ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ପାଳନ କରୁଛି। ସେ ଜଣେ ରାଷ୍ଟ୍ରନେତା ଭାବରେ ଅଗଣିତ ଲୋକଙ୍କୁ ପ୍ରେରଣା ଦେଉଛନ୍ତି।
ଏକବିଂଶ ଶତାବ୍ଦୀରେ ଭାରତ ପରିବର୍ତ୍ତନର ସ୍ଥପତି ହୋଇଥିବାରୁ ଆମ ଦେଶ ସର୍ବଦା ଅଟଳଜୀଙ୍କ ନିକଟରେ କୃତଜ୍ଞ ହୋଇ ରହିବ। ୧୯୯୮ରେ ଯେତେବେଳେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ଆମ ଦେଶ ରାଜନୈତିକ ଅସ୍ଥିରତା ମଧ୍ୟ ଦେଇ ଗତି କରୁଥିଲା। ପ୍ରାୟ ୯ ବର୍ଷ ମଧ୍ୟରେ ଆମେ ୪ଟି ଲୋକସଭା ନିିର୍ବାଚନ ଦେଖିଥିଲୁ। ଭାରତର ଲୋକମାନେ ଧୈର୍ଯ୍ୟହରା ହୋଇ ପଡ଼ିବା ସହ ସରକାରମାନେ ପ୍ରଶାସନ ପରିଚାଳନା କରିବାରେ ସକ୍ଷମ ହେବା ନେଇ ସନ୍ଦେହ ମଧ୍ୟ କରୁଥିଲେ। ଅଟଳଜୀ ହିଁ ସ୍ଥିର ଏବଂ ପ୍ରଭାବଶାଳୀ ଶାସନ ପ୍ରଦାନ କରି ଏହି ଧାରାକୁ ବଦଳାଇଥିଲେ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା କାରଣରୁ ସେ ସାଧାରଣ ନାଗରିକଙ୍କ ସଂଘର୍ଷ ଏବଂ ପ୍ରଭାବଶାଳୀ ପ୍ରଶାସନର ପରିବର୍ତ୍ତନଶୀଳ ଶକ୍ତିକୁ ଅନୁଭବ କରିଥିଲେ।
ଆମ ଆଖପାଖରେ ଅନେକ କ୍ଷେତ୍ରରେ ଅଟଳଜୀଙ୍କ ନେତୃତ୍ୱର ଦୀର୍ଘକାଳୀନ ପ୍ରଭାବ ଦେଖିବାକୁ ମିଳିଥାଏ। ତାଙ୍କ ଯୁଗରେ ସୂଚନା ପ୍ରଯୁକ୍ତିବିଦ୍ୟା, ଦୂରସଞ୍ଚାର ଏବଂ ଯୋଗାଯୋଗ ଦୁନିଆରେ ଏକ ବିରାଟ ପ୍ରଗତି ଦେଖିବାକୁ ମିଳିଥିଲା। ଅତି ସକ୍ରିୟ ଯୁବଶକ୍ତି ରହିଥିବା ଆମ ଭଳି ଏକ ରାଷ୍ଟ୍ର ପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଟଳଜୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସାଧାରଣ ନାଗରିକଙ୍କ ପାଖରେ ପ୍ରଯୁକ୍ତିକୁ ପହଞ୍ଚାଇବା ପାଇଁ ପ୍ରଥମ ଥର ଗମ୍ଭୀର ପ୍ରୟାସ କରିଥିଲେ। ଏଥିସହିତ ଭାରତକୁ ଯୋଡ଼ିବାରେ ସରକାରଙ୍କର ଦୂରଦୃଷ୍ଟି ମଧ୍ୟ ରହିଥିଲା। ଆଜି ବି ଅଧିକାଂଶ ଲୋକ ସ୍ବର୍ଣ୍ଣ ଚତୁର୍ଭୁଜ ପ୍ରକଳ୍ପକୁ ମନେ ପକାଇଥା’ନ୍ତି, ଯାହା ସମଗ୍ର ଭାରତକୁ ରାଜପଥ ଜରିଆରେ ସଂଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ୍‌ ସଡ଼କ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଆଞ୍ଚଳିକ ଗମନାଗମନରେ ସୁଧାର ଆଣିବା ପାଇଁ ବାଜପେୟୀ ସରକାରଙ୍କ ପ୍ରୟାସ ମଧ୍ୟ ସମାନ ଭାବରେ ଉଲ୍ଲେଖନୀୟ ଥିଲା। ସେହିଭଳି ତାଙ୍କ ସରକାର ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରକଳ୍ପ ଭାବରେ ଉଭା ହୋଇଥିବା ଦିଲ୍ଲୀ ମେଟ୍ରୋ ପାଇଁ ବ୍ୟାପକ କାର୍ଯ୍ୟ କରି ମେଟ୍ରୋ ସଂଯୋଗକୁ ପ୍ରୋତ୍ସାହନ ଦେଇଥିଲେ। ତେଣୁ ବାଜପେୟୀ ସରକାର କେବଳ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ନ ଥିଲେ ବରଂ ଦୂରବର୍ତ୍ତୀ ଅଞ୍ଚଳକୁ ନିକଟତର କରି ଦେଶର ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହିତ କରିଥିଲେ।
ଅଟଳଜୀ ଏପରି ଏକ ଭାରତ ଗଠନ କରିବାର ସ୍ବପ୍ନ ଦେଖିଥିଲେ; ଯେଉଁଠାରେ ଆଧୁନିକ ଶିକ୍ଷା ସମଗ୍ର ଦେଶରେ, ବିଶେଷ କରି ଗରିବ ଓ ଅବହେଳିତ ବର୍ଗଙ୍କ ପାଇଁ ଉପଲବ୍ଧ ହୋଇପାରିବ। ସାମାଜିକ କ୍ଷେତ୍ରରେ ‘ସର୍ବଶିକ୍ଷା ଅଭିଯାନ’ ଭଳି ପଦକ୍ଷେପ ତାଙ୍କର ଏହି ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିଥାଏ। ଏଥିସହିତ ତାଙ୍କ ସରକାର ଅନେକ ଆର୍ଥିକ ସଂସ୍କାର ଆରମ୍ଭ କରିଥିଲେ, ଯାହାଫଳରେ ଦୀର୍ଘ ଦଶନ୍ଧି ପର୍ଯ୍ୟନ୍ତ ପ୍ରିୟାପ୍ରୀତି ତୋଷଣ ଏବଂ ସ୍ଥାଣୁତାକୁ ପ୍ରୋତ୍ସାହନ ଦେଉଥିବା ଆର୍ଥିକ ଦର୍ଶନକୁ ଅନୁସରଣ କରିବା ଛାଡ଼ି ଭାରତୀୟ ଅର୍ଥବ୍ୟବସ୍ଥାର ବାସ୍ତବିକ ଅଭିବୃଦ୍ଧି ପାଇଁ ମଞ୍ଚ ପ୍ରସ୍ତୁତ ହୋଇଥିଲା।
ଶ୍ରୀ ବାଜପେୟୀଙ୍କ ନେତୃତ୍ୱର ଏକ ଚମତ୍କାର ଉଦାହରଣ ୧୯୯୮ ଗ୍ରୀଷ୍ମଋତୁରେ ଦେଖିବାକୁ ମିଳିଥିଲା। ମେ ୧୧ ତାରିଖରେ ତାଙ୍କ ସରକାର ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଭାରତ ପୋଖରାନ ପରୀକ୍ଷଣ କରିଥିଲା, ଯାହା ଅପରେଶନ ଶକ୍ତି ନାମରେ ପରିଚିତ। ଏହି ପରୀକ୍ଷଣ ଭାରତର ବୈଜ୍ଞାନିକମାନଙ୍କ ଦକ୍ଷତାର ପରିଚୟ ଦେଇଥାଏ। ଭାରତ ଏହି ପରୀକ୍ଷଣ କରିଥିବାରୁ ସାରା ବିଶ୍ୱ ଚକିତ ହୋଇଯାଇଥିଲା ଏବଂ ସ୍ପଷ୍ଟ ଶବ୍ଦରେ ନିଜର କ୍ରୋଧ ପ୍ରକାଶ କରିଥିଲା। ଅନ୍ୟ କେହି ସାଧାରଣ ନେତା ହୋଇଥିଲେ ମୁଣ୍ଡ ନୁଆଁଇଥାନ୍ତେ, କିନ୍ତୁ ଅଟଳଜୀ ଥିଲେ ଭିନ୍ନ ବ୍ୟକ୍ତିତ୍ୱ। ପରିଣାମ କ’ଣ ହେଲା? ଏହାର