ନିର୍ବାଚନ ପରେ କାଙ୍ଗାଳ ହେଲେ କମଲା ହାରିସ୍‌, ଟ୍ରମ୍ପ ଆପଣାଉଛନ୍ତି ଏହି ଫର୍ମୂଲା

ଓ୍ବାଶିଂଟନ,୧୦ା୧୧: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, ଡେମୋକ୍ରାଟ୍‌ଙ୍କ ପାଖରେ ଅଧିକ ଟଙ୍କା ନାହିଁ। କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାରର ୨୦ ମିଲିୟନ ଆମେରିକୀୟ ଡଲାରର ରିପୋର୍ଟ ଆସିବା ପରେ ସେ ଏହି କଥା କହିଛନ୍ତି।

ପଲିଟିକୋର୍‌ କାଲିଫର୍ନିଆ ବ୍ୟୁରୋ ମୁଖ୍ୟ କ୍ରିଷ୍ଟୋଫର କାଡେଲାଗୋ କହିଛନ୍ତି, ହାରିସ୍‌ ଏହି ନିର୍ବାଚନରେ ଅତିକମ୍‌ରେ ୨୦ ମିଲିୟନ ଆମେରିକୀୟ ଡଲାର ଋଣ କରିଛନ୍ତି। ମୁଁ ଆଶ୍ଚର୍ଯ୍ୟ ଯେ, ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ କଠିନ ଏବଂ ସାହସର ସହ ସଂଗ୍ରାମ କରି ରେକର୍ଡ ଦାନ ସଂଗ୍ରହ କରିଥିବା ଡେମୋକ୍ରାଟ୍‌ଙ୍କ ପାଖରେ ଟଙ୍କା ନାହିଁ।

ଟ୍ରମ୍ପ କହିଛନ୍ତି, ‘ଏହି କଷ୍ଟ ସମୟରେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଯାହା କରିପାରିବୁ ତାହା କରିବୁ। ଦଳ ଭାବରେ ଅଧିକ ଏକତା ବଜାୟ ରଖିବା ପାଇଁ ଆମକୁ ପାଣ୍ଠି ସଂଗ୍ରହ କରିବାକୁ ପଡ଼ିବ। ନଭେମ୍ବର ୫ରେ ଅନୁଷ୍ଠିତ ନିର୍ବାଚନ ପାଇଁ ୬୦ ବର୍ଷୀୟ ଉପରାଷ୍ଟ୍ରପତି କମଲା ହାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ। ଟ୍ରମ୍ପଙ୍କଠାରୁ ହାରିଥିବା ହାରିସ୍‌ ପାଣ୍ଠି ସଂଗ୍ରହର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି।

ଫେଡେରାଲ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ହାରିସ୍‌ଙ୍କ ନିର୍ବାଚନ ପ୍ରଚାର ଏବଂ ତାଙ୍କ ସୁପର ପିଏସିଗୁଡିକ ୨.୩ ବିଲିୟନ ଡଲାର ସଂଗ୍ରହ କରି ୧.୯ ବିଲିୟନ ଡଲାର୍‌ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଦଳ ୧.୮ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସଂଗ୍ରହ କରି ୧.୬ ବିଲିୟନ ଡଲାର ଖର୍ଚ୍ଚ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ହାରିସ୍‌ଙ୍କ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିଥିବା ଅଜୟ ଜୈନ ଭୁଟୋରିଆ କହିଛନ୍ତି, ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଟଙ୍କା ସଂଗ୍ରହ ତଥା ଖର୍ଚ୍ଚ କରିବା ସତ୍ତ୍ୱେ ହାରିସ୍‌ଙ୍କ ୨୦୧୪ ନିର୍ବାଚନର ସ୍ବର ସେହି ଭୋଟରଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଥିଲା। ବଢୁଥିବା ଖର୍ଚ୍ଚ ସହିତ ସଂଘର୍ଷ କରୁଥିବା ମଧ୍ୟବିତ୍ତ ଆମେରିକୀୟମାନଙ୍କ ମଧ୍ୟରେ ବ୍ୟବଧାନକୁ ଦୂର କରିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri