ଟ୍ରକ-ବାଇକ୍‌ ମୁହାଁମୁହିଁ: ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

କର୍ଲାମୁଣ୍ଡା/ମଦନପୁର୧୫।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରିଷି-ରାମପୁର ରାସ୍ତା ପରମାନନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଚାଳକଙ୍କ ମୃତ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କ୍ଷମା ବାଗ (୪୦)। ଆହତମାନେ ହେଲେ ମଦନପୁରର ଶତ୍ରୁଘ୍ନ ଭୋଇ(୩୮) ଓ ବାଲିଗୁଡାର ସଦାଶିବ ଭୋଇ(୪୫)।

ମିଳିଥିବା ସୂଚନା ମୁତାବକ, ରାଉରକେଲାରୁ ଲୁହାରଡ଼ ବୋଝେଇ ଏକ ଟ୍ରକ ମୁନିଗୁଡ଼ା ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ ଜଣ ରାସ୍ତାରେ ଛିଟିକି ପଡିଥିଲେ। ବାଇକ୍‌ ଚାଳକ କ୍ଷମାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶତ୍ରୁଘ୍ନ ଓ ସଦାଶିବ ଭୋଇ ଗୁରୁତର ଆହତ ହୋଇଛନ୍ତି। ଶତ୍ରୁଘ୍ନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଖବରପାଇ ମ.ରାମପୁର ଏସ୍‌ଆଇ ଜୟଦେବ ତାରିଣୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ଥାନରେ ଏକ ଦୁର୍ଘଟଣା ମାମଲା ( ନଂ.୨୩୩/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକଟା ମେଶିନ ପିଟି ହୋଇଯିବାରୁ ଚାଷୀଙ୍କ ପ୍ରାଣଗଲା

ଧାମନଗର, ୧୦ା୫(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ଦିନାଜପୁର ଗ୍ରାମର ମାଧବ ରାଉତ(୪୦) ନାମକ ଚାଷୀ ଧାନକଟା ମେଶିନରେ ପିଟି ହୋଇ ପ୍ରାଣ ହରାଇଛନ୍ତି।...

ରାସ୍ତା ତାଡ଼ିଲେ, ମରାମତି କଥା ଭୁଲିଗଲେ

ରସୁଲପୁର,୨୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳରେ ପ୍ରତି ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ପାନୀୟ ଜଳ ଯୋଗାଣ ଯୋଜନା...

ରଙ୍ଗିନ ଅଣ୍ଡାକୁ ନେଇ ଚର୍ଚ୍ଚା

କେନ୍ଦୁଝର, ୨୪।୪ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ରାଇସୁଆଁ ମୁସଲିମ ବସ୍ତିର ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଲାଙ୍କୁ ମିଳିଥିବା ଅଣ୍ଡାକୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ଏହି...

ଧରା ପଡ଼ି ଛେଚା ଖାଇଲେ ବାଇକ୍‌ ଚୋର

ବେତନଟୀ,୫।୧୦(ସ୍ବ.ପ୍ର.): ଧରାପଡି ନିର୍ଧୂମ ଛେଚା ଖାଇଲେ ବାଇକ ଚୋର। ବୈଶିଙ୍ଗା ଥାନା ଅଧୀନ ଦାହିବାଡି ସାପ୍ତାହିକ ହାଟରୁ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ...

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଦିଗପହଣ୍ଡି,୨୮।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଜପୁର ରୋଡ଼ରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ଟିମ ଚଢ଼ାଉ...

ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ...

ଶିଳ୍ପ ସ୍ବାର୍ଥରେ ବିସ୍ଥାପିତ ବଳି

ଯାଜପୁର ଅଫିସ,୩୧।୭: ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି(ଆର୍‌ପିଡିଏସି) ୬ା୭ା୨୦୦୬ରୁ...

ମେ’ ୧୫ ଯାଏ ବନ୍ଦ ହେଲା ଜଗା ଦର୍ଶନ

ପୁରୀ ଅଫିସ,୨୪।୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି। ମେ’ ୧୫ ଯାଏ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନ ଉପରେ...

Advertisement
Archives

Model This Week