ଆଦିବାସୀ ଓ ଆମ୍ବଟାକୁଆ

ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଅନୁସୂଚିତ ଜନଜାତିର ଦୁଇଜଣ ସ୍ତ୍ରୀ ଲୋକ ଆମ୍ବଟାକୁଆକୁ ରୋଷେଇ କରି ଖାଇ ମୃତ୍ୟୁବରଣ କଲେ ଓ ୬ ଜଣ ଅସୁସ୍ଥ ହେବାର ଖବର ରାଜ୍ୟବାସୀଙ୍କୁ ଚିନ୍ତାଗ୍ରସ୍ତ କରାଇଛି।
ସେଥିରୁ ଜଣେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି। ଏହାକୁ କେତେକ ରାଜନୈତିକ ଦଳର ଲୋକମାନେ ଆମ୍ବଟାକୁଆ ଆଦିବାସୀମାନଙ୍କ ଖାଦ୍ୟ ଓ ଏହାକୁ ସେମାନେ ବରାବର ଖାଆନ୍ତି ବୋଲି ଅଭିହିତ କରି ଦୋଷ ଘୋଡ଼ାଇ ଚାଲିଛନ୍ତି।
ପ୍ରଶ୍ନ ଉଠିଛି ଯେ ଦୋଷ କାହାର ନ ଦେଖି ସେହି ଅନୁସୂଚିତ ଜନଜାତି ମହିଳାମାନେ ଆମ୍ବଟାକୁଆ ଖାଇବାକୁ ଗଲେ କାହିଁକି। ପ୍ରକୃତରେ ଏହି ସମସ୍ୟାରେ ଆମର ପ୍ରଶାସନିକ ବ୍ୟବସ୍ଥା ଯେ ପୂର୍ଣ୍ଣ ମାତ୍ରାରେ ଦାୟୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ସମସ୍ୟା ପାଇଁ ରାଜନୈତିକ ଦଳଠାରୁ ଅଧିକ ପରିମାଣରେ ଦାୟୀ ହେଉଛନ୍ତି ପ୍ରଶାସନିକ ଅଧିକାରୀମାନେ। କାରଣ ରାଜନୈତିକ ଦଳ ଯେଉଁମାନେ ଶାସକ ଦଳ ହୁଅନ୍ତୁ ବା ବିରୋଧୀ ଦଳ ସେମାନେ କେହି ସ୍ଥାୟୀ ନୁହନ୍ତି। ପ୍ରତି ପାଞ୍ଚବର୍ଷରେ ସେମାନେ ବଦଳନ୍ତି। ଗତ ସରକାର ହେଉ ବା ବର୍ତ୍ତମାନର ସରକାର ସେମାନେ ବିଧାନସଭାରେ ଅନୁସୂଚିତ ଜନଜାତିମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ଯୋଜନା କରନ୍ତି, ଯାହାକୁ କି ପ୍ରଶାସନିକ ଅଧିକାରୀମାନେ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ତାହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ କିନ୍ତୁ ଏହି ଅଧିକାରୀମାନେ ତା’ର ପ୍ରତ୍ୟକ୍ଷ ତଦାରଖ କରି ନ ପାରିବାରୁ ଏଭଳି ଅଘଟଣ ଘଟିଛି। ଯଦି ଅପହଞ୍ଚ ଅଞ୍ଚଳରେ ଆଦିବାସୀ କଲ୍ୟାଣ ବିଭାଗର ସର୍ବୋଚ୍ଚ ଅଧିକାରୀ ମାନେ ଜିଲା ସ୍ତରର ଅଧିକାରୀ, ଉପଜିଲାପାଳ, ବିଡିଓ, ତାଙ୍କ ସହକର୍ମୀ, ଉଦ୍ୟାନ ବିଭାଗ ଅଧିକାରୀମାନେ ସମୟ ସମୟରେ ସେହି ଗାଁମାନଙ୍କୁ ଯାଇ ତୃଣମୂଳ ସ୍ତରରେ ଲୋକମାନଙ୍କର କି କି ଅସୁବିଧା ଅଛି ତାହା ଦୂର କରିବାକୁ ସେମାନଙ୍କ ସହିତ ଆଲୋଚନା କରିଥାନ୍ତେ ତେବେ ଏ ପ୍ରକାରର ସମସ୍ୟା ହୋଇ ନ ଥାଆନ୍ତା।
ଆଦିବାସୀମାନଙ୍କ ଆର୍ଥିକ ଓ ସାମାଜିକ ସ୍ତରର ଉନ୍ନତି ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି କିନ୍ତୁ ସେଗୁଡ଼ିକ ସେମାନଙ୍କ ପାଖରେ ଯଥେଷ୍ଟ ପରିମାଣରେ ପହଞ୍ଚି ପାରୁନାହିଁ। ଅନେକ ବାଟମାରଣା ହୋଇଯାଉଛି। ଯେତେବେଳେ କାଶୀପୁରରେ ଆମ୍ବଟାକୁଆ ଖାଇ ଲୋକମାନେ ମୃତ୍ୟୁବରଣ କରିଥିଲେ ସେତେବେଳେ ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଚିଠି କରାଯାଇଥିଲା ଓ ଆର୍‌ଡିସି ମଧ୍ୟ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କଠାରୁ ନେଇ ସମସ୍ତ ଜିଲା ପ୍ରଶାସନକୁ ତାଗିଦ୍‌ କରିଥିଲେ କିନ୍ତୁ ଠିକ୍‌ ପରମୁହୂର୍ତ୍ତରେ ଆର୍‌ଡିସିଙ୍କ ବଦଳି ହୋଇଯିବାରୁ ଆଉ ସେହି ପଦକ୍ଷେପ ଆଗକୁ ନ ବଢ଼ି ସେଇଠି ରହିଗଲା। ଫଳ ସ୍ବରୂପ ଲୋକେ ଏବେ ବି ଆମ୍ବଟାକୁଆକୁ ଖାଦ୍ୟ ରୂପେ ଖାଉଛନ୍ତି ଓ ତା’ର ପ୍ରଭାବ ପଡ଼ି ଲୋକେ ମୃତ୍ୟୁବରଣ କରୁଛନ୍ତି। ସରକାର ସବୁ ପ୍ରକାରର ସହାୟତା ଯୋଗାଉଛନ୍ତି କିନ୍ତୁ ତାହା ତଳ ସ୍ତରରେ ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ। ତାହାର ଉଚିତ ତଦାରଖ ହେଉନାହିଁ। ଗତ ସରକାର ଓ ଏବେକାର ସରକାର କେବଳ ପରସ୍ପରକୁ ଦୋଷ ଦେଇ ଚାଲିଛନ୍ତି କିନ୍ତୁ ସମାଧାନର ବାଟ କେହି ଆନ୍ତରିକତାର ସହିତ ଚିନ୍ତା କରୁନାହାନ୍ତି।
ଏବେ ମଧ୍ୟ ଆମ ଦେଶର ଅନେକ ଅପହଞ୍ଚ ଅଞ୍ଚଳରେ ଏଯାଏ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍‌ ସଂଯୋଗ, ରାସ୍ତା ଇତ୍ୟାଦିର ଘୋର ଅଭାବ ରହିଛି। ଆଧୁନିକ ସଭ୍ୟତାଠାରୁ ଆଦିବାସୀମାନେ ଅନେକ ଦୂରରେ ଓ ଏବେ ବି ଅନେକ ଅନୁସୂଚିତ ଜନଜାତି ଲୁଗାର ପ୍ରକୃତ ବ୍ୟବହାର ଜାଣି ନାହାନ୍ତି। ସେମାନେ ସେଇ ଗାଁର ଠାକୁରାଣୀ ଓ ପୂଜକ ଉପରେ ନିଜର ଅସୁସ୍ଥମାନଙ୍କ ଆରୋଗ୍ୟ ପାଇଁ ନିର୍ଭର କରନ୍ତି। ଦାରିଙ୍ଗବାଡ଼ିରେ ଯେଉଁ ଘଟଣା ଘଟିଲା ତାହା ଏକ ଅତି ସମ୍ବେଦନଶୀଳ ଘଟଣା ଏହି ଊନବିଂଶ ଶତାବ୍ଦୀରେ। ଯେହେତୁ ସେମାନଙ୍କୁ ସରକାରୀ ସ୍ତରରେ ମିଳୁଥିବା ଚାଉଳ ଠିକ୍‌ ସମୟରେ ଓ ଯଥେଷ୍ଟ ପରିମାଣରେ ଉପଲବ୍ଧ ହୋଇପାରିଲା ନାହିଁ ତେଣୁ ସେମାନେ ଆମ୍ବଟାକୁଆ ଖାଇବାକୁ ଗଲେ। ଏସବୁ କେବଳ ପ୍ରଶାସନିକ ସ୍ତରରେ ଅବହେଳା ଯୋଗୁ ହିଁ ହୋଇଛି। ତେଣୁ ଯଦି ବିଭାଗୀୟ ଅଧିକାରୀମାନେ ନିଜ ଅଧସ୍ତନ କର୍ମଚାରୀମାନଙ୍କୁ ସମୟ ସମୟରେ ତାଙ୍କ କାର୍ଯ୍ୟ ଯାଞ୍ଚ କରନ୍ତେ ତେବେ ବୋଧହୁଏ ଆଉ ଏପରି ସମସ୍ୟା ଭବିଷ୍ୟତରେ ହୋଇପାରନ୍ତା ନାହିଁ।
ପ୍ଲଟ ନଂ ୨୫, ସୂର୍ଯ୍ୟନଗର, ଭୁବନେଶ୍ୱର
ମୋ:୯୪୩୭୧୮୫୬୦୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri