ଜେଲେନସ୍କିଙ୍କ ସହ ଭେଟ ପରେ ବଡ଼ ଘୋଷଣା କଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ

ଓ୍ବାଶିଂଟନ,୧୯।୮: ୟୁକ୍ରେନ୍‌ରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ ତ୍ରିପାକ୍ଷିକ ଆଲୋଚନା ଲାଗି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ୟୁକ୍ରେନ୍‌ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍‌ସ୍କି ଆଶାବାଦୀ ଥିବା କହିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ୟୁକ୍ରେନ୍‌ ଏବଂ ୟୁରୋପୀୟ ନେତାମାନଙ୍କ ସହ ଟ୍ରମ୍ପ୍‌ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ପାଇଁ ୟୁରୋପୀୟ ସୁରକ୍ଷା ଗ୍ୟାରେଣ୍ଟିକୁ ଟ୍ରମ୍ପ୍‌ ସମର୍ଥନ କରିବେ ବୋଲି କହିଛନ୍ତି। ନାଟୋ ଭଳି ଏକ ସୁରକ୍ଷା ବଳ ଉପସ୍ଥିତ ରହିବ ବୋଲି ସେ କହିଥିବାବେଳେ ୟୁରୋପୀୟ ୟୁନିୟନ ନେତାମାନଙ୍କ ସହ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଗତ ଶୁକ୍ରବାର ଟ୍ରମ୍ପ୍‌ ଆଲାସ୍କାରେ ପୁଟିନ୍‌ଙ୍କ ସହ ଆଲୋଚନା କରିବା ପରେ ଯୁଦ୍ଧ ବନ୍ଦ ନିଷ୍ପତ୍ତି ଜେଲେନ୍‌ସ୍କିଙ୍କ ଉପରେ ଛାଡ଼ିଥିଲେ। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତେବେ ସମ୍ଭାବ୍ୟ ତ୍ରିପାକ୍ଷିକ ଆଲୋଚନା ହେବ। ଏଥିପାଇଁ ଆମେ ରୁଷିଆ ଓ ୟୁକ୍ରେନ୍‌ ସହ ଏକାଠି କାମ କରିବାକୁ ଯାଉଛୁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଜେଲେନ୍‌ସ୍କି ମଧ୍ୟ ତ୍ରିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଇଛନ୍ତି।

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଖୁବଶୀଘ୍ର ଏକ ଶାନ୍ତି ଚୁକ୍ତି ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ବିଷୟରେ ଏକ ବଡ଼ ସଙ୍କେତ ଦେଇଛନ୍ତି। ସେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ବୈଠକ କରିଥିଲେ। ଟ୍ରମ୍ପ ଅନେକ ପ୍ରମୁଖ ୟୁରୋପୀୟ ନେତାଙ୍କୁ ମଧ୍ୟ ଭେଟିଥିଲେ। ଏହା ପରେ ସେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ ମାଧ୍ୟମରେ କହିଛନ୍ତି, ଜେଲେନସ୍କିଙ୍କ ସହ ମୋର ଭଲ ଆଲୋଚନା ହୋଇଛି। ସମସ୍ତ ୟୁରୋପୀୟ ଦେଶ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବେ। ମୁଁ ବହୁତ୍‌ ଖୁସି।

ଟ୍ରମ୍ପ ଟ୍ରୁଥ୍‌ ପୋଷ୍ଟ ମାଧ୍ୟମରେ କହିଛନ୍ତି,ମୁଁ ହ୍ବାଇଟ ହାଉସରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କ୍‌ି, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଫିନଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ୟୁନାଇଟେଡ କିଙ୍ଗଡମ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ ମର୍ଜ, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ ଡେର୍‌ ଲେଏନ ଏବଂ ନାଟୋ ସେକ୍ରେଟାରୀ ଜେନେରାଲ ମାର୍କ ରୁଟଙ୍କ ସହ ଭଲ ଆଲୋଚନା କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ହୃଦୟ ବିଦାରକ ଦୃଶ୍ୟ; ଶବ ପାଇଁ ନାହିଁ ଷ୍ଟ୍ରେଚର୍‌! ତଳେ ଘୋଷାଡ଼ି ନେଲେ ମୃତଦେହ

ପାଟନା,୧୭ା୯: ବିହାରର ବକ୍ସରରୁ ମାନବିକତା ଓ ମୃତଦେହର ସମ୍ମାନ ସହ ଜଡ଼ିତ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ…

୧୪ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କଲେ ବିଧାୟକ

ଗୁଡ଼ାରି,୧୭ା୯(ପ୍ରମୋଦ କୁମାର ପତି): ଗୁଡ଼ାରି ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ୧୪ ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। ସହରର ୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?