ଦୁଇଦିନ ପରେ ଅର୍ଥାତ୍‌ ମେ ୧୩ ତାରିଖରେ ଆଉ ଏକ ପରୀକ୍ଷଣ ପାଇଁ ସରକାର ଘୋଷଣା କରିବା ସହ ଭାରତ ଦୃଢ଼ତାର ସହିତ ନିଜର ସ୍ଥିତି ଜାହିର କରିଥିଲା। ୧୧ ତାରିଖର ପରୀକ୍ଷଣରେ ବୈଜ୍ଞାନିକଙ୍କର କୌଶଳ ଦେଖିବାକୁ ମିଳିଥିବା ବେଳେ ୧୩ ତାରିଖରେ ହୋଇଥିବା ପରୀକ୍ଷଣରେ ପ୍ରକୃତ ନେତୃତ୍ୱ ଦେଖିବାକୁ ମିଳିଥିଲା। ଭାରତ କୌଣସି ଧମକ କିମ୍ବା ଚାପରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ବିଶ୍ୱକୁ ବାର୍ତ୍ତା ଦେଇଥିଲା। ଅନ୍ତର୍ଜାତୀୟ କଟକଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ବାଜପେୟୀଙ୍କ ତତ୍କାଳୀନ ଏନ୍‌ଡିଏ ସରକାର ଦୃଢ଼ତାର ସହ ନିଜର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତର ଅଧିକାରକୁ ଦର୍ଶାଇଥିଲେ ଏବଂ ଏହାସହିତ ବିଶ୍ୱ ଶାନ୍ତିର ସବୁଠାରୁ ଶକ୍ତିଶାଳୀ ପ୍ରବକ୍ତା ହୋଇଥିଲେ।
ଅଟଳଜୀ ଭାରତୀୟ ଗଣତନ୍ତ୍ରକୁ ବୁଝିଥିଲେ ଏବଂ ଏହାକୁ ଅଧିକ ଦୃଢ଼ କରିବାର ଆବଶ୍ୟକତାକୁ ମଧ୍ୟ ହୃଦୟଙ୍ଗମ କରିଥିଲେ। ଅଟଳଜୀ ଏନ୍‌ଡିଏ ମେଣ୍ଟର ଅଧ୍ୟକ୍ଷତା କରିଥିଲେ, ଯାହା ଭାରତୀୟ ରାଜନୀତିରେ ମେଣ୍ଟ ପରିଚାଳନାକୁ ପୁନଃପରିଭାଷିତ କରିଥିଲା। ସେ ଲୋକଙ୍କୁ ଏକାଠି କରି ଏନ୍‌ଡିଏକୁ ବିକାଶ, ଜାତୀୟ ପ୍ରଗତି ଏବଂ ଆଞ୍ଚଳିକ ଆକାଂକ୍ଷା ପୂର୍ତ୍ତି ପାଇଁ ଏକ ଶକ୍ତିରେ ପରିଣତ କରିଥିଲେ। ତାଙ୍କ ରାଜନୈତିକ ଯାତ୍ରା ସମୟରେ ତାଙ୍କର ସଂସଦୀୟ ଦକ୍ଷତା ଦେଖିବାକୁ ମିଳିଥିଲା। ହାତଗଣତି ସାଂସଦ ଥିବା ଦଳରୁ ସେ ପ୍ରତିନିଧିତ୍ୱ କରୁଥିଲେ, କିନ୍ତୁ ତାଙ୍କ କଥା ସେତେବେଳେ ସର୍ବଶକ୍ତିଶାଳୀ କଂଗ୍ରେସ ଦଳର ଶକ୍ତିକୁ ଦୋହଲାଇଦେବା ପାଇଁ ଯଥେଷ୍ଟ ଥିଲା। ପ୍ରଧାନମନ୍ତ୍ରୀ ଭାବରେ ସେ ବିରୋଧୀଙ୍କ ସମାଲୋଚନାକୁ ସ୍ବତନ୍ତ୍ର ଶୈଳୀ ଓ ସାମର୍ଥ୍ୟର ସହ ମୁକାବିଲା କରିଥିଲେ। ତାଙ୍କର କ୍ୟାରିୟର ମୁଖ୍ୟତଃ ବିରୋଧୀ ଦଳରେ ବିତିଥିଲା, କିନ୍ତୁ କଂଗ୍ରେସ ତାଙ୍କୁ ଦେଶଦ୍ରୋହୀ କହି ଅତି ନିମ୍ନସ୍ତରକୁ ଖସି ଆସିଥିଲେ ମଧ୍ୟ ତାଙ୍କ ମନରେ କେବେ ବି କାହା ବିରୋଧରେ ତିକ୍ତତା ନ ଥିଲା।
