କ୍ଷମା ତାଲିକାରେ ରହିପାରନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୯।୧(ପି.ଟି.):ଆମେରିକାର ଗଣତନ୍ତ୍ର ଇତିହାସରେ ବୁଧବାର ରାତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି ହୋଇଥିଲା। ନିର୍ବାଚନ ହାରିବା ସତ୍ତ୍ୱେ କ୍ଷମତା ମୋହ ଛାଡ଼ିପାରି ନ ଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୬ ତାରିଖ ରାତିରେ କ୍ୟାପିଟୋଲ ବିଲ୍ଡି (ଆମେରିକୀୟ ସଂସଦ ଭବନ)ରେ କଂଗ୍ରେସର ମିଳିତ ଅଧିବେଶନକୁ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର କରିଥିଲେ। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଆନୁଷ୍ଠାନିକ ସ୍ବୀକୃତି ଦେବା ଲାଗି ସେଠାରେ କଂଗ୍ରେସର ମିଳିତ ବୈଠକ ଚାଲିଥିବାବେଳେ ଟ୍ରମ୍ପଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣରେ ପ୍ରଭାବିତ ହୋଇ ସମର୍ଥକମାନେ କ୍ୟାପିଟୋଲ ବିଲ୍ଡିଂରେ ଧସେଇ ପଶିବା ସହ ଦଙ୍ଗା ସୃଷ୍ଟି କରିଥିଲେ, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଦୀର୍ଘସମୟ ଧରି ଉକ୍ତ ବିଲ୍ଡିଂ ରଣକ୍ଷେତ୍ରରେ ପରିଣତ ହୋଇଥିଲା। କ୍ୟାପିଟୋଲ ହିଲ୍‌ ହିଂସା ଘଟଣାକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ୍‌ ସାରା ବିଶ୍ୱରେ ନିନ୍ଦିତ ହେବା ପରେ ନିଜ ଭାବମୂର୍ତ୍ତି ସୁଧାରିବା ପାଇଁ ଉଦ୍ୟମ କରିଛନ୍ତି। ହିଂସା ସୃଷ୍ଟି କରିଥିବା ନିଜ ସମର୍ଥକମାନଙ୍କୁ ଟ୍ରମ୍ପ୍‌ ନିନ୍ଦା କରିଛନ୍ତି। ହିଂସାକାରୀମାନେ ଆମେରିକାର ପ୍ରତିନିଧିତ୍ୱ କରୁନାହାନ୍ତି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଓ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର କରିବାକୁ ଟ୍ରମ୍ପ୍‌ ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଶପଥ ଗ୍ରହଣ ଉତ୍ସବରେ ସେ ଯୋଗଦେବେନି ବୋଲି ଜଣାପଡ଼ିଛି।
ଟ୍ରମ୍ପ୍‌ ତାଙ୍କ ଶାସନର ଶେଷ ଦିନରେ କେତେଜଣଙ୍କୁ କ୍ଷମା ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି। ଏହି ତାଲିକାରେ ହ୍ବାଇଟ୍‌ ହାଉସ୍‌ର ବରିଷ୍ଠ ଅଧିକାରୀ, ପରିବାର ସଦସ୍ୟ, ବିଶିଷ୍ଟ ରାପର ରହିଛନ୍ତି। ଏପରିକି ଉକ୍ତ କ୍ଷମା ତାଲିକାରେ ଟ୍ରମ୍ପ୍‌ ନିଜକୁ ମଧ୍ୟ ସାମିଲ କରିପାରନ୍ତି ବୋଲି ତାଙ୍କ ଘନିଷ୍ଠ ମହଲରୁ ଜଣାପଡିଛି। ରାଷ୍ଟ୍ରପତି ଟ୍ରମ୍ପ୍‌ ୧୯ ତାରିଖରେ ଏହି କ୍ଷମା ଘୋଷଣା କରିବା ଆଶା କରାଯାଉଛି। ଟ୍ରମ୍ପ୍‌ଙ୍କ ଏଭଳି ପ୍ରସ୍ତାବ ଉପରେ ବରିଷ୍ଠ ଉପଦେଷ୍ଟା ଓ ହ୍ବାଇଟ୍‌ ହାଉସ ଆଇନ ପରାମର୍ଶଦାତା ଅନୁଧ୍ୟାନ କରୁଛନ୍ତି। ତେବେ ଜଣେ ରାଷ୍ଟ୍ରପତିଙ୍କର ନିଜକୁ କ୍ଷମା ଦେବାର କ୍ଷମତା ଅଛି କି ବୋଲି ପ୍ରଶ୍ନ ଉଠୁଛି। ସେ ଆଇନଗତ ବିବାଦ ସୃଷ୍ଟି ମାଧ୍ୟମରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲେ, ଯାହା ପୂର୍ବରୁ କୌଣସି ରାଷ୍ଟ୍ରପତି କରି ନ ଥିଲେ। ନିଜକୁ କ୍ଷମା ଦେବା ଏକ ବଡ଼ ରାଜନୈତିକ ଉତ୍ତରଦାୟିତ୍ୱ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।
ଆମେରିକା ଆଇନ ଶୃଙ୍ଖଳାର ଦେଶ ହୋଇ ରହିଛି ଓ ସବୁବେଳେ ରହିବ ବୋଲି ଟ୍ରମ୍ପ୍‌ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି। ହିଂସା, ଅରାଜକତା ଓ ଅଶାନ୍ତିକୁ ନେଇ ସବୁ ଆମେରିକୀୟଙ୍କ ଭଳି ସେ କ୍ଷୁବ୍ଧ ହେବା ସହ କ୍ୟାପିଟୋଲ ବିଲ୍ଡିଂର ସୁରକ୍ଷା ପାଇଁ ତୁରନ୍ତ ଜାତୀୟ ସୁରକ୍ଷାଗାର୍ଡ଼ ଓ ସଂଘୀୟ ଆଇନ ପ୍ରବର୍ତ୍ତନକାରୀଙ୍କୁ ପଠାଇଥିଲେ। ଏଥିସହିତ ବେଆଇନ ଭାବେ ବିଲ୍ଡିଂରେ ପ୍ରବେଶ କରିଥିବା ଅଧିକାରୀମାନଙ୍କୁ ବହିଷ୍କାର କରାଯାଇଥିବା ଭିଡିଓ ବାର୍ତ୍ତାରେ ଟ୍ରମ୍ପ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri