ଯୁବତୀଙ୍କୁ ମାଡ଼ ମାରିଲେ ଘର ମାଲିକଙ୍କ ୨ ପୁଅ

ଭୁବନେଶ୍ୱର,୫।୧୨(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଖାରବେଳନଗରସ୍ଥିତ ପ୍ଲଟ ନଂ-୨୨କୁ ଭଡ଼ାରେ ନେଇଥିବା ଘର ଖାଲି କରିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଭଡ଼ାରେ ରହୁଥିବା ଯୁବତୀ ଓ ମାଲିକଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଯୁବତୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଘଟଣାରେ ଖାରବେଳନଗର ଥାନା ପୋଲିସ ଘର ମାଲିକଙ୍କ ଦୁଇ ପୁଅଙ୍କୁ ବୁଧବାର ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ପ୍ରକାଶ ପ୍ରଧାନ (୨୯) ଓ ପ୍ରଦ୍ୟୁମ୍ନ ପ୍ରଧାନ (୪୨)। କୋର୍ଟଚାଲାଣ ପରେ ଅଭିଯୁକ୍ତଦ୍ୱୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତେବେ ଏହି ଝଗଡା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।
ପୋଲିସ ସୂଚନାନୁଯାୟୀ, ପୀଡ଼ିତା ଅଭିଯୋଗକାରିଣୀ ପ୍ଲଟ ନଂ-୨୨ର ତଳମହଲାରେ ଏକ ଘର ନେଇ ୨ବର୍ଷ ହେବ ରହୁଛନ୍ତି। ସେ ଏକ ସଂସ୍ଥାରେ ସେଲ୍ସମ୍ୟାନ ଭାବେ କାମ କରୁଥିବାବେଳେ ଭଡ଼ା ଟଙ୍କା ଦେବାରେ ଅନିୟମିତତା କରିବାରୁ ଘର ଛାଡ଼ିଦେବାକୁ ମାଲିକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ତାଙ୍କୁ ତାଗିଦ୍‌ କରୁଥିଲେ। ହେଲେ ଅଗ୍ରିମ ଭଡ଼ା ବାବଦକୁ ୩୦ ହଜାର ଟଙ୍କା ଦେଇଥିବାବେଳେ ଉକ୍ତ ଟଙ୍କା ଫେରାଇଲେ ସେ ଘର ଛାଡ଼ିବେ ବୋଲି ପୀଡ଼ିତା ଜଣଙ୍କ କହିଥିଲେ। ଏହାକୁ କେନ୍ଦ୍ର କରି ପରସ୍ପର ମଧ୍ୟରେ ଥାନାରେ ଦୁଇ ମାମଲା ମଧ୍ୟ ରହିଛି। ସୋମବାର ମାଲିକଙ୍କ ସ୍ତ୍ରୀଙ୍କୁ ଯୁବତୀ ଜଣଙ୍କ ଗାଳିଗୁଲଜ କରିଥିବା ଅଭିଯୋଗ ପରେ ପୋଲିସ ଆଉ ଏକ ମାମଲା ରୁଜୁ କରିଥିଲା। ମଙ୍ଗଳବାର ସକାଳ ପ୍ରାୟ ୭ଟା ୩୦ରୁ ୮ଟା ୩୦ ମଧ୍ୟରେ ରୁମ୍‌ ପରିସରରେ ପୁଣି ଝଗଡ଼ା ଉଗ୍ରରୂପ ନେଇଥିଲା। ପୀଡ଼ିତା ଯୁବତୀ ଓ ତାଙ୍କ ରୁମମେଟ୍‌ଙ୍କ ମଧ୍ୟରେ ମାଲିକ ପ୍ରଫୁଲ୍ଲ ଏବଂ ତାଙ୍କ ଦୁଇପୁଅଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଯୁବତୀ ଓ ତାଙ୍କ ସାଥୀମାନଙ୍କୁ ଅଭିଯୁକ୍ତମାନେ ଟଣାଓଟରା କରିବା ସହ ଅସଦାଚରଣ କରି ମାଡ଼ ମାରିଥିଲେ। ଏନେଇ ଯୁବତୀଙ୍କ ଏତଲା ଆଧାରରେ ଖାରବେଳନଗର ଥାନା ପୋଲିସ ଏକ ମାମଲା (ନଂ.୫୩୦/୨୦୨୪) ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?