ସୁବିଧାବାଦୀ ଉପାୟରେ କ୍ଷମତାରେ ରହିବାକୁ ମଧ୍ୟ ସେ କେବେ ବି ଆଗ୍ରହୀ ନ ଥିଲେ। ଘୋଡ଼ା ବେପାର ଓ ଘୃଣ୍ୟ ରାଜନୀତିର ମାର୍ଗ ଅନୁସରଣ କରିବା ପରିବର୍ତ୍ତେ ୧୯୯୬ରେ ସେ ଇସ୍ତଫା ଦେବାକୁ ପସନ୍ଦ କରିଥିଲେ। ୧୯୯୯ରେ ତାଙ୍କ ସରକାର ଗୋଟିଏ ଭୋଟରେ ପରାସ୍ତ ହୋଇଥିଲା। ସେତେବେଳେ ହେଉଥିବା ଅନୈତିକ ରାଜନୀତିର ମୁକାବିଲା କରିବା ପାଇଁ ଅନେକ ଲୋକ ତାଙ୍କୁ କହିଥିଲେ କିନ୍ତୁ ସେ ନିୟମ ମାନି ଆଗକୁ ବଢ଼ିବା ପାଇଁ ପସନ୍ଦ କରିଥିଲେ। ଶେଷରେ ସେ ଜନତାଙ୍କଠାରୁ ଆଉ ଏକ ମଜଭୁତ ଜନାଦେଶ ନେଇ ଫେରିଥିଲେ।
ଯେତେବେଳେ ଆମ ସମ୍ବିଧାନର ସୁରକ୍ଷା ପାଇଁ ପ୍ରତିବଦ୍ଧତା କଥା ଆସେ, ଅଟଳଜୀ ସର୍ବୋଚ୍ଚ ସୋପାନରେ ଠିଆ ହୋଇଥିବା ଦେଖିବାକୁ ମିଳନ୍ତି। ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସହିଦ ହେବା ଘଟଣାରେ ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ଏହାର ଅନେକ ବର୍ଷ ପରେ ସେ ଜରୁରିକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନର ଏକ ସ୍ତମ୍ଭ ସାଜିଥିଲେ। ଜରୁରୀ ପରିସ୍ଥିତି ପରେ ୧୯୭୭ ନିର୍ବାଚନ ପୂର୍ବରୁ ସେ ନିଜ ଦଳ (ଜନସଂଘ)କୁ ଜନତା ପାର୍ଟିରେ ମିଶ୍ରଣ କରିବାକୁ ରାଜି ହୋଇଥିଲେ। ମୁଁ ନିଶ୍ଚିତ ଯେ ତାଙ୍କ ପାଇଁ ଏବଂ ଅନ୍ୟମାନଙ୍କ ଲାଗି ଏହା ଏକ ଯନ୍ତ୍ରଣାଦାୟକ ନିଷ୍ପତ୍ତି ହୋଇଥିବ, କିନ୍ତୁ ସେତେବେଳେ ସମ୍ବିଧାନର ସୁରକ୍ଷା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।
ଭାରତୀୟ ସଂସ୍କୃତି ସହ ଅଟଳଜୀଙ୍କର କେତେ ଗଭୀର ସମ୍ପର୍କ ଥିଲା ତାହା ମଧ୍ୟ ଉଲ୍ଲେଖନୀୟ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ହେବା ପରେ ସେ ଜାତିସଂଘରେ ହିନ୍ଦୀରେ ଭାଷଣ ଦେବାରେ ପ୍ରଥମ ଭାରତୀୟ ନେତା ହୋଇଥିଲେ। ଏହି ଗୋଟିଏ ପଦକ୍ଷେପ ଭାରତର ଐତିହ୍ୟ ଓ ପରିଚୟକୁ ନେଇ ତାଙ୍କ ସୀମାହୀନ ସ୍ବାଭିମାନକୁ ପ୍ରଦର୍ଶିତ କରିବା ସହ ବିଶ୍ୱ ସ୍ତରରେ ତାଙ୍କର ଏକ ଅବିସ୍ମରଣୀୟ ଛାପ ଛାଡ଼ିଥିଲା।
ଅଟଳଜୀଙ୍କ ବ୍ୟକ୍ତିତ୍ୱ ଚୁମ୍ବକୀୟ ଥିଲା ଏବଂ ସାହିତ୍ୟ ଓ ଅଭିବ୍ୟକ୍ତି ପ୍ରତି ତାଙ୍କର ଭଲପାଇବା କାରଣରୁ ତାଙ୍କ ଜୀବନ ସମୃଦ୍ଧ ହୋଇଥିଲା। ଜଣେ ଉତ୍କୃଷ୍ଟ ଲେଖକ ଓ କବି ଭାବେ ସେ ବିଚାର ଉଦ୍ରେକକାରୀ ତଥା ପ୍ରେରଣାଦାୟୀ ଲେଖା ଲେଖୁଥିଲେ। ତାଙ୍କର ଲେଖା ସାନ୍ତ୍ୱନା ପ୍ରଦାନକାରୀ ମଧ୍ୟ ଥିଲା। ତାଙ୍କର କବିତାରେ, ପ୍ରାୟତଃ ତାଙ୍କର ଅନ୍ତରୀଣ ସଂଘର୍ଷ, ଦେଶ ପାଇଁ ରହିଥିବା ଆଶା ପ୍ରତିଫଳିତ ହୋଇଥାଏ। ଏହା ବର୍ତ୍ତମାନ ସୁଦ୍ଧା ଅନେକ ପିିଢ଼ିର ଲୋକଙ୍କୁ ପ୍ରଭାବିତ କରି ଚାଲିଛି।
ଅଟଳଜୀଙ୍କ ଭଳି ଜଣେ ବ୍ୟକ୍ତିଙ୍କଠାରୁ ଶିଖିବା ଏବଂ ତାଙ୍କ ସହ କଥା ହେବାରେ ସକ୍ଷମ ହେବା ମୋ ଭଳି ଅନେକ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ପାଇଁ ସୌଭାଗ୍ୟର ବିଷୟ। ଭାଜପା ପାଇଁ ତାଙ୍କର ଅବଦାନ ଥିଲା ମୂଳ ଆଧାର। ତତ୍କାଳୀନ ସମୟରେ ପ୍ରଭାବଶାଳୀ କଂଗ୍ରେସର ବିକଳ୍ପ ଆଭିମୁଖ୍ୟ ଗ୍ରହଣ କରିବାରେ ନେତୃତ୍ୱ ନେବା ତାଙ୍କର ମହାନତାକୁ ପ୍ରଦର୍ଶିତ କରିଥାଏ। ଶ୍ରୀ ଲାଲକୃଷ୍ଣ ଆଡ୍‌ଭାନୀ ଜୀ ଏବଂ ଡକ୍ଟର ମୁରଲୀ ମନୋହର ଯୋଶୀଙ୍କ ଭଳି ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶି ସେ ଦଳକୁ ଏହାର ପ୍ରାରମ୍ଭିକ ଅବସ୍ଥାରୁ ଆଗକୁ ବଢ଼ାଇଥିଲେ। ଏଥିପାଇଁ ସେମାନଙ୍କୁ ଅନେକ ଆହ୍ବାନ, ପରାଜୟ ଏବଂ ବିଜୟର ସାମ୍‌ନା କରିବାକୁ ପଡ଼ିଥିଲା। ଆଦର୍ଶ ଓ କ୍ଷମତା ମଧ୍ୟରୁ ସେ ସବୁବେଳେ ପ୍ରଥମଟିକୁ ବାଛିଥିଲେ। ସେ ଦେଶବାସୀଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ ଯେ କଂଗ୍ରେସର ଏକ ବିକଳ୍ପ ବିଶ୍ୱ ଦୃଷ୍ଟିକୋଣ ସମ୍ଭବ ଏବଂ ଏପରି ଦୃଷ୍ଟିକୋଣ ସୁଶାସନ ଦେଇପାରିବ।
ଆସନ୍ତୁ ତାଙ୍କ ୧୦୦ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶକୁ ସାକାର କରିବା ଏବଂ ଭାରତ ପାଇଁ ତାଙ୍କର ସ୍ବପ୍ନକୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରିବା। ଆସନ୍ତୁ ଆମେ ଏପରି ଏକ ଭାରତ ଗଠନ ପାଇଁ ପ୍ରୟାସ କରିବା; ଯାହା ତାଙ୍କର ସୁଶାସନ, ଏକତା ଏବଂ ପ୍ରଗତିର ନୀତିକୁ ପ୍ରତିଫଳିତ କରିବ। ଆମ ଦେଶର ସାମର୍ଥ୍ୟ ଉପରେ ଅଟଳଜୀଙ୍କ ଅତୁଟ ବିଶ୍ୱାସ ଆମକୁ ଉଚ୍ଚ ଲକ୍ଷ୍ୟ ହାସଲ କରିବା ଏବଂ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?