ପରାଜୟ ସ୍ବୀକାର କରୁନାହାନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ, ୧୩।୧୧:ଆମେରିକା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବାଇଡେନ୍‌ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ୭୪ ଇଲେକ୍ଟୋରାଲ ଭୋଟ ପାଇ ବିଜୟୀ ହୋଇଛନ୍ତି। ତେବେ ପରାଜୟକୁ ସ୍ବୀକାର କରିବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ନାରାଜ। ଭୋଟରେ ଜାଲିଆତି ହୋଇଥିବା କହି ସେ ବିଭିନ୍ନ ଝୁଲା ରାଜ୍ୟରେ ଫଳାଫଳକୁ ଅଦାଲତରେ ଚ୍ୟାଲେଞ୍ଜ କରିଛନ୍ତି। ବାଇଡେନ୍‌ ପ୍ରଶାସନକୁ ନୁହେଁ, ଦ୍ୱିତୀୟ ଟ୍ରମ୍ପ୍‌ ପ୍ରଶାସନକୁ କ୍ଷମତା ହସ୍ତାନ୍ତର ହେବ ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ ଖବରଦାତାମାନଙ୍କୁ କହିଥିବାବେଳେ ଭୋଟ ଜାଲିଆତି ଅଭିଯୋଗର ଅନୁଧ୍ୟାନ କରିବା ଲାଗି ଆଟର୍ନି ଜେନେରାଲ ଓ୍ବିଲିୟମ ବାର୍‌ ନ୍ୟାୟ ବିଭାଗକୁ କହିଛନ୍ତି। ସେପଟେ ରାଷ୍ଟ୍ରପତି ଟ୍ରମ୍ପ୍‌ ପେଣ୍ଟାଗନ୍‌ ଶୀର୍ଷ ନେତୃତ୍ୱଙ୍କୁ ବରଖାସ୍ତ କରି ସେମାନଙ୍କ ସ୍ଥାନରେ ନିଜର ବିଶ୍ୱସ୍ତଙ୍କୁ ନିଯୁକ୍ତି ଦେଇଥିବାରୁ ବିଶ୍ୱର ସର୍ବପ୍ରଥମ ଗଣତନ୍ତ୍ରିକ ରାଷ୍ଟ୍ରରେ କ୍ଷମତା ବିଦ୍ରୋହ ଘଟିବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।
୨୪୪ ବର୍ଷ ଆମେରିକା ଇତିହାସରେ ଏଭଳି ଘଟଣା କେବେ ଘଟି ନ ଥିଲା। ନିର୍ବାଚନ ହାରିବା ପରେ କୌଣସି ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଛାଡ଼ିବାକୁ ମନା କରି ନ ଥିଲେ। ନିର୍ବାଚନ ପ୍ରକ୍ରିୟାରେ ଜାଲିଆତି ହୋଇଥିବା ନେଇ ଟ୍ରମ୍ପ୍‌ କୋର୍ଟ ଯାଇଥିଲେ ହେଁ ସେ ଏଥିପାଇଁ କୌଣସି ପ୍ରମାଣ ଦାଖଲ କରିପାରି ନାହାନ୍ତି। ଆଇନଗତ ପଦକ୍ଷେପ ଦେଶରେ କେବଳ ଅରାଜକତା ସୃଷ୍ଟି କରିବା ସହ ରାଷ୍ଟ୍ରପତି ନିଯୁକ୍ତି ପ୍ରକ୍ରିୟାକୁ ବିଳମ୍ବିତ କରାଇବ। ତେବେ ଏହା ବାଇଡେନଙ୍କୁ ରାଷ୍ଟ୍ରପତି ହେବାରୁ ରୋକିପାରିବ ନାହିଁ ବୋଲି କୁହାଯାଉଛି।
ଯଦି ପରାଜିତ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର ନ କରନ୍ତି ତେବେ କ’ଣ ପଦକ୍ଷେପ ନିଆଯିବ ସେନେଇ ଆମେରିକା ସମ୍ବିଧାନରେ କିଛି କୁହାଯାଇନାହିଁ। ତେବେ ଟ୍ରମ୍ପ୍‌ ଯଦି ତାଙ୍କ ଜିଦ୍‌ରେ ଅଟଳ ରହନ୍ତି, ତେବେ ନିଜ ଦଳ ଓ କଂଗ୍ରେସରୁ ତାଙ୍କ ଉପରେ ଚାପ ପଡ଼ିପାରେ। ତେଣୁ ଶେଷରେ ଟ୍ରମ୍ପ୍‌ ପରାଜୟ ସ୍ବୀକାର କରିନେଇପାରନ୍ତି ବୋଲି କୁହାଯାଉଥିଲେ ହେଁ ଏହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ। କାର୍ଯ୍ୟକାଳ ଶେଷ ହେବା ପରେ ଅନିଚ୍ଛା ସତ୍ତ୍ୱେ ସେ ହ୍ବାଇଟ ହାଉସ୍‌ ଛାଡ଼ିପାରନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ଯଦି ସେ ନ ଯାଆନ୍ତି, ତେବେ ତାଙ୍କୁ ଗିରଫ କରିବା ପାଇଁ ଏଫ୍‌ବିଆଇ କିମ୍ବା ନାଭି ସିଲ୍ସ ଅଥବା ଆଇନକୁ କାର୍ଯ୍ୟକାରୀ କରୁଥିବା ଅନ୍ୟ କୌଣସି ସଂସ୍ଥାର ସହାୟତା ନିଆଯାଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଭାରତ ଆସିବେ ବୋରିସ୍‌

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଆସନ୍ତା ଏପ୍ରିଲରେ ଭାରତ ଆସିବେ। ୟୁରୋପିଆନ ୟୁନିୟନରୁ ବ୍ରିଟେନ ବାହାରିବା ପରେ ଏହା ବୋରିସ୍‌ଙ୍କ ପ୍ରଥମ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଗସ୍ତ...

ଉପାଧି ଫେରିପାଇବେ କି ହ୍ୟାରି, ମେଘାନ

ଲଣ୍ଡନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ ପୁଅ ଚାଲର୍‌ସ ବ୍ରିଟେନ୍‌ ରାଜା ହୋଇଥିବା ବେଳେ ଏବେ ପ୍ରିନ୍ସ ହ୍ୟାରି ଏବଂ ସ୍ତ୍ରୀ ମେଘାନ...

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ...

ନାଇଜେରିଆର ଲାଗୋସରେ ଟ୍ରେନକୁ ଧକ୍କା ଦେଲା ଯାତ୍ରୀବାହି ବସ, ୬ ମୃତ ଅନେକେ ଆହତ

ଲାଗୋସ,୧୦ ।୩: ନାଇଜେରିଆର ଲାଗୋସରେ ଗୁରୁବାର ଏକ ଟ୍ରେନକୁ ଏକ ଯାତ୍ରୀବାିଂ ବସ ଧକ୍କା ଦେବା ଫଳରେ ବଡ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ...

ପାକିସ୍ତାନ ଔଷଧ କମ୍ପାନୀର ଉତ୍ପାଦନ ବନ୍ଦ କରିବାକୁ ଧମକ

ଇସଲାମାବାଦ,୨୬।୨: ଆର୍ଥିକ ସଂକଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଔଷଧ ପାଇଁ ସଂଘର୍ଷ କରୁଛି। ଗଣମାଧ୍ୟମ ରିପୋର୍ଟ ମୁତାବକ, ପାକିସ୍ତାନରେ ଅସ୍ତ୍ରୋପ୍ରଚାର ପାଇଁ ଆବଶ୍ୟକ...

ପାକିସ୍ତାନ ସୈନ୍ୟ ବାଂଲାଦେଶରେ କରିଥିଲେ ନରସଂହାର, ଆମେରିକା ସଂସଦରେ ପ୍ରସ୍ତାବ ଆଗତ…

ଓ୍ବାଶିଂଟନ,୧୫।୧୦ : ଆମେରିକାର ଦୁଇ ପ୍ରଭାବଶାଳୀ ସାଂସଦ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ଆଣିଛନ୍ତି । ଯେଉଁଥିରେ ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି...

ଏୟାରପୋର୍ଟରେ ବିନା ପୋଷାକରେ ହଠାତ୍‌ ଡ୍ୟାନ୍ସ କରିବାକୁ ଲାଗିଲେ ମହିଳା, ଆଉ ତା’ ପରେ…

ଜଣେ ମହିଳା ବିନା ପୋଷାକରେ ଡ୍ୟାନ୍ସ କରୁଥିବା ଭିଡିଓ ଦେଖିବାକୁ ମିଳିଛି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଏୟାରପୋର୍ଟରେ ଡ୍ୟାନ୍ସ କରୁଥିବା...

Advertisement
Archives

Model This Week