Posted inଫୁରସତ

୨୫ ହଜାର ଟଙ୍କା ସହ ସୁନା ଗହଣା ନେଇଗଲେ ମାଙ୍କଡ଼ ପଲ

ଚେନ୍ନାଇ, ୧୯।୮: ତାମିଲନାଡ଼ୁରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ମାଙ୍କଡ଼ ପଲ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ଘରେ ପଶି ନଗଦ ୭୦ ହଜାର ଟଙ୍କା ସମେତ ସୁନା ଗହଣା ନେଇ ପଳାଇଛନ୍ତି। ଏହି ସମୟରେ ମହିଳାଜଣଙ୍କ ମାଙ୍କଡ଼ଙ୍କ ପିଛା କରିଥିଲେ ମଧ୍ୟ ସୁନା ଗହଣା ଓ ଟଙ୍କା ନେଇ ମାଙ୍କଡ଼ମାନେ ସେଠାରେ ପଳାଇ ଯାଇଥିଲେ।
ଘଟଣାଟି ତାମିଲନାଡ଼ୁର ଥାଞ୍ଜାଭର ଜିଲା ବୀରମାଙ୍ଗୁଡ଼ି ଗ୍ରାମରେ ଘଟିଛି।

ଜି. ଶରଥାମ୍ବଲ ନାମକ ୭୦ ବର୍ଷୀୟା ଏହି ବୃଦ୍ଧା ମଙ୍ଗଳବାର ନିଜଘର ଅଗଣାରେ ଲୁଗା ସଫା କରୁଥିଲେ। ଏହି ସମୟରେ ମାଙ୍କଡ଼ ପଲ ତାଙ୍କ ଘରକୁ ପ୍ରବେଶ କରି କିଛି କଦଳୀ ଓ ଗୋଟିଏ ଚାଉଳ ବ୍ୟାଗ୍‌ ନେଇ ପଳାଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ମହିଳାଜଣଙ୍କ ସେହି ସେହି ଚାଉଳ ବ୍ୟାଗରେ ତାଙ୍କର ସଞ୍ଚିତ ଅର୍ଥ ନଗଦ ୨୫ ହଜାର ଟଙ୍କା ଓ ସୁନା ଗହଣା ଲୁଚାଇ ରଖିଥିଲେ। ମାଙ୍କଡ଼ ପଲ ଏହାପରେ ପାଖରେ ଥିବା ସରକାରୀ ହସ୍ପିଟାଲ ଛାତ ଉପରେ ବସି ଚାଉଳ ଓ କଦଳୀ ଖାଇବାରେ ଲାଗିଥିଲେ। ଏହି ସମୟରେ ଶରଥାମ୍ବଲ ଓ କିଛି ସ୍ଥାନୀୟ ଲୋକ ମାଙ୍କଡ଼ଙ୍କ ପିଛା କରି ସେଠାରେ ପହଞ୍ଚିଥିଲେ ଏବଂ ମାଙ୍କଡ଼ଙ୍କୁ ପ୍ରଲୋଭନ ଦେଖାଇ ବ୍ୟାଗ୍‌ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶେଷରେ ସମସ୍ତ ଉଦ୍ୟମ ବୃଥା ଯାଇଥିଲା, ଯେତେବେଳେ ମାଙ୍କଡ଼ ପଲ ବ୍ୟାଗ ଧରି ସେଠାରୁ ପଳାଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ମହିଳାଜଣଙ୍କ ମନରେଗାରେ କାମ କରି କିଛି ପଇସା ସଞ୍ଚୟ କରିବା ସହିତ କିଛି ସୁନା ଗହଣା ମଧ୍ୟ କିଣିଥିଲେ, ଯାହାକୁ ମାଙ୍କଡ଼ ପଲ ନେଇ ପଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ ବିଶେଷଜ୍ଞ: କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ନିଟରେ ୨ ମାସ ପରେ ମଧ୍ୟ ଦେଖାଯାଉଛି ଲକ୍ଷଣ

ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି।...

ସ୍ମେଲ୍‌ ଟେଷ୍ଟ୍‌ରୁ ଜଣାପଡୁଛି କରୋନା ସଂକ୍ରମଣ ସୂଚନା

ସିଓଲ,୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ସଂକ୍ରମିତଙ୍କ ଚିହ୍ନଟ କରିବା ଲାଗି ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ମେଲ୍‌...

ଘରୁ ଅସରପା ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଅଳିଆ ଆବର୍ଜନା ସ୍ଥାନରେ ଅସରପା ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଅସରପାଙ୍କୁ ଘରୁ ଦୂରେଇ ରଖିବା ପାଇଁ ଚିନି ସହିତ ବେକିଙ୍ଗ୍‌ ସୋଡ଼ା...

ପଗଡ଼ି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଲେ ଶିଖ୍‌ ବ୍ୟକ୍ତି

ଲକ୍‌ଡାଉନ୍‌ରେ ଲୋକେ ଗରିବଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। ଏହି ସମୟରେ ଜଣେ ଶିଖ୍‌ ବ୍ୟକ୍ତି ନିଜର ୧୧ଟି ନୂଆ ପଗଡି କାଟି...

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା କୁକୁଡ଼ା: ପରେ କଲା ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଚାଇନାର ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହିଲେ ବ୍ୟବସାୟୀ: ଆଉ ତାପରେ…

ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଜୋକର କହିବା ଜଣେ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏ ନେଇ ସରକାରଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ଉକ୍ତ ବ୍ୟବସାୟୀ...

ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌...

୨ ମିନିଟ୍‌ ପୂର୍ବରୁ ସରକାରୀ କର୍ମଚାରୀ ଅଫିସ ଛାଡ଼ିଲେ, କଟିଲା ମୋଟା ଅଙ୍କର ଦରମା; ଜାଣିଲେ…

ଭାରତରେ ସରକାରୀ କର୍ମଚାରୀ ନିଜ ଅଫିସକୁ କେତେବେଳେ ଆସନ୍ତି କେତେବେଳେ ଯା’ନ୍ତି ତାର କୌଣସି ଠିକଣା ନ ଥାଏ। ଅଫିସକୁ ବିଳମ୍ବରେ ଆସି ଘରକୁ ଶୀଘ୍ର...

Advertisement
Archives

Model This Week