ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାଙ୍କ ପ୍ରତ୍ୟର୍ପଣ ଉପରେ ମୋହର ଲଗାଇଲେ ଟ୍ରମ୍ପ

ଓ୍ବାଶିଂଟନ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ସେ ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କେବଳ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବ ନାହିଁ ବରଂ ପ୍ରତିରକ୍ଷା ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏହା ସହିତ, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ଏବଂ ଆମେରିକା ଦୃଢ଼ ଭାବରେ ଛିଡ଼ା ହୋଇଥିବା ଦେଖାଯିବ। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଟ୍ରମ୍ପ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଦୋଷୀ ଆତଙ୍କବାଦୀ ତହବୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ମଧ୍ୟ ଅନୁମୋଦନ କରିଛନ୍ତି।

ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ସମୟରେ ଟ୍ରମ୍ପ ଏହା ଘୋଷଣା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ମୁଁ ଘୋଷଣା କରି ଖୁସି ହେଉଛି ଯେ ମୋ ପ୍ରଶାସନ ୨୦୦୮ ମସିହାର ଭୟଙ୍କର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ତାଙ୍କର ଭୂମିକା ପାଇଁ ଭାରତରେ ନ୍ୟାୟର ସମ୍ମୁଖୀନ ହୋଇଥିବା ବିଶ୍ୱର ସବୁଠାରୁ ଖରାପ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଷଡ଼ଯନ୍ତ୍ରକାରୀ (ତାହବୁର ରାଣା)ଙ୍କ ପ୍ରତ୍ୟର୍ପଣକୁ ଅନୁମୋଦନ କରିଛି। ସେ ନ୍ୟାୟର ସମ୍ମୁଖୀନ ହେବା ପାଇଁ ଭାରତ ଫେରି ଯାଉଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଆମେରିକାର ସୁପ୍ରିମକୋର୍ଟ ତହବୁର ରାଣାଙ୍କ ଦୋଷୀ ସାବ୍ୟସ୍ତ ବିରୋଧରେ ଦାଖଲ କରାଯାଇଥିବା ସମୀକ୍ଷା ଆବେଦନକୁ ଖାରଜ କରିଦେଇଥିଲେ। ଉଲ୍ଲେଖନୀୟ ଯେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ବ୍ୟବସାୟୀ ତହବୁର ରାଣାଙ୍କ ଉପରେ ଭାରତରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଅଭିଯୋଗ ଥିଲା, ଯାହା ପରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଭାରତ ମୁମ୍ବାଇ ଆକ୍ରମଣର ଦୋଷୀ ରାଣାଙ୍କ ବିରୋଧରେ ଆମେରିକୀୟ ଏଜେନ୍ସି ସହିତ ସୂଚନା ଶେୟାର କରିଥିଲା। ଯାହାକୁ ପ୍ରଥମେ ନିମ୍ନ ଅଦାଲତରେ ଏବଂ ପରେ ସୁପ୍ରିମକୋର୍ଟରେ ରଖାଯାଇଥିଲା। କୋର୍ଟ ଭାରତର ଏହି ପ୍ରମାଣଗୁଡ଼ିକୁ ଗ୍ରହଣ କରିଥିଲେ ଏବଂ ରାଣାଙ୍କୁ ଦୋଷୀ ଘୋଷଣା କରିଥିଲେ। ଭାରତ ଦେଇଥିବା ଦସ୍ତାବିଜରେ ୨୬/୧୧ ଆକ୍ରମଣରେ ତହବୁର ରାଣାଙ୍କ ସମ୍ପୃକ୍ତି ଉଲ୍ଲେଖ ଥିଲା।
ଏହା ପରେ ଭାରତ ତହବୁର ରାଣାଙ୍କ ପ୍ରତ୍ୟର୍ପଣ ଦାବି କରିବା ଆରମ୍ଭ କଲା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତରେ ରାଣାଙ୍କୁ ଖୋଜାଯାଉଥିଲା। ଏହା ପୂର୍ବରୁ ମଧ୍ୟ ସାନ ଫ୍ରାନ୍ସିସ୍କୋର ନର୍ଦର୍ଣ୍ଣ ସର୍କିଟ ପାଇଁ ଆମେରିକାର କୋର୍ଟ ଅଫ ଅପିଲ୍ସ ସମେତ ଅନେକ ଫେଡେରାଲ କୋର୍ଟରେ ଆଇନଗତ ଲଢ଼େଇ ହାରିଯାଇଥିଲା।
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ତା’ର ଚାର୍ଜସିଟରେ ରାଣାଙ୍କ ନାମ ସାମିଲ କରିଥିଲା। ତାଙ୍କ ଉପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସକ୍ରିୟ ସଦସ୍ୟ ଭାବରେ କାମ କରିବାର ଅଭିଯୋଗ ଥିଲା। ଏଥିସହିତ, ରାଣାଙ୍କୁ ଚାର୍ଜସିଟରେ ଅଭିଯୁକ୍ତ କରାଯାଇଥିଲା ଯେ ସେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଡେଭିଡ କୋଲମ୍ୟାନ ହେଡଲିଙ୍କୁ ସେ ସାହାଯ୍ୟ କରିଥିଲେ। ରାଣା ମୁମ୍ବାଇର କେଉଁ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରାଯିବ ତାହାର ରେକି ମଧ୍ୟ କରିଥିଲେ। ସେ ଏହାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ପାକିସ୍ତାନୀ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?