ଆଜି ଶପଥ ନେବେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୦ା୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍‌ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ଶପଥ ଉତ୍ସବ ବେଳେ କେତେକ ଅପ୍ରୀତିକର ସ୍ଥିତି ଉପୁଜିବା ଟ୍ରମ୍ପ୍‌ ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶରଣାର୍ଥୀ ଓ ଆପ୍ରବାସୀମାନେ ଓ୍ବାଶିଂଟନ ଡିସିରେ ଟ୍ରମ୍ପ୍‌ଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଓ୍ବାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥଗ୍ରହଣ ପାଇଁ ଟ୍ରମ୍ପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଶିଂଟନରେ ପହଞ୍ଚତ୍ଛନ୍ତି। ଟ୍ରମ୍ପ୍‌ଙ୍କ ନୀତିକୁ ବିରୋଧ କରି ଶପଥ ଗ୍ରହଣର ଦିନକ ପୂର୍ବରୁ ଓ୍ବାଶିଂଟନ ଡିସିରେ ଅନେକ ହଜାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୮୨ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉତ୍ତରାଧିକାରୀ ଭାବେ ୭୮ ବର୍ଷୀୟ ଟ୍ରମ୍ପ୍‌ ମଙ୍ଗଳବାର ହ୍ବାଇଟ୍‌ ହାଉସ୍‌ରେ ଅବସ୍ଥାପିତ ହେବେ। ତେବେ ତାଙ୍କର ବିଭିନ୍ନ ନୀତିକୁ ବହୁ ଆମେରିକୀୟ ବିରୋଧ କରୁଛନ୍ତି। ପିପୁଲ୍ସ ମାର୍ଚ୍ଚ ବ୍ୟାନରରେ ସାକ୍ଷୀ ଫର୍‌ ସାଉଥ୍‌ ଏସିଆନ୍‌ ସର୍ଭାଇଭର୍ସ ସମେତ ଅଣଲାଭଦାୟକ ସଂସ୍ଥାଗୁଡ଼ିକ ପକ୍ଷରୁ ବିକ୍ଷୋଭ କରାଯାଇଛି। ୨୦୧୬ରେ ଟ୍ରମ୍ପ୍‌ ଜିତିବା ପରେ ୨୦୧୭ରେ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା ଅନୁରୂପ ବିକ୍ଷୋଭ ଶୋଭାଯାତ୍ରାକୁ ଓ୍ବମେନ୍ସ ମାର୍ଚ୍ଚ କୁହାଯାଉଥିବାବେଳେ ଏଥରର ବିକ୍ଷୋଭକୁ ପିପୁଲ୍ସ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ବିକ୍ଷୋଭକାରୀମାନେ ଟ୍ରମ୍ପ୍‌ ବିରୋଧୀ ବ୍ୟାନର ଓ ପୋଷ୍ଟର ଧରି ପରବର୍ତ୍ତୀ ରାଷ୍ଟ୍ରପତି ଓ ତାଙ୍କ ଘନିଷ୍ଠ ସମର୍ଥକମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀ ସଂଗଠନ ମଧ୍ୟରେ ଆବର୍ସନ ଆକ୍ସନ ନାଓ, ଟାଇମ୍‌ ଟୁ ଆକ୍ଟ, ସିଷ୍ଟରସଙ୍ଗ୍‌, ଓ୍ବମେନ୍ସ ମାର୍ଚ୍ଚ, ପପୁଲାର ଡେମୋକ୍ରାସି ଇନ୍‌ ଆକ୍ସନ, ହାରିଏଟ୍ସ ଓ୍ବାଇଲ୍ଡେଷ୍ଟ ଡ୍ରିମ୍ସ, ଦି ଫେମିନିଷ୍ଟ ଫ୍ରଣ୍ଟ ଆଦି ସଂସ୍ଥା ରହିଥିଲେ। ସୂଚନାଯୋଗ୍ୟ, ଆର୍କ୍ଟିକ୍‌ ବାୟୁ ପ୍ରବାହ ଯୋଗୁ ସୋମବାର ରାଜଧାନୀରେ ଭୟଙ୍କର ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଶପଥ ଉତ୍ସବ ସମେତ ସେଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଇନ୍‌ଡୋରରେ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରେନ୍ଦ୍ର ସେହ୍ବାଗଙ୍କ ନୂଆ ଇନିଂସ, ଅଶନୀର ଗ୍ରୋଭରଙ୍କୁ ଆଉଟ୍‌ କରି ଚମକାଇଲେ, ଏଣିକି…

ମୁମ୍ବାଇ,୧୧।୯: ପ୍ରାଇମ୍ ଭିଡିଓର ସୁପରହିଟ୍ ରିଆଲିଟି ଶୋ’ ‘ରାଇଜ୍‌ ଆଣ୍ଡ୍‌ ଫଲ୍‌’ (Rise And Fall) ନିଜର ଦ୍ୱିତୀୟ ସିଜନ୍ ସହ ଫେରୁଛି। ଏଥର ଶୋ’କୁ ନେଇ…

ଘରେ ଝିଅ ଜନ୍ମ ହେଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା! କରିବାକୁ ହେବ କେବଳ ଏହି କାମ…

ନୂଆଦିଲ୍ଲୀ,୧୧।୯: ଯଦି ଆପଣଙ୍କ ଘରେ ଝିଅ ଜନ୍ମ ହୋଇଛି, ତେବେ ଏବେ ଆପଣ ୨୭ ଲକ୍ଷ ଟଙ୍କା ପାଇପାରିବେ। କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ଅଛି,…

ତାଜ୍‌ରେ ଜିନପିଙ୍ଗ, ITC ର୍ମୌଯ୍ୟରେ ପୁଟିନ: ଗୋଟିଏ ରାତିର ଭଡ଼ା ଜାଣିଲେ ତାଜୁବ ହେବେ…

ନୂଆଦିଲ୍‌ଲୀ,୧୧।୯: ଦିଲ୍ଲୀରେ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ହେବାକୁ ଥିବା ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ରାଜଧାନୀର ଅନେକ ଅଞ୍ଚଳ ଛାଉଣୀରେ ପରିଣତ ହୋଇଛି। ହୋଟେଲ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

ପାର୍ବଣ ଋତୁରେ ସାବଧାନ! ଗୋଟିଏ ଭୁଲ୍‌ କ୍ଲିକ୍‌ ଖାଲି କରିଦେବ ପୂରା ଆକାଉଣ୍ଟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି।…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୧ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?