ତ୍ରିଶୂଳ ପୋଖରୀ ପାଣି ଦୂଷିତ: ରୋଗ ବ୍ୟାପିବା ଆଶଙ୍କା

ଲୋଇସିଂହା,୨।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ସହରର ତ୍ରିଶୂଳ ପୋଖରୀ ପାଣି ଦୂଷିତ ହୋଇପଡିଛି। ତଥାପି ଏହି ପୋଖରୀରେ ଦୈନିକ ଲୋଇସିଂହା ବସ୍ତିର ଶତାଧିକ ବ୍ୟକ୍ତି ସ୍ନାନ କରୁଥିବାରୁ ଚର୍ମ ରୋଗ ସହିତ ନା ନା ରୋଗ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି। ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ସାପ୍ତାହିକ ବଜାର ନିକଟରେ ରହିଛି ତ୍ରିଶୂଳ ପୋଖରୀ। ଏହି ପୋଖରୀକୁ ବର୍ଷାଦିନରେ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସନ ପାଇଁ ବ୍ୟବସ୍ଥା ନାହିଁ ା କିଛି ବର୍ଷ ପୂର୍ବରୁ ଜଳ ନିଷ୍କାସନ ପାଇଁ ସର୍‌ପ୍ଲସ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ା ହେଲେ ତାହା କୌଣସି କାରଣରୁ ବନ୍ଦ କରି ଦିଆଯାଇଥିଲା। ଏଣୁ ନିଷ୍କାସନ ପଥ ନ ଥିବାରୁ ପୋଖରୀରେ ପାଣି ଜମି ରହି ପ୍ରଦୂଷିତ ହୋଇ ପଡିଛି। ପୋଖରୀ ପାଣିରେ ନୀଳ ଆସ୍ତରଣ ଜମି ଯାଇଛି ା ପାଣି ଅବସ୍ଥା ଏପରି ହୋଇଥିଲେ ସୁଦ୍ଧା ଲୋଇସିଂହା ନୂଆପଡା, ବସ୍ତି ଏବଂ ବସଷ୍ଟାଣ୍ଡ ଅଞ୍ଚଳର ଲୋକେ ନିୟମିତ ଭାବେ ବ୍ୟବହାର କରି ଆସୁଛନ୍ତି ା ପୋଖରୀକୁ ସ୍ନାନ ପାଇଁ ଯାଉଥିବା ଲୋକେ କିଛି ସମୟ ଧରି ପାଣି ସଫା କଲା ପରେ ସ୍ନାନ କରିଥାନ୍ତି। ପୋଖରୀ ପାଣି ବ୍ୟବହାର କରୁଥିବା ଲୋକଙ୍କ ଦେହ କୁଣ୍ଡାଇ ହେଉଥିବା ଅଭିଯୋଗ ହେଉଛି। ଖୁବଶୀୀଘ୍ର ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଗଲେ ଚର୍ମରୋଗ ଏବଂ ଜଳବାହିତ ରୋଗ ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ଏଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବେ ବୋଲି ଲୋଇସିଂହାର ସଚେତନ ଯୁବକ ଦେବାଶିଷ ବିଶୋଇ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ଆନ୍ଧ୍ର ପୋଲିସକୁ କୋରାପୁଟ ବିଧାୟକଙ୍କ ବିରୋଧ: ‘ଆବଶ୍ୟକ ପଡ଼ିଲେ ଓଡ଼ିଶାର ଅନୁମତି ନେଇ ଆସ

ପଟ୍ଟାଙ୍ଗି, ୨୫ା୧୦ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଛି। ଏପରି…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା: ୨୮ରେ ଆନ୍ଧ୍ର ଉପକୂଳ ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଘନୀଭୂତ ହେଉଛି। ଏହା ଶକ୍ତିଶାଳୀ ହୋଇ ଗଭୀର ଅବପାତ ଏବଂ ପରେ ଘୂର୍ଣ୍ଣିବାତ୍ୟାର ରୂପ ନେବାର ଆଶଙ୍କା…

ନବୀନଙ୍କୁ ଭେଟି ଆଶୀର୍ବାଦ ନେଲେ ବାୟାବାବା କଲେଜ ଛାତ୍ର ସଂସଦ ପ୍ରତିନିଧି , ସୁଜାତାଙ୍କ ସହ ସାକ୍ଷାତ କରି…

ମହାକାଳପଡ଼ା/କେନ୍ଦ୍ରାପଡ଼ା, ୨୫ା୧୦ (ପ୍ରତାପ ଚନ୍ଦ୍ର ସ୍ବାଇଁ/ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାକପଡ଼ା ବ୍ଲକ ବାୟାବାବା କଲେଜ ଛାତ୍ର ସଂସଦ ନିର୍ବାଚନରେ ନିର୍ବାଚିତ ପ୍ରାର୍ଥୀମାନେ ଶନିବାର ନବୀନ ନିବାସରେ…

ଗଛରେ କଣ୍ଟା ପିଟି ବିଜ୍ଞାପନ, ନିରବ ବନ ବିଭାଗ: ବେଧଡ଼କ ଗଛରେ ପୋଷ୍ଟର, ବିପଦରେ ବୃକ୍ଷର ସୁରକ୍ଷା

ଦାରିଙ୍ଗବାଡ଼ି, ୨୫।୧୦ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବନାଞ୍ଚଳରେ ଜଙ୍ଗଲ ଓ ଗାଁ ମଧ୍ୟରେ ଥିବା ମୂଲ୍ୟବାନ ବୃକ୍ଷଗୁଡ଼ିକ ଏବେ ଅସୁରକ୍ଷିତ ହୋଇପଡ଼ିଛି। ଗଛରେ କଣ୍ଟା…

ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା: ସୋମବାର ଖୋଲିବନି ବ୍ୟାଙ୍କ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୫।୧୦: କାଲି ଅର୍ଥାତ ସୋମବାର, ୨୬ ଅକ୍ଟୋବରରୁ ଏକ ନୂଆ ସପ୍ତାହ ଆରମ୍ଭ ହେବାକୁ ଯାଉଛି। ଏପରି ପରିସ୍ଥିତିରେ ଯଦି ଆପଣ ଭାବୁଛନ୍ତି ଯେ କାଲି ବ୍ୟାଙ୍କ…

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଟିମ ଇଣ୍ଡିଆ: ବିଶ୍ୱରେ ସୃଷ୍ଟି କଲା ନୂଆ ରେକର୍ଡ, ଅଷ୍ଟ୍ରେଲିଆ-ଇଂଲଣ୍ଡ ପଡିଲେ ପଛରେ…

ନୂଆଦିଲ୍ଲୀ, ୨୫।୧୦: ଶନିବାର ନ୍ୟୁଜିଲାଣ୍ଡକୁ ଦ୍ୱିତୀୟ ଟି-୨୦ ମ୍ୟାଚରେ ୪ ଉଇକେଟ୍‌ରେ ପରାସ୍ତ କରିଛି ଭାରତ। ବ୍ୟାଟିଂରେ ତିଳକ ବର୍ମା, ନମନ ଧୀର ଓ ନୀତୀଶ କୁମାର…

କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଚେତାବନୀ, କହିଲେ ଆଗକୁ ବିପଦ!

ନୂଆଦିଲ୍ଲୀ, ୨୫।୧୦: ଭାରତର ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଆନ୍ଦୋଳନ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି,…

ସୁଧାରିବାର ସୁଯୋଗ

ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ ନଭେମ୍ୱର ୩ରେ ହେବ। ରାଷ୍ଟ୍ରପତିଙ୍କ ୪ ବର୍ଷର କାର୍ଯ୍ୟକାଳ ମଧ୍ୟଭାଗରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ମିଡଟର୍ମ ବା ମଧ୍ୟବର୍ତ୍ତିକାଳୀନ ନିର୍ୱାଚନ କୁୁହାଯାଏ। ଆମେରିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?