ଆଦିବାସୀ ଓ ଆମ୍ବଟାକୁଆ

ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଅନୁସୂଚିତ ଜନଜାତିର ଦୁଇଜଣ ସ୍ତ୍ରୀ ଲୋକ ଆମ୍ବଟାକୁଆକୁ ରୋଷେଇ କରି ଖାଇ ମୃତ୍ୟୁବରଣ କଲେ ଓ ୬ ଜଣ ଅସୁସ୍ଥ ହେବାର ଖବର ରାଜ୍ୟବାସୀଙ୍କୁ ଚିନ୍ତାଗ୍ରସ୍ତ କରାଇଛି।
ସେଥିରୁ ଜଣେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି। ଏହାକୁ କେତେକ ରାଜନୈତିକ ଦଳର ଲୋକମାନେ ଆମ୍ବଟାକୁଆ ଆଦିବାସୀମାନଙ୍କ ଖାଦ୍ୟ ଓ ଏହାକୁ ସେମାନେ ବରାବର ଖାଆନ୍ତି ବୋଲି ଅଭିହିତ କରି ଦୋଷ ଘୋଡ଼ାଇ ଚାଲିଛନ୍ତି।
ପ୍ରଶ୍ନ ଉଠିଛି ଯେ ଦୋଷ କାହାର ନ ଦେଖି ସେହି ଅନୁସୂଚିତ ଜନଜାତି ମହିଳାମାନେ ଆମ୍ବଟାକୁଆ ଖାଇବାକୁ ଗଲେ କାହିଁକି। ପ୍ରକୃତରେ ଏହି ସମସ୍ୟାରେ ଆମର ପ୍ରଶାସନିକ ବ୍ୟବସ୍ଥା ଯେ ପୂର୍ଣ୍ଣ ମାତ୍ରାରେ ଦାୟୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ସମସ୍ୟା ପାଇଁ ରାଜନୈତିକ ଦଳଠାରୁ ଅଧିକ ପରିମାଣରେ ଦାୟୀ ହେଉଛନ୍ତି ପ୍ରଶାସନିକ ଅଧିକାରୀମାନେ। କାରଣ ରାଜନୈତିକ ଦଳ ଯେଉଁମାନେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ ସେମାନେ କେହି ସ୍ଥାୟୀ ନୁହନ୍ତି। ପ୍ରତି ପାଞ୍ଚବର୍ଷରେ ସେମାନେ ବଦଳନ୍ତି। ଗତ ସରକାର ହେଉ ବା ବର୍ତ୍ତମାନର ସରକାର ସେମାନେ ବିଧାନସଭାରେ ଅନୁସୂଚିତ ଜନଜାତିମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରନ୍ତି, ଯାହାକୁ କି ପ୍ରଶାସନିକ ଅଧିକାରୀମାନେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ତାହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ କିନ୍ତୁ ଏହି ଅଧିକାରୀମାନେ ତା’ର ପ୍ରତ୍ୟକ୍ଷ ତଦାରଖ କରି ନ ପାରିବାରୁ ଏଭଳି ଅଘଟଣ ଘଟିଛି। ଯଦି ଅପହଞ୍ଚ ଅଞ୍ଚଳରେ ଆଦିବାସୀ କଲ୍ୟାଣ ବିଭାଗର ସର୍ବୋଚ୍ଚ ଅଧିକାରୀ ମାନେ ଜିଲା ସ୍ତରର ଅଧିକାରୀ, ଉପଜିଲାପାଳ, ବିଡିଓ, ତାଙ୍କ ସହକର୍ମୀ, ଉଦ୍ୟାନ ବିଭାଗ ଅଧିକାରୀମାନେ ସମୟ ସମୟରେ ସେହି ଗାଁମାନଙ୍କୁ ଯାଇ ତୃଣମୂଳ ସ୍ତରରେ ଲୋକମାନଙ୍କର କି କି ଅସୁବିଧା ଅଛି ତାହା ଦୂର କରିବାକୁ ସେମାନଙ୍କ ସହିତ ଆଲୋଚନା କରିଥାନ୍ତେ ତେବେ ଏ ପ୍ରକାରର ସମସ୍ୟା ହୋଇ ନ ଥାଆନ୍ତା।
ଆଦିବାସୀମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରର ଉନ୍ନତି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ସେଗୁଡ଼ିକ ସେମାନଙ୍କ ପାଖରେ ଯଥେଷ୍ଟ ପରିମାଣରେ ପହଞ୍ଚି ପାରୁନାହିଁ। ଅନେକ ବାଟମାରଣା ହୋଇଯାଉଛି। ଯେତେବେଳେ କାଶୀପୁରରେ ଆମ୍ବଟାକୁଆ ଖାଇ ଲୋକମାନେ ମୃତ୍ୟୁବରଣ କରିଥିଲେ ସେତେବେଳେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଚିଠି କରାଯାଇଥିଲା ଓ ଆର୍‌ଡିସି ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କଠାରୁ ନେଇ ସମସ୍ତ ଜିଲା ପ୍ରଶାସନକୁ ତାଗିଦ୍‌ କରିଥିଲେ କିନ୍ତୁ ଠିକ୍‌ ପରମୁହୂର୍ତ୍ତରେ ଆର୍‌ଡିସିଙ୍କ ବଦଳି ହୋଇଯିବାରୁ ଆଉ ସେହି ପଦକ୍ଷେପ ଆଗକୁ ନ ବଢ଼ି ସେଇଠି ରହିଗଲା। ଫଳ ସ୍ବରୂପ ଲୋକେ ଏବେ ବି ଆମ୍ବଟାକୁଆକୁ ଖାଦ୍ୟ ରୂପେ ଖାଉଛନ୍ତି ଓ ତା’ର ପ୍ରଭାବ ପଡ଼ି ଲୋକେ ମୃତ୍ୟୁବରଣ କରୁଛନ୍ତି। ସରକାର ସବୁ ପ୍ରକାରର ସହାୟତା ଯୋଗାଉଛନ୍ତି କିନ୍ତୁ ତାହା ତଳ ସ୍ତରରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ। ତାହାର ଉଚିତ ତଦାରଖ ହେଉନାହିଁ। ଗତ ସରକାର ଓ ଏବେକାର ସରକାର କେବଳ ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି କିନ୍ତୁ ସମାଧାନର ବାଟ କେହି ଆନ୍ତରିକତାର ସହିତ ଚିନ୍ତା କରୁନାହାନ୍ତି।
ଏବେ ମଧ୍ୟ ଆମ ଦେଶର ଅନେକ ଅପହଞ୍ଚ ଅଞ୍ଚଳରେ ଏଯାଏ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ରାସ୍ତା ଇତ୍ୟାଦିର ଘୋର ଅଭାବ ରହିଛି। ଆଧୁନିକ ସଭ୍ୟତାଠାରୁ ଆଦିବାସୀମାନେ ଅନେକ ଦୂରରେ ଓ ଏବେ ବି ଅନେକ ଅନୁସୂଚିତ ଜନଜାତି ଲୁଗାର ପ୍ରକୃତ ବ୍ୟବହାର ଜାଣି ନାହାନ୍ତି। ସେମାନେ ସେଇ ଗାଁର ଠାକୁରାଣୀ ଓ ପୂଜକ ଉପରେ ନିଜର ଅସୁସ୍ଥମାନଙ୍କ ଆରୋଗ୍ୟ ପାଇଁ ନିର୍ଭର କରନ୍ତି। ଦାରିଙ୍ଗବାଡ଼ିରେ ଯେଉଁ ଘଟଣା ଘଟିଲା ତାହା ଏକ ଅତି ସମ୍ବେଦନଶୀଳ ଘଟଣା ଏହି ଊନବିଂଶ ଶତାବ୍ଦୀରେ। ଯେହେତୁ ସେମାନଙ୍କୁ ସରକାରୀ ସ୍ତରରେ ମିଳୁଥିବା ଚାଉଳ ଠିକ୍‌ ସମୟରେ ଓ ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇପାରିଲା ନାହିଁ ତେଣୁ ସେମାନେ ଆମ୍ବଟାକୁଆ ଖାଇବାକୁ ଗଲେ। ଏସବୁ କେବଳ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ହିଁ ହୋଇଛି। ତେଣୁ ଯଦି ବିଭାଗୀୟ ଅଧିକାରୀମାନେ ନିଜ ଅଧସ୍ତନ କର୍ମଚାରୀମାନଙ୍କୁ ସମୟ ସମୟରେ ତାଙ୍କ କାର୍ଯ୍ୟ ଯାଞ୍ଚ କରନ୍ତେ ତେବେ ବୋଧହୁଏ ଆଉ ଏପରି ସମସ୍ୟା ଭବିଷ୍ୟତରେ ହୋଇପାରନ୍ତା ନାହିଁ।
ପ୍ଲଟ ନଂ ୨୫, ସୂର୍ଯ୍ୟନଗର, ଭୁବନେଶ୍ୱର
ମୋ:୯୪୩୭୧୮୫୬୦୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?