ତ୍ରିପାକ୍ଷିକ ଆଲୋଚନା ନିଷ୍ଫଳ

କିଭ୍‌,୨୫ା୧(ରଏଟର୍ସ): ୨୦୨୨ ଫେବୃଆରୀରୁ ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମାସକ ପରେ ପଞ୍ଚମ ବର୍ଷରେ ପହଞ୍ଚତ୍ବାକୁ ଥିବାବେଳେ ସଂଘର୍ଷର ଅବସାନ ଘଟାଇବା ପାଇଁ ଆମେରିକା ଚାପରେ ଉଭୟ ପକ୍ଷ ଆଲୋଚନା ଟେବୁଲକୁ ଆସିଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ଶୁକ୍ରବାର ଓ ଶନିବାର ରୁଷୀୟ ଏବଂ ୟୁକ୍ରେନୀୟ କୂଟନୀତିଜ୍ଞମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କିନ୍ତୁ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷୀୟ ସୈନ୍ୟ ପୁଣି ଆକ୍ରମଣ କରିଛନ୍ତି। ଏହି ଏୟାର ଷ୍ଟ୍ରାଇକ୍‌ରେ ଅନୂ୍ୟନ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୩୨ ଜଣ ଆହତ ହୋଇଛନ୍ତି। ୟୁକ୍ରେନ୍‌ର ଦ୍ୱିତୀୟ ବଡ଼ ସହର ଖାର୍‌କିଭ୍‌ରେ ମଧ୍ୟ ଡ୍ରୋନ୍‌ ଆକ୍ରମଣରେ ୨୭ ଜଣ ଆହତ ହୋଇଥିବା ସେଠାକାର ରିଜିଓନାଲ ହେଡ୍‌ ଓଲେହ ସିନିଏହୁବୋଭ୍‌ ସୂଚନା ଦେଇଛନ୍ତି। ରୁଷିଆ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣର ପ୍ରତ୍ୟକ୍ଷ ପ୍ରଭାବ ଆବୁଧାବିରେ ଚାଲିଥିବା ତ୍ରିପାକ୍ଷିକ ଆଲୋଚନା ଉପରେ ପଡ଼ିଛି। ଆମେରିକା, ରୁଷିଆ କିମ୍ବା ୟୁକ୍ରେନ୍‌ ପକ୍ଷରୁ କୌଣସି ଚୁକ୍ତି ସମ୍ପର୍କରେ ଘୋଷଣା କରାଯାଇନାହିଁ। ତେବେ ଉଭୟ ମସ୍କୋ ଓ କିଭ୍‌ ପରବର୍ତ୍ତୀ ଆଲୋଚନା ପାଇଁ ଆଗ୍ରହୀ ଥିବା କହିଛନ୍ତି।
ଆମେରିକା ମଧ୍ୟସ୍ଥତାରେ ଶନିବାର ଅନୁଷ୍ଠିତ ବୈଠକରୁ କୌଣସି ସୁଫଳ ମିଳିନାହିଁ। ୟୁକ୍ରେନୀୟମାନେ ଶୀତରେ ଥରୁଥିବାବେଳେ ରୁଷିଆର ରାତିଅଧିଆ ଆକ୍ରମଣକୁ ଏହାର କାରଣ ବୋଲି ମନେକରାଯାଉଛି। ରୁଷିଆ ପକ୍ଷରୁ ଶୁକ୍ରବାର ରାତିରେ ଘନଘନ ଏୟାର ଷ୍ଟ୍ରାଇକ୍‌ ଓ ଡ୍ରୋନ୍‌ ମାଡ଼ କରାଯାଇଥିଲା। ଏଥିଯୋଗୁ କିଭ୍‌ ସମେତ କେତେକ ଅଞ୍ଚଳର ଶକ୍ତି ପ୍ରକଳ୍ପ କ୍ଷତିଗ୍ରସ୍ତ ହେବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ବୈଠକ ଶେଷରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି Xରେ କହିଛନ୍ତି, ଆଲୋଚନାର ମୁଖ୍ୟ ବିନ୍ଦୁ ଯୁଦ୍ଧ ବନ୍ଦ ପାଇଁ ସମ୍ଭାବ୍ୟ ମାପଦଣ୍ଡ ସ୍ଥିର କରିବା ଥିଲା। ଆସନ୍ତା ସପ୍ତାହରେ ପରବର୍ତ୍ତୀ ବୈଠକ ହୋଇପାରେ। ୟୁଏଇ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ସାମ୍ନାସାମ୍ନି ଆଲୋଚନା ହୋଇଥିଲା, ଯାହାକି ଗତ ୪ ବର୍ଷରେ ବିରଳ। ତେବେ ଓ୍ବାଶିଂଟନ୍‌ର ଶାନ୍ତି ପ୍ରସ୍ତାବ ଉପରେ ସକାରାମତ୍କ ପରିଣାମ ଆସିପାରେ। ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଆଣ୍ଡ୍ରି ସିବିହା କୌଣସି ନିଷ୍କର୍ଷ ବାହାରି ନ ପାରିବା ପଛରେ ପୁଟିନ୍‌ଙ୍କ ‘ବର୍ବରତା’କୁ ଦାୟୀ କରିଛନ୍ତି। ଶାନ୍ତି ଆଲୋଚନା ଚାଲିଥିବାବେଳେ ପୁଟିନ୍‌ଙ୍କ ମିଶାଇଲ୍‌ ଆମ ଲୋକଙ୍କୁ ମାରୁଛି ବୋଲି ସେ ସମାଲୋଚନା କରିଛନ୍ତି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗ୍ୟାସ୍‌ ମହଜୁଦ୍‌ ଉପରେ ଯୋଗାଣ ବିଭାଗର ଚଢ଼ାଉ, ୨୨୯ ଘରୋଇ ସିଲିଣ୍ଡର ଜବତ

