ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ପରାଜୟକୁ ସ୍ବୀକାର କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ନାରାଜ। ଭୋଟରେ ଜାଲିଆତି ହୋଇଥିବା କହି ସେ ବିଭିନ୍ନ ଝୁଲା ରାଜ୍ୟରେ ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି। ବାଇଡେନ୍‌ ପ୍ରଶାସନକୁ ନୁହେଁ, ଦ୍ୱିତୀୟ ଟ୍ରମ୍ପ୍‌ ପ୍ରଶାସନକୁ କ୍ଷମତା ହସ୍ତାନ୍ତର ହେବ ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ ଖବରଦାତାମାନଙ୍କୁ କହିଥିବାବେଳେ ଭୋଟ ଜାଲିଆତି ଅଭିଯୋଗର ଅନୁଧ୍ୟାନ କରିବା ଲାଗି ଆଟର୍ନି ଜେନେରାଲ ଓ୍ବିଲିୟମ ବାର୍‌ ନ୍ୟାୟ ବିଭାଗକୁ କହିଛନ୍ତି। ସେପଟେ ରାଷ୍ଟ୍ରପତି ଟ୍ରମ୍ପ୍‌ ପେଣ୍ଟାଗନ୍‌ ଶୀର୍ଷ ନେତୃତ୍ୱଙ୍କୁ ବରଖାସ୍ତ କରି ସେମାନଙ୍କ ସ୍ଥାନରେ ନିଜର ବିଶ୍ୱସ୍ତଙ୍କୁ ନିଯୁକ୍ତି ଦେଇଥିବାରୁ ବିଶ୍ୱର ସର୍ବପ୍ରଥମ ଗଣତନ୍ତ୍ରିକ ରାଷ୍ଟ୍ରରେ କ୍ଷମତା ବିଦ୍ରୋହ ଘଟିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
୨୪୪ ବର୍ଷ ଆମେରିକା ଇତିହାସରେ ଏଭଳି ଘଟଣା କେବେ ଘଟି ନ ଥିଲା। ନିର୍ବାଚନ ହାରିବା ପରେ କୌଣସି ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରି ନ ଥିଲେ। ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ଟ୍ରମ୍ପ୍‌ କୋର୍ଟ ଯାଇଥିଲେ ହେଁ ସେ ଏଥିପାଇଁ କୌଣସି ପ୍ରମାଣ ଦାଖଲ କରିପାରି ନାହାନ୍ତି। ଆଇନଗତ ପଦକ୍ଷେପ ଦେଶରେ କେବଳ ଅରାଜକତା ସୃଷ୍ଟି କରିବା ସହ ରାଷ୍ଟ୍ରପତି ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବିତ କରାଇବ। ତେବେ ଏହା ବାଇଡେନଙ୍କୁ ରାଷ୍ଟ୍ରପତି ହେବାରୁ ରୋକିପାରିବ ନାହିଁ ବୋଲି କୁହାଯାଉଛି।
ଯଦି ପରାଜିତ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ନ କରନ୍ତି ତେବେ କ’ଣ ପଦକ୍ଷେପ ନିଆଯିବ ସେନେଇ ଆମେରିକା ସମ୍ବିଧାନରେ କିଛି କୁହାଯାଇନାହିଁ। ତେବେ ଟ୍ରମ୍ପ୍‌ ଯଦି ତାଙ୍କ ଜିଦ୍‌ରେ ଅଟଳ ରହନ୍ତି, ତେବେ ନିଜ ଦଳ ଓ କଂଗ୍ରେସରୁ ତାଙ୍କ ଉପରେ ଚାପ ପଡ଼ିପାରେ। ତେଣୁ ଶେଷରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରିନେଇପାରନ୍ତି ବୋଲି କୁହାଯାଉଥିଲେ ହେଁ ଏହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। କାର୍ଯ୍ୟକାଳ ଶେଷ ହେବା ପରେ ଅନିଚ୍ଛା ସତ୍ତ୍ୱେ ସେ ହ୍ବାଇଟ ହାଉସ୍‌ ଛାଡ଼ିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ଯଦି ସେ ନ ଯାଆନ୍ତି, ତେବେ ତାଙ୍କୁ ଗିରଫ କରିବା ପାଇଁ ଏଫ୍‌ବିଆଇ କିମ୍ବା ନାଭି ସିଲ୍ସ ଅଥବା ଆଇନକୁ କାର୍ଯ୍ୟକାରୀ କରୁଥିବା ଅନ୍ୟ କୌଣସି ସଂସ୍ଥାର ସହାୟତା ନିଆଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଜେପି ବିକ୍ଷୋଭ ସ୍ଥଳ ନିକଟରେ ହିଂସା: ଟେକାମାଡ଼ରେ ୫ ପୋଲିସ ଆହତ

ନୂଆଦିଲ୍ଲୀ,୨୩ା୭: ନୂଆଦିଲ୍ଲୀର ଯନ୍ତରମନ୍ତରସ୍ଥିତ ବିକ୍ଷୋଭ ସ୍ଥଳ ନିକଟରେ ବୁଧବାର ସନ୍ଧ୍ୟାରେ ହିଂସାକାଣ୍ଡ ଘଟିଛି। ବିକ୍ଷୋଭକାରୀଙ୍କ ଟେକାମାଡ଼ରେ ୨ ଜଣ ଏସିପିଙ୍କ ସମେତ ୫ ପୋଲିସ ଆହତ ହୋଇଛନ୍ତି।…

କିଡ୍‌ନୀ ରୋଗରେ ପୁଣି ଜଣେ ଚାଷୀଙ୍କ ମୃତ୍ୟୁ: ଚିକିତ୍ସା ଅଭାବକୁ ନେଇ ପୁଣି ଉଠିଲା ପ୍ରଶ୍ନ

ସୋନପୁର,୨୩।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାର ୧୦ ଜିପିଏଲ୍‌ଏଫ୍‌ (ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ) ପ୍ରୋସେସିଂ ମେଶିନ କିଣିବା ନାମରେ ଠକାମିର ଶିକାର ହୋଇଛନ୍ତି। ଏଜେନ୍ସି କୋଟିଏ ଟଙ୍କା ବର୍ଷେ…

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: NEET-UG ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି। ଜନ୍ତର-ମନ୍ତରରେ…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri