Posted inଜାତୀୟ

ସ୍ଥଗିତ ହେବନି ତ୍ରିପୁରା ପୌର ନିର୍ବାଚନ

ନୂଆଦିଲ୍ଲୀ, ୨୪।୧୧: ତ୍ରିପୁରା ପୌର ନିର୍ବାଚନ ଗୁରୁବାର ଅନୁଷ୍ଠିତ ହେବାକୁ ଯାଉଛି। ନିର୍ବାଚନ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ତ୍ରିପୁରା ହିଂସାକାଣ୍ଡ ଘଟଣାକୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ପିଟିଶନ ଦାଏର ହୋଇଥିଲା। ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହେବାରେ ଲାଗିଛି। ତେଣୁ ପୌର ନିର୍ବାଚନକୁ ସ୍ଥଗିତ ରଖିବା ଲାଗି ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ମଙ୍ଗଳବାର ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ସହ ପ୍ରଚାର ଶେଷ ହୋଇସାରିଲାଣି। ୨୫ ତାରିଖରେ ଭୋଟ ଏବଂ ୨୮ ତାରିଖରେ ଗଣତି କରାଯିବ। ନିର୍ବାଚନ ସ୍ଥଗିତ ରଖିବା ଚୂଡ଼ାନ୍ତ ଓ ଚରମ ପଦକ୍ଷେପ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତିରେ ଉନ୍ନତି ସହ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ତ୍ରିପୁରା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାରୁ ଟିଏମ୍‌ସି ଯେଉଁ ଆଶଙ୍କା କରୁଥିଲା ତାହା ଦୂର ହୋଇପାରିବ ବୋଲି ଅଦାଲତ କହିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତ୍ରିପୁରା ପୋଲିସ ଡିଜି ଏବଂ ଆଇଜି (ଆଇନ ଶୃଙ୍ଖଳା) ବୁଧବାର ସକାଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସହ ମିଳିତ ବୈଠକ କରିବେ। ଅବଶିଷ୍ଟ ପର୍ଯ୍ୟାୟ ନିର୍ବାଚନରେ ଶାନ୍ତି ରକ୍ଷା ଲାଗି ରାଜ୍ୟରେ ଉପଲବ୍ଧ ଅର୍ଦ୍ଧସାମରିକ ବଳ ସମ୍ପର୍କରେ ସମୀକ୍ଷା କରାଯିବ। ରିପୋର୍ଟ ଅନୁଯାୟୀ ତ୍ରିପୁରାରେ ଫିଲ୍ଡ ଡ୍ୟୁଟି ପାଇଁ ୩ ବାଟାଲିୟନ ସିଆର୍‌ପିଏଫ୍‌ ଯବାନ ରହିଥିବାବେଳେ ନିର୍ବାଚନ ଡ୍ୟୁଟିରେ ୧୭ କମ୍ପାନୀ ଯବାନ ନିୟୋଜିତ ହେବାର ଅଛି। ଏଥିସହିତ ଆଉ ୧୨ ସେକ୍ସନ ଯବାନଙ୍କ ଆବଶ୍ୟକତା ରହିଛି। ତୃଣମୂଳ ସ୍ତରରେ ସ୍ଥିତି ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ଯବାନ ଯୋଗାଇ ଦେବା ଲାଗି ସିଆର୍‌ପିଏଫ୍‌କୁ କୁହାଯିବ। ଏହା ଭୋଟ ଦିନ ବ୍ୟତୀତ ଶାନ୍ତିପୂର୍ଣ୍ଣ ଓ ଅବାଧ ନିର୍ବାଚନ ପରିଚାଳନା ଲାଗି ଡିଜି ଏବଂ ଆଇଜି ସମସ୍ତ ପଦକ୍ଷେପ ନେବେ। ଚତୁର୍ଥରେ ନିର୍ବାଚନ ସମ୍ପର୍କିତ ସମସ୍ତ ଅଭିଯୋଗ, ଏତଲା, କାର୍ଯ୍ୟାନୁଷ୍ଠାନ ରିପୋର୍ଟ ରାଜ୍ୟ ସରକାର କୋର୍ଟରେ ଦାଖଲ କରିବେ। ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ନିରପେକ୍ଷ କର୍ତ୍ତବ୍ୟ ସମ୍ପାଦନ କରିବା ଲାଗି ସୁପ୍ରିମକୋର୍ଟ କହିଛନ୍ତି।
ନଭେମ୍ବର ୨୫ରେ ଅଗରତାଲା ପୌର ନିଗମ ସମେତ ୨୦ଟି ପୌର ସଂସ୍ଥାରେ ଭୋଟ ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ନିର୍ବାଚନ ହେବାକୁ ଥିବା ମୋଟ ୩୩୪ ଆସନ ମଧ୍ୟରୁ ଭାଜପା ୧୧୨ଟିରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛି। ଅବଶିଷ୍ଟ ୨୨୨ ଆସନ ଲାଗି ନିର୍ବାଚନ ରଣାଙ୍ଗନରେ ୭୮୫ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି।
ସୂଚନାଯୋଗ୍ୟ, ବାଂଲାଦେଶରେ ଏକ ଦୁର୍ଗାପୂଜା ପେଣ୍ଡାଲରେ କୋରାନକୁ ଦେବୀଙ୍କ ପାଦ ନିକଟରେ ରଖାଯିବାକୁ କେନ୍ଦ୍ରକରି ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏହାର ପ୍ରଭାବ ତ୍ରିପୁରାରେ ପଡ଼ିଥିଲା। ଅକ୍ଟୋବର ୧୯ରୁ ୨୬ ମଧ୍ୟରେ ତ୍ରିପୁରାର କେତେକ ଅଞ୍ଚଳରେ ମସ୍‌ଜିଦ୍‌ ସମେତ ମୁସଲମାନଙ୍କ ଦୋକାନ ଉପରେ ଆକ୍ରମଣ ହୋଇଥିଲା। ସ୍ଥିତି ସୁଧୁରିଥିଲେ ମଧ୍ୟ ସୋସିଆଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେୟାର କରାଯାଇ ହିଂସାକୁ ଉସୁକାଯାଇଥିଲା। ଗତ ଶନିବାର ରାତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏକ ସଭାରେ ଯୋଗ ଦେଇଥିବାବେଳେ ଟିଏମ୍‌ସି ନେତ୍ରୀ ସାୟନୀ ଘୋଷ ସେଠାରେ ‘ଖେଲା ହୋବେ’ ସ୍ଲୋଗାନ ଦେବା ସହ ବିଶୃଙ୍ଖଳା ସୃଷ୍ଟି ଲାଗି ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣା ଦେବା ସହ ତ୍ରିପୁରା ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କଠାରୁ ଜବାବ ଚାହିଁଥିଲେ। ପରେ ଅମିତ ଶାହା ଏମ୍‌ପିମାନଙ୍କ ପ୍ରତିନିଧି ଦଳକୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପୌର ନିର୍ବାଚନ ପ୍ରଚାରବେଳେ ବିରୋଧୀ ଦଳଗୁଡ଼ିକ ପ୍ରତି ହିଂସା ଘଟଣା ରୋକିବାରେ ସରକାର ବିଫଳ ହୋଇଛନ୍ତି। ନଭେମ୍ବର ୧୧ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗୁଡ଼ୁଥିବାରୁ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଟିଏମ୍‌ସି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri