Posted inଜାତୀୟ

ଟ୍ରକ୍‌-ଟ୍ରାକ୍ଟର ଧକ୍କା: ଚାଲିଗଲା ୧୦ ଶ୍ରମିକଙ୍କ ଜୀବନ

ଲକ୍ଷ୍ନୌ,୪ା୧୦: ଉତ୍ତରପ୍ରଦେଶରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣ ଗୁରୁତର ହୋଇଛନ୍ତି। ମୃତାହତ ସମସ୍ତେ ଶ୍ରମିକ। ଏକ ନିର୍ମାଣ କାମ ସାରି ଶ୍ରମିକମାନେ ରାତିରେ ଘରକୁ ଫେରୁଥିବାବେଳେ ମିର୍ଜାପୁର ନିକଟରେ ଏକ ଟ୍ରକ୍‌ ସହ ଟ୍ରାକ୍ଟରର ଧକ୍କା ହୋଇଥିଲା।

10 workers died in a fierce collision between truck and tractor

କୁହାଯାଉଛି, ୧୩ ଜଣ ଶ୍ରମିକ ଢଳାଇ କାମ ସାରି ଟ୍ରାକ୍ଟରରେ ବସି ଅରାଇର ତିଓ୍ବାରୀ ଗ୍ରାମରୁ ବାରାଣସୀକୁ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଆହତମାନଙ୍କୁ ଚିକିତ୍ସା ପାଇଁ ବାରାଣସୀର ଟ୍ରମା କେନ୍ଦ୍ରକୁ ପଠାଯାଇଛି।

ଏହି ଦୁର୍ଘଟଣାରେ ରାମସିଂହପୁର ମିର୍ଜାମୁରାଦ ଜିଲା ବାରାଣସୀର ହିରାଲାଲ ବାସିନ୍ଦା ଭାନୁ ପ୍ରତାପ (୨୫), ରାମସିଂହପୁର ମିର୍ଜାମୁରାଦର ଅଖିଲେଶଙ୍କ ପୁଅ ବିକାଶ କୁମାର (୨୦), ବୀରବଲପୁର ମିର୍ଜାମୁରାଦର ହବଲାଲ ନିବାସୀ କୁମାର (୩୫)ଙ୍କ ପୁଅ ସୁରଜ କୁମାର (୨୨) ବୀରବଲପୁରର ହବଲାଲ ବାସିନ୍ଦାଙ୍କ ପୁଅ ସାନୋହର (୨୫) ପୁଅ ନନ୍ଦୁ ବାସିନ୍ଦା ବୀରବଲପୁର, ରାକେଶ କୁମାର (୨୫) ପୁଅ କହ୍ନାଇଲାଲ୍‌, ବାସିନ୍ଦା ବୀରବଲପୁର, ପ୍ରେମ କୁମାର (୪୦) ପୁଅ ମହାଦୀ ବାସିନ୍ଦା ବିରବଲପୁର, ରାହୁଲ କୁମାର ଛଦ୍ମନାମ ଟିଲୁ (୩୬) ପୁଅ ମୁନ୍ନା ଲାଲ ବାସିନ୍ଦା ମିର୍ଜାମୁରାଦର, ନିତିନ କୁମାର (୨୨), ବୀରବଲପୁରର ବାସିନ୍ଦା ଦିନାଥଙ୍କ ପୁଅ ରୋଶନ କୁମାର (୧୭)ଙ୍କ ଦେହାନ୍ତ ହୋଇଛି। ସମସ୍ତେ ବାରାଣସୀର ବାସିନ୍ଦା ଥିଲେ।

ଆହତମାନେ ହେଲେ ବୀରବଲପୁର ମିର୍ଜାମୁରାଦର ନନ୍ଦଲାଲ ବାସିନ୍ଦାଙ୍କ ପୁଅ ଆକାଶ କୁମାର (୧୮), ବୀରବଲପୁର ମିର୍ଜାମୁରାଦର ସାହତିଙ୍କ ପୁଅ ଜାମୁନି (୨୬), ବୀରବଲପୁର ମିର୍ଜାମୁରାଦର ଛାବନ ନିବାସୀ ଅଜୟ ସରୋଜ (୫୦) ଆହତ ହୋଇଛନ୍ତି। ଏମାନେ ସମସ୍ତେ ବି ବାରାଣସୀ ବାସିନ୍ଦା।

ପୋଲିସ ଅଧୀକ୍ଷକ ଅଭିନନ୍ଦନ କହିଛନ୍ତି, ଟ୍ରକ୍‌ଟି ପଛରୁ ଟ୍ରାକ୍ଟର ଟ୍ରଲିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?