ନୂଆଦିଲ୍ଲୀ,୩୧।୧୦: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୪୫ ତମ ଜନ୍ମ ବାର୍ଷିକୀରେ ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଓ୍ବଡ଼ିଆଠାରେ ସର୍ଦ୍ଦାରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ସର୍ଦ୍ଦାରଙ୍କ ଜନ୍ମ ତିଥିରେ ପାଳନ କରାଯାଇଥିବା ରାଷ୍ଟ୍ରୀୟ ଏକତା ଦିବସରେ ପରେଡ଼ ଅନୁଷ୍ଠିତ ହୋଇଛି। ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ପରେଡ଼ରେ ଯୋଗଦେଇଛନ୍ତି। ସୂଚନଯୋଗ୍ୟ, ଦେଶ ସ୍ବାଧୀନ ହେବା ସମୟରେ ୫୬୨ ରାଜରାଜୁଡ଼ା ଅଞ୍ଚଳ ଭାରତ ସହିତ ମିଶିଥିଲା। ଏଥିରେ ସର୍ଦ୍ଦାରଙ୍କର ଉଲ୍ଲେଖନୀୟ ଅବଦାନ ଥିଲା।