ଖୋର୍ଦ୍ଧା,୩୧ା୧୦(ପ୍ରଭାତ ପାଣିଗ୍ରାହୀ): ଘରୋଇ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରର ବେଆଇନ ମହଜୁଦ ଓ କଳାବଜାର ଉପରେ ଖୋର୍ଦ୍ଧା ଜିଲା ଯୋଗାଣ ବିଭାଗ ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। ଭୁବନେଶ୍ୱର…

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେନି, ଚା’ ପିଇ ଚାଲିଗଲା ବିଜେଡି ଟିମ୍‌, ନିରାଶ ହେଲେ ଅଞ୍ଚଳବାସୀ

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ଓ ଋଷିକୁଲ୍ୟାର ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳ। ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶନିବାର ରାତିରେ ପହଞ୍ଚିଲା…

ବର୍ଷା ପବନରେ ଧାନଫସଲ ନଷ୍ଟ: କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

ଅତାବିରା,୩୧ା୧୦(ଯୁଧିଷ୍ଠିର ମହାପାତ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଯୋଗୁ ବରଗଡ଼ ଜିଲା ଅତାବିରା ଅଞ୍ଚଳର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାକୁ…

ବଦଳିବ ସମାଜ, ମଜଭୁତ ହେବ ପୋଲିସ-ଜନସାଧାରଣ ସମ୍ପର୍କ

କେସିଙ୍ଗା,୩୧ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପରିସରରେ ଆମ ପୋଲିସ ସମିତି ପକ୍ଷରୁ ଜାତୀୟ ଏକତା ଦିବସ ଏବଂ ନିଶାମୁକ୍ତ ଓଡ଼ିଶା ଅଭିଯାନକୁ ନେଇ…

କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ: ରାସ୍ତା ଉପରେ ପଡ଼ିଛି ବିରାଟ ପଥର, ଏଣେ ଡରାଇଲାଣି ବର୍ଷା

ଭଞ୍ଜନଗର,୩୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବାତ୍ୟା ପରବର୍ତ୍ତୀ ବନ୍ୟା ଯୋଗୁ ଶହଶହ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ବର୍ଷବର୍ଷର ପରିଶ୍ରମ ଓ ରୋଜଗାରରେ ଗଢ଼ିଥିବା ସମ୍ପତ୍ତି…

ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଭେଟିଲେ କେନ୍ଦୁଝର ଏମ୍‌ପି, ପ୍ରତିଶ୍ରୁତି ଦେଇ କହିଲେ…

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ଆଞ୍ଚଳିକ ମହାବିଦ୍ୟାଳୟ ଓ ଛେନାପଦୀ ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟର ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କୁ ଶନିବାର କେନ୍ଦୁଝର ଏମ୍‌ପି ଅନନ୍ତ…

ଭୂତ ଟିପ ମାରି ଭତ୍ତା ନେବା ଘଟଣାର ତଦନ୍ତ ଆରମ୍ଭ

ହାଟଡିହୀ,୩୧ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ପଞ୍ଚାୟତରେ ୩୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାଁରେ (ଭୂତ ଟିପ ମାରି) ଭତ୍ତା ଉଠାଯାଇଥିବା ଅଭିଯୋଗ ଘଟଣାରେ…

ଇସ୍ରାଏଲ ନିର୍ବାଚନ: ନେତାନ୍ୟାହୁଙ୍କ ସିଂହାସନ ଅନିଶ୍ଚିତ, ଭାରତ ଉପରେ ପଡ଼ିବ କି ପ୍ରଭାବ ଜାଣନ୍ତୁ…

ଜେରୁଜେଲମ୍‌,୩୧ା୧୦: ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କ୍ନେସେଟ’ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?