ଲଗାଣ ବର୍ଷାରେ ମୟୂରଭଞ୍ଜ ବେହାଲ, ନଦୀରେ ବଢୁଛି ଜଳସ୍ତର, ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କଲା ବନ୍ୟାଜଳ

ବାରିପଦା,୨୫।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲା ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ଜିଲାର ଏକାଧିକ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି। ଶିମିଳିପାଳରେ ପ୍ରବଳ ବୃଷ୍ଟିପାତ ଯୋଗୁ ବାହାରିଥିବା ନଦୀଗୁଡିକରେ ଜଳସ୍ତର ବଢିଚାଲିଛି । ଅପରାହ୍ନ ସୁଦ୍ଧା ତଳି ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାରିପଦାରେ ବୁଢ଼ାବଳଙ୍ଗ ନଦୀ କ୍ରମାଗତ ଫୁଲୁଥିବା ବେଳେ, ଶିମିଳିପାଳରୁ ବାହାରିଥିବା ପଳପଳା ନଦୀରେ ବନ୍ୟା ଯୋଗୁ ବୁଢ଼ାବଳଙ୍ଗର ଜଳସ୍ତର ବଢ଼ିବାରେ ଲାଗିଛି।

ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ, ଠାକୁରମୁଣ୍ଡା ଓ ବିଶୋଇ ବ୍ଲକରେ ସର୍ବାଧିକ ୧୬୦ ମିଲିମିଟର ବର୍ଷା ହୋଇଥିବା ବେଳେ ବିଜାତଳାରେ ୧୫୦ ମିଲିମିଟର, ରାଇରଙ୍ଗପୁରରେ ୧୨୪, କପ୍ତିପଦାରେ ୧୧୮, କୁସୁମୀରେ ୧୧୨ ଏବଂ ଉଦଳାରେ ୯୫.୩ ମିଲିମିଟର ବୃଷ୍ଟିପାତ ରେକର୍ଡ ହୋଇଛି।

ଶିମିଳିପାଳ ଜୈବମଣ୍ଡଳ ନଅଁଣାରେ ୧୨୩.୨ ମିଲିମିଟର ଓ କୁଳିପାଳରେ ସର୍ବାଧିକ ୩୬୨.୪୫୮ ମିଲିମିଟର ବର୍ଷା ହୋଇଥିବା ବେଳେ ଜେନାବିଲରେ ୨୧୫.୧୩୮, ଭଞ୍ଜବସାରେ ୨୦୭.୦୧, ପୋଡ଼ାଡିହାରେ ୧୭୧.୯୫୮, ଡୋଭରେ ୧୪୧ ଏବଂ କବାଟଘାଇରେ ୧୩୭.୪୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ଶୁକ୍ରବାରେ ସକାଳ ୬ଟାରୁ ୯ଟା ମଧ୍ୟରେ ଉତ୍ତର ପିଠାବଟାରେ ୭୨.୧୨ ମିପୋଡ଼ାଡିହାରେ ୫୮.୪୨ ମିଲିମିଟର ବର୍ଷା ହୋଇଥିବା ବେଳେ ନଓଣାରେ ୩୮.୪, କେନ୍ଦୁମୁଣ୍ଡିରେ ୨୭.୯୪, ବରେହିପାଣିରେ ୨୪.୬୩ ଏବଂ ସାତକୋଶିଆରେ ୨୨.୩୫ ମିଲିମିଟର ବୃଷ୍ଟିପାତ ହୋଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଲଗାଣ ବର୍ଷାର ପ୍ରଭାବରେ ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍‌ଲୁଆ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଉକ୍ତ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି।

ବାଙ୍ଗିରିପୋଷି କାଳିଆମୀ ନିକଟରେ ବୁଢ଼ାବଳଙ୍ଗ ପୋଲ ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ପଳପଳା ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ିବାରୁ ଏକାଧିକ ପୋଲ ଉପରେ ବନ୍ୟାପାଣି ଚାଲୁଛି। ଏହା ଯୋଗୁ ବାଲିଡିହା-କୁଚିଳାଘାଟୀ ଏବଂ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଲୁଲୁଙ୍ଗ ଓ ସୀତାକୁଣ୍ଡ ଅଞ୍ଚଳର ବିଭିନ୍ନ ରିସୋର୍ଟ ମଧ୍ୟ ବନ୍ୟାଜଳ ଘେରରେ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଟିମ୍‌କୁ ପଠାଯାଇଛି।
ଅନ୍ୟପକ୍ଷରେ ପ୍ରବଳ ବର୍ଷା ଯୋଗୁ ସାରସକଣା ବ୍ଲକର ଜାଲଦା ପଞ୍ଚାୟତ ଅନ୍ତର୍ଗତ ପୁନସିଆ ଗ୍ରାମରେ କାନ୍ଥ ପଡ଼ି ଚୁନୁ ନାଏକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ସାହି ଓ ବେତନଟୀ ବ୍ଲକର ମାନଗୋବିନ୍ଦପୁର ଓ ଶାଳଗାଁ ପଞ୍ଚାୟତର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ଗଙ୍ଗାହାର ନଦୀର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେବାରୁ ବୈଶିଙ୍ଗା-ଭୀମଦା ଏବଂ ବଡ଼ସାହି-କୁଆମରା ମଧ୍ୟରେ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ଅଙ୍ଗନବାଡ଼ିଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଓଡ୍ରାଫ ଟିମ୍‌ ସହ ଜିଲାର ସମସ୍ତ ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯାଇଛି। ବିଭିନ୍ନ ତଳିଆ ଅଞ୍ଚଳର ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଉଛି। ଆଗକୁ ବର୍ଷା ପରିମାଣ ବଢ଼ିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସଜାଗ ରହିବା ସହ ତଳିଆ ଓ ନଦୀକୂଳିଆ ଅଞ୍ଚଳ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

ହାତୀନଦୀରେ ବଡ଼ ବନ୍ୟା, ଶହଶହ ଏକର ଚାଷ ଜମି ଜଳମଗ୍ନ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ୩ ଦିନ ଧରି ଲଗାଣ ବର୍ଷା ଏବଂ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜରୁ ୪ଟି ଗେଟ ଖୋଲାଯିବା ପରେ ଶୁକ୍ରବାର…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କଲେ ନବୀନ, SIR ପ୍ରକ୍ରିୟା ଉପରେ କହିଲେ ଏମିତି କଥା: ରାଜନୀତିରେ ଚହଳ

ଭୁବନେଶ୍ୱର, ୨୫।୯: ନିର୍ବାଚନ କମିଶନ ଏବଂ ଭୋଟର ତାଲିକାର SIR ପ୍ରକ୍ରିୟାକୁ ନେଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ…

୪ଦିନ ହେଲା ବର୍ଷା ଜାରି: କୁଳଲଙ୍ଘି ଗର୍ଜନ କରୁଛି ରୁଷିକୁଲ୍ୟା

ପୁରୁଷୋତ୍ତମପୁର,୨୫।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ୪ଦିନ ହେଲା ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁ…

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?