
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଉଦାରତାପୂର୍ଣ୍ଣ ଚିଠି ଲେଖିଛନ୍ତି। ଏ ନେଇ ବାଇଡେନ୍ ହ୍ବାଇଟ ହାଉସ୍ ପରିସରରେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି। ତେବେ ଏହା ବ୍ୟକ୍ତିଗତ ଏବଂ ଟ୍ରମ୍ପ୍ଙ୍କ ସହ କଥା ନ ହେବା ଯାଏ ଏ ବିଷୟରେ ସେ କିଛି କହିବେ ନାହିଁ ବୋଲି ବାଇଡେନ୍ କହିଛନ୍ତି। ପରମ୍ପରା ଅନୁଯାୟୀ ଏହି ଦେଶର ସମସ୍ତ ବିଦାୟୀ ରାଷ୍ଟ୍ରପତି ନୂଆ ନେତାଙ୍କ ଉଦ୍ଦେଶ୍ୟରେ ପତ୍ର ଲେଖିଥାନ୍ତି। କିନ୍ତୁ ଚଳିତ ଥର ଟ୍ରମ୍ପ୍ ପରମ୍ପରା ବଜାୟ ରଖିବେ କି ନା ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।