶାନ୍ତ

ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ଏ ସମାଜ ଯେତିକି କ୍ଷତିଗ୍ରସ୍ତ ନ ହୁଏ, ତତୋଧିକ କ୍ଷତିଗ୍ରସ୍ତ ହୁଏ ସଚେତନ ବର୍ଗ, ବିଦୁରବର୍ଗଙ୍କ ଉଦାସୀନତା ଯୋଗୁ। ସମାଜର ଉଦାସୀନପଣିଆକୁ...

ମହା ବିନାଶର ଅନ୍ତରାଳେ

ମତ୍ସ୍ୟ ପୁରାଣ ଅନୁସାରେ ବିଶ୍ୱର ସବୁଠାରୁ ବଡ଼ ପ୍ରଳୟ ପଚିଶ କୋଟି ବର୍ଷ ପୂର୍ବେ ରାଜା ସତ୍ୟବ୍ରତ ରାଜୁତି ସମୟରେ ହୋଇଥିଲା ବୋଲି ବର୍ଣ୍ଣିତ ଅଛି।...

ରାଓଙ୍କ କାର୍ଯ୍ୟକାଳ ବଢ଼ିଲା

ଆର୍‌ବିଆଇ ଡେପୁଟି ଗଭର୍ନର ଏମ୍‌. ରାଜେଶ୍ୱର ରାଓଙ୍କ କାର୍ଯ୍ୟକାଳ ୮ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ୍‌ର ନିଯୁକ୍ତି କମିଟି...

ଦୁର୍ନୀତିଗ୍ରସ୍ତଙ୍କ ରକ୍ଷାକବଚ

ଗତ କିଛି ଦିନ ମଧ୍ୟରେ ଆଖି ଝଲସାଇ ଦେବାଭଳି ସମ୍ପତ୍ତିର ମାଲିକ ହୋଇଥିବା ଅନେକ ଅଧିକାରୀ ଓ କର୍ମଚାରୀ ରାଜ୍ୟ ଭିଜିଲାନ୍ସ ପଞ୍ଝାକୁ ଆସିଛନ୍ତି। ଏହା...

ବିଷାକ୍ତ ମୂର୍ତ୍ତି ରଙ୍ଗ

ସଂପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ, ମୂର୍ତ୍ତି ତିଆରି, ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ଆମ ସମସ୍ତଙ୍କ...

ମଧ୍ୟପ୍ରାଚ୍ୟର ଲଢ଼ୁଆ ଦେଶ

ଫ୍ରାନ୍ସର ବାମପନ୍ଥୀ ବିଚାରଧାରାର ବ୍ୟକ୍ତି ଥିଲେ ପିଏରେ ଗୋଲ୍ଡମ୍ୟାନ୍‌। ସେ ବିପ୍ଳବୀ ହେବାକୁ ସ୍ବପ୍ନ ଦେଖିଥିଲେ ଏବଂ ଜଣେ ଅପରାଧୀ ଥିଲେ। ପ୍ୟାରିସ୍‌ ଫାର୍ମାସିରେ ୨ଜଣ...

ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଶିକ୍ଷା

ପ୍ରାଥମିକ ଶିକ୍ଷା କହିଲେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାସ୍ତର, ଶ୍ରେଣୀସ୍ତର, ଶିକ୍ଷଣ ପ୍ରକ୍ରିୟା, ବୁଝିବାର ତରିକା, ଆକଳନ ପଦ୍ଧତି, ପରୀକ୍ଷା, ପାଠ ପର୍ଯ୍ୟବେକ୍ଷଣ, ପାଠ...

ଯଃ ପଳାୟତି, ସଃ ଜୀବତି

ଯେତେ ଯାହା ଅସୁବିଧା ସତ୍ତ୍ୱେ ମନୁଷ୍ୟ ପୃଥିବୀର ମାଧ୍ୟାକର୍ଷଣକୁ ଅତିକ୍ରମ କରୁ ଏବଂ ଅନ୍ତତଃ ସୌରମଣ୍ଡଳୀୟ ମହାକାଶରେ ନିଜ ପାଇଁ ସ୍ଥାନ ସଂରକ୍ଷଣ କରୁ। ପୃଥିବୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri