Posted inଫୁରସତ

ଅଧା ମୁହଁର ଟ୍ରେଣ୍ଡ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ନୂଆ ଟ୍ରେଣ୍ଡ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଟ୍ରେଣ୍ଡର ନାଁ ରହିଛି ହାଫ୍‌ ଫେସ୍‌। ଅର୍ଥାତ୍‌ ଅଧା ମୁହଁର ଫଟୋ। ଲୋକେ ନିଜ ନିଜ ଟୁଇଟର ଓ ଫେସ୍‌ବୁକରେ ଏବେ ଅଧା ମୁହଁର ଫଟୋ ପକାଇ କମେଣ୍ଟ ଦେବାରେ ଲାଗିଛନ୍ତି। କେବଳ ମଜା କରିବା ପାଇଁ ଏହି ଟ୍ରେଣ୍ଡ୍‌ ଏବେ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି।
ହାଫ୍‌ ଫେସ୍‌ ଟ୍ରେଣ୍ଡ ପାଇଁ ଲୋକେ ବିଭିନ୍ନ ପ୍ରକାର କ୍ରିଏଟିଭ୍‌ ଉପାୟ ଆପଣେଇବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏହି ଟ୍ରେଣ୍ଡର ଫଟୋ ନିମନ୍ତେ ନିଜର ସେଲ୍‌ଫି କିମ୍ବା ଅନ୍ୟ କାହାର ଫଟୋ ଅପଲୋଡ୍‌ କରିବାକୁ ପଡ଼ିଥାଏ। କିନ୍ତୁ ପ୍ରତ୍ୟେକ ଫଟୋର ଅଧା ଭାଗକୁ ଯେକୌଣସି ଉପାୟରେ ଲୁଚାଇବାକୁ ହୋଇଥାଏ। ଭିନ୍ନ କଥା ହେଉଛି ଅଧା ମୁହଁକୁ ଲୁଚାଇବା ପାଇଁ କିଏ ବିଭିନ୍ନ ପ୍ରକାର ଟାଟୁ କରୁଛି ତ ଆଉ କିଏ ଅଧା ମୁହଁକୁ ଲୁଚାଇ ଫଟୋ ଉଠାଉଛନ୍ତି।
ଏହି ଟ୍ରେଣ୍ଡଟି ଏବେ ଭାଇରାଲ୍‌ ହେବାରେ ଲାଗିଛି। ସେଥିପାଇଁ ଅନେକେ ନିଜର ଅଧା ମୁହଁର ଫଟୋ ପୋଷ୍ଟ କରି ମଜା କରିବାରେ ଲାଗିଛନ୍ତି । କିନ୍ତୁ ଏହାକୁ ନେଇ କେତେଜଣ ନକାରାତ୍ମକ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଟୁଇଟର ଓ ଫେସ୍‌ବୁକରେ ଲୋକେ ନିଜର ଏଭଳି ହାଫ୍‌ ଫଟୋ ଶେୟାର କରିବା ସହିତ ବିଭିନ୍ନ ଗୃହପାଳିତ ପୋଷା ଜୀବଜନ୍ତୁଙ୍କର ବି ଫଟୋ ପୋଷ୍ଟ କରୁଛନ୍ତି। ହାଫ୍‌ ଫେସ୍‌ ଟ୍ରେଣ୍ଡରେ ଫଟୋ ସହିତ କମେଣ୍ଟ ବେଶି ମଜାଦାୟକ। ତେଣୁ ଜଣକ ପରେ ଜଣେ ଏଭଳି ଟ୍ରେଣ୍ଡକୁ ଆପଣେଇ ସୋସିଆଲ୍‌ ମିଡିଆରେ ଏକପ୍ରକାର ମନୋରଞ୍ଜନ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନାରୁପା ଅଳଙ୍କାର ନୁହେଁ, ପ୍ରତିଶୋଧ ନେବାକୁ ବୃଦ୍ଧ ଚୋରି କରୁଥିଲେ ଏମିତି ଜିନିଷ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜାପାନର ରାଜଧାନୀ ଟୋକିଓରେ ରହୁଥିବା ଜଣେ ୬୧ ବର୍ଷର ବୃଦ୍ଧ କୌଣସି ସୁନାରୁପା ଅଳଙ୍କାର ନୁହେଁ, ଏମିତି ଜିନିଷ ଚୋରି କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।...

ଏମିତି ଗାଁ ଯେଉଁଠି ରହିଲେ ଘର, ଟଙ୍କା ଓ ଚାକିରି ପାଇବେ

ରୋମ:ଯୁବକ ଅଥଚ ଚାକିରି ନାହିଁ,ପରିବାର ଅଛି। ତେବେ ପିଲାଟିଏ ଧରି ଚାଲନ୍ତୁ ଇଟାଲୀର ସେହି ଗାଁକୁ , ଯେଉଁଠି ମିଳିବ ୮ ଲକ୍ଷ ଟଙ୍କା ।...

ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ

ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ...

ଲାଇଭ ରିପୋର୍ଟିଂ ସମୟରେ ମହିଳା ରିପୋର୍ଟରଙ୍କ ପଛରେ ପଡ଼ିଗଲା ବିଲେଇ, ଆଉ ତା’ ପରେ

ଲେବାନାନର ରାଜଧାନୀ ବେରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ତଦନ୍ତ ସମ୍ପର୍କରେ ସୂଚନା ଦେଉଥିବା ଜଣେ ମହିଳା ରିପୋର୍ଟରଙ୍କ ସହ ଲାଇଭ ରିପୋର୍ଟିଂ ସମୟରେ ଏହି ହୃଦୟସ୍ପର୍ଶୀ...

ସେବା ଓ ସ୍ବଚ୍ଛତାର ପଥେ ପଥେ

ଚାଣକ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ଲେଖିଛନ୍ତି କୋଷ ମୂଲୋ ଦଣ୍ଡଃ । ଅର୍ଥାତ ଶାସନ ତନ୍ତ୍ର ଚଳାଇବା ପାଇଁ ଆର୍ଥିକ ସମ୍ବଳ ଅତ୍ୟାବଶ୍ୟକ । ଏହାର ସିଂହ...

କୁକୁରକୁ ଗିଳୁଥିଲା କୁମ୍ଭୀର, ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ

ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।...

ସିନେମା ବାଲା ବାବୁ ଭାବେ ପରିଚିତ ଏହି ଶିକ୍ଷକ

ରାୟପୁର,୧୨ ।୯: କରୋନା ପାଇଁ ଏବେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନେ ଅନ୍‌ଲାଇନରେ ପାଠ ପଢୁଛନ୍