ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌ ଥ୍ରୁ ଏଣ୍ଟରପ୍ରିନରସିପ୍‌ ଏଣ୍ଡ୍‌ ସ୍କିଲ୍‌ ଅଫ୍‌ ଏସଏଚଜି) ପକ୍ଷରୁ ରାଜ୍ୟର ୮ଜିଲା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଜିଲାର ବିଭିନ୍ନ ବ୍ଲକ ପାଇଁ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ପଦବୀ ପୂରଣ ପାଇଁ ବ୍ଲକ ସଂଯୋଜକ ଏବଂ ଜୀବିକା ସଖୀ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ରାଜ୍ୟରେ ୬୮ ବ୍ଲକ ସଂଯୋଜକ ଏବଂ ୬୪ ଜୀବିକା ସଖୀ ପଦବୀ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଏଥିପାଇଁ ଶନିବାର ଆବେଦନ ପ୍ରକ୍ରିୟା ସରିଛି। ଅନ୍ୟପକ୍ଷେ ଆବେଦନ ସରିଥିଲେ ହେଁ ଚୟନ ପ୍ରକ୍ରିୟା ପୂର୍ବରୁ ଏହି ପଦବୀ ନିଯୁକ୍ତିରେ ଆରମ୍ଭରୁ ବିଭିନ୍ନ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲା ଅତାବିରା ବ୍ଲକରୁ ଏଭଳି ଅନିୟମିତତା ତଥା ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି।

ବରଗଡ଼ ଜିଲାରେ ଅତାବିରା, ଅମ୍ବାଭୋନା, ବରଗଡ଼, ବରପାଲି, ଭଟଲି, ଭେଡ଼େନ, ବିଜେପୁର ଏବଂ ସୋହେଲା ବ୍ଲକ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ରହିଛି। ଅତାବିରା ବ୍ଲକରେ ସୋମବାର ଉକ୍ତ ପଦବୀ ପାଇଁ ଚୟନ ପ୍ରକ୍ରିୟା ରହିଛି। ଏଥିପାଇଁ ଏହି ଅତାବିରା ସରକାରୀ ବାଳକ ହାଇସ୍କୁଲ ନିକଟ ତଥା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖ ବହୁମୁଖୀ ସଭାଗୃହ(ମଲ୍ଟି ପର୍ପୋଜ୍‌ ହଲ୍‌)କୁ ପରୀକ୍ଷା କେନ୍ଦ୍ର ପାଇଁ ନିରୁପିତ କରାଯାଇଛି।

ସୋମବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୨୦ମିନିଟ୍‌ ପର୍ଯନ୍ତ ପରୀକ୍ଷା ରହିଥିବା ବେଳେ ପୂର୍ବାହ୍ନ ୧୦ଟା ସୁଦ୍ଧା ପରୀକ୍ଷାକେନ୍ଦ୍ରକୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ରବିବାର ରାତିସୁଦ୍ଧା ଅତାବିରା ବ୍ଲକର ଅନେକ ଆବେଦନକାରୀଙ୍କ ପାଖକୁ ପରୀକ୍ଷାକେନ୍ଦ୍ରକୁ ପ୍ରବେଶ ପାଇଁ ପ୍ରବେଶ ପତ୍ର ଅର୍ଥାତ୍‌ ହଲ୍‌ ଟିକେଟ୍‌ ପହଞ୍ଚି ପାରି ନାହିଁ। କେବଳ ସେତିକି ନୁହେଁ, ଉକ୍ତ ପଦବୀ ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଆବେଦନକାରୀମାନେ ଅନଲାଇନ୍‌ ଆବେଦନ କରିଥିବାବେଳେ ସେମାନଙ୍କୁ ଆବେଦନର ରେଫେରେନ୍ସ ନମ୍ବର ତଥା ସୂଚକ ସଂଖ୍ୟା ମଧ୍ୟ ମିଳିଛି। ସେହିପରି ଆବେଦନକାରୀମାନେ ଅତାବିରା ବ୍ଲକକୁ ପହଞ୍ଚି ବିଭାଗୀୟ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର(ବିପିଏମ)ଙ୍କୁ ଆବେଦନର ପ୍ରିଣ୍ଟକପି ସହିତ ଶିକ୍ଷାଗତ ଯୋଗ୍ୟତା ଆଦିର ହାର୍ଡ଼ କପି ମଧ୍ୟ ପ୍ରଦାନ କରିଛନ୍ତି। ଏହାସତ୍ତ୍ୱେ ପ୍ରବେଶ ପତ୍ର ନ ମିଳିବା ଏବଂ ସମ୍ପୃକ୍ତ ପୋର୍ଟାଲରେ ଆଡ଼ମିଟ୍‌ କାର୍ଡ଼ ସମ୍ପର୍କୀତ କୌଣସି ସୂଚନା ନ ରହିବା ସମସ୍ତଙ୍କୁ ଚକିତ କରିଛି।

ଏହି ବ୍ଲକର ଲହଣ୍ଡା ପଞ୍ଚାୟତ ଅନ୍ତର୍ଗତ ନିଲେଇପାଲି ଗ୍ରାମର ଜଣେ ଆବେଦନକାରୀ ସୁନନ୍ଦା ପ୍ରଧାନ କହିଛନ୍ତି, ସେ ଜୀବିକା ସଖୀ ପଦବୀ ପାଇଁ ଆବେଦନ କରିଥିଲେ। ହେଲେ ତାଙ୍କୁ ଏପର୍ଯ୍ୟନ୍ତ ହଲ୍‌ ଟିକେଟ୍‌ କିମ୍ବା ଆଡ଼ମିଟ୍‌ କାର୍ଡ଼ ମିଳିପାରି ନାହିଁ।

ସେହିପରି ବୁଗବୁଗା ଗ୍ରାମର ଲିପସା ଖମାରୀ କହିଛନ୍ତି, ସେ ବ୍ଲକ ସଂଯୋଜକ ପଦବୀ ପାଇଁ ଅନଲାଇନ୍‌ ଆବେଦନ କରିଥିଲେ। ତାଙ୍କୁ ସମ୍ପୃକ୍ତ ପୋର୍ଟାଲରେ ଆବେଦନ ଗ୍ରହଣର ରେଫେରାନ୍ସ ନମ୍ବର ମିଳିଛି। ମାତ୍ର ଏପର୍ଯ୍ୟନ୍ତ ଆଡ଼ମିଟ୍‌ କାର୍ଡ଼ ମିଳି ନାହିଁ। ଏଭଳିଭାବେ ବୁଗବୁଗା ଗ୍ରାମର ଆଲିସା ଖମାରୀ, ଅତାବିରାର ପୂଜାରାଣୀ ବାଗଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ହୋଇଥିବା ସେମାନେ କହିଛନ୍ତି।
ଏହି ସମ୍ପର୍କରେ ଜାଣିବାକୁ ଅତାବିରା ବିଡ଼ିଓ ରିପୁନାଥ ସୁନାଙ୍କୁ ତାଙ୍କ ମୋବାଇଲ ନମ୍ବର 9668400450 ଏବଂ ବିପିଏମ ମନୋଜ କେର୍କେଟାଙ୍କୁ ତାଙ୍କ ମୋବାଇଲ ନମ୍ବର 6370793987ରେ ଯୋଗାଯୋଗ କରିବାରୁ କଲ୍‌ ରିସିଭ୍‌ ନ କରିବାରୁ ମତାମତ ମିଳିପାରି ନାହିଁ। ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧିନରେ ରହିଥିବା ଏହି ପଦବୀରେ ଏଭଳି ଚଞ୍ଚକତା ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri