ପଦାରେ ପଡ଼ିଲା ଟ୍ରମ୍ପଙ୍କ ଦୋମୁହାଁ ନୀତି: ପାକିସ୍ତାନ ବନ୍ଧୁ ତୁର୍କୀକୁ ଯୋଗାଇବେ ବିପଜ୍ଜନକ ମିଶାଇଲ୍‌

ଓ୍ବାଶିଂଟନ,୧୬।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିଥିଲା। ତୁର୍କୀ ଶହ ଶହ ଡ୍ରୋନ ଏବଂ ମିଶାଇଲ୍‌ ପଠାଇ ପାକିସ୍ତାନକୁ ବୈଷୟିକ ଏବଂ ରଣନୈତିକ ସହାୟତା ଯୋଗାଇଥିଲା। ଫଳରେ ଭାରତ ବାଣିଜ୍ୟ ଠାରୁ ପର୍ଯ୍ୟଟନ ପର୍ଯ୍ୟନ୍ତ ତୁର୍କୀଠାରୁ ନିଜକୁ ଦୂରେଇ ରଖିବା ଆରମ୍ଭ କରିଛି। କିନ୍ତୁ ଏହି ସମୟ ମଧ୍ୟରେ, ଆମେରିକା ତୁର୍କୀକୁ ମିଶାଇଲ୍‌ ବିକ୍ରୟ କରିବା ପାଇଁ ନେଇଥିବା ନିଷ୍ପତ୍ତି ଭାରତରେ ଏକ ନୂତନ ବିତର୍କକୁ ଜନ୍ମ ଦେଇଛି।

ଆମେରିକା ତୁର୍କୀକୁ ୩୦୪ ନିୟୁତ ଡଲାର ମୂଲ୍ୟର ମିଶାଇଲ୍‌ ବିକ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଅନୁମୋଦନ ଏପରି ଏକ ସମୟରେ ଦିଆଯାଇଛି ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ଅଛି ଏବଂ ତୁର୍କୀ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରୁଛି। ମିଶାଇଲ୍‌ ଚୁକ୍ତିରେ ତୁର୍କୀ ପାଇଁ ଆକାଶରୁ ଆକାଶରେ ନିକ୍ଷେପ ହେଉଥିବା AIM-120 AMRAAM ମିଶାଇଲ୍‌ ସାମିଳ ଅଛି। ଏହା ସହିତ, ତୁର୍କୀ ୨୨୫ ନିୟୁତ ଡଲାର ମୂଲ୍ୟରେ ୫୩ଟି ଉନ୍ନତ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ୭୯.୧ ନିୟୁତ ଡଲାର ମୂଲ୍ୟରେ ୬୦ଟି ବ୍ଲକ ସେକେଣ୍ଡ ମିଶାଇଲ୍‌ ଦାବି କରିଛି। ଏହି ଚୁକ୍ତିକୁ ଆମେରିକୀୟ ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି (DSCA) ଦ୍ୱାରା ପ୍ରସ୍ତାବିତ କରାଯାଇଛି, କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଆମେରିକୀୟ କଂଗ୍ରେସ ଅନୁମୋଦନ ମିଳିନାହିଁ। ଯଦି ଏହା ଅନୁମୋଦନ ହୁଏ, ତେବେ ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବ।

ଏହି ପଦକ୍ଷେପକୁ ଆମେରିକା ଏବଂ ତୁର୍କୀ ମଧ୍ୟରେ ନାଟୋ ସହଯୋଗକୁ ସୁଦୃଢ଼ କରିବା ଭାବରେ ଦେଖାଯାଉଛି। ତୁର୍କୀ ନାଟୋର ଏକ ପ୍ରମୁଖ ସଦସ୍ୟ ଏବଂ ଆମେରିକାର ରଣନୈତିକ ସାମରିକ ଅଂଶୀଦାରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ, କିନ୍ତୁ ଭାରତରେ ଏହି ପ୍ରଶ୍ନ ଉଠାଯାଉଛି ଯେ ଯେତେବେଳେ ତୁର୍କୀ ଭାରତର ଶତ୍ରୁ ପାକିସ୍ତାନକୁ ସାମରିକ ସହାୟତା ଦେଉଛି, ତେବେ ଆମେରିକା ଦ୍ୱାରା ତାକୁ କ୍ଷେପଣାସ୍ତ୍ର ବିକ୍ରୟ କରିବା କ’ଣ ଭାରତ ବିରୁଦ୍ଧରେ ଏକ ପ୍ରକାରର ଡବଲ ଗେମ ନୁହେଁ?

ସମ୍ପ୍ରତି ତୁର୍କୀ ପାକିସ୍ତାନକୁ ୩୫୦ରୁ ଅଧିକ ଡ୍ରୋନ ଯୋଗାଇଛି। ଏହି ଡ୍ରୋନଗୁଡ଼ିକୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୀମାପାର ନଜର ରଖିବା ପାଇଁ ବ୍ୟବହାର କରାଯାଉଥିଲା। କେବଳ ଏତିକି ନୁହେଁ, ଭାରତ ବିରୋଧରେ ଦିଆଯାଇଥିବା ବୟାନରେ ତୁର୍କୀ ମଧ୍ୟ ପାକିସ୍ତାନକୁ ସମର୍ଥନ କରିଛି। ଆମେରିକାର ଏହି ପଦକ୍ଷେପ ଏହାର ଦୋମୁଁହା ନୀତିକୁ ପ୍ରକାଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri