କଲଭର୍ଟରେ ଦବିଲା ପାଇପ ବୋଝେଇ ଟ୍ରକ: ନିମ୍ନମାନର ରାସ୍ତା କାମକୁ ଦାୟୀ କଲେ ଚାଳକ

ଦାରିଙ୍ଗବାଡି, ୨୪ l୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି -ବୁଡ଼ାଗୁଡା ରାସ୍ତାରେ ଅଘଟଣ ଦେଖିବାକୁ ମିଳିଛି। ଗତକାଲି ଗୁମା ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଡାଇଭର୍ଶନ ରାସ୍ତା ଧୋଇଯିବାର କିଛି ଘଣ୍ଟା ବିତିଯାଇଥିବାବେଳେ ସେହି ରାସ୍ତାର ୫୯ନଂ ଜାତୀୟ ରାଜପଥଠାରୁ ବୁଡ଼ାଗୁଡା ଯିବା ପୂର୍ତ୍ତ ବିଭାଗର ଉକ୍ତ ରାସ୍ତାର ଅଲାରୀ ନିକଟରେ ଏକ ପାଇପ ବୋଝେଇ ଟ୍ରକ ଏକ କଲଭର୍ଟରେ ଦବି ଯାଇ ଫସି ରହିଛି। ଗୋରୁ ପଲକୁ ସାଇଡ ଦେଇ ଯିବା ସମୟରେ ଏହି ଘଟଣା ଘଟିଛି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ଏବେ ପର୍ଯ୍ୟନ୍ତ ଟ୍ରକଟି ଫସି ରହିଛି। ତେବେ ବଡ଼ ଅଘଟଣରୁ ବର୍ତ୍ତି ଗଲି ବୋଲି ଚାଳକ ଜୟରାମ ସାହୁ କହିଛନ୍ତି।
ସେ ଅଭିଯୋଗ କରିଛନ୍ତି, କୋଟି କୋଟି ଟଙ୍କା ବିନିମୟରେ ରାସ୍ତା ସମ୍ପ୍ରସାରଣ କରାଯାଉଛି କିନ୍ତୁ ନିମ୍ନମାନର କାର୍ଯ୍ୟ କରାଯାଇଛି। କଲବେର୍ଟର ସାଇଡରେ ମେଟାଲ ବଦଳରେ ଖାଲି ମାଟି ପଡିଥିବାରୁ ଟ୍ରକ ଦବି ଯାଇଛି। ସେ ଅଭିଯୋଗ କରିଛନ୍ତି, ତାଙ୍କ ଟ୍ରକଟି ଦବି ଯାଇଥିଲେ ମଧ୍ୟ ଠିକା ସଂସ୍ଥାର କୌଣସି ସହଯୋଗ ମିଳିଲାନି। ସେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଫସିଥିବା ସ୍ଥାନରୁ ଟ୍ରକକୁ ବାହାର କରିବାକୁ ଉଦ୍ୟମ କରୁଥିବା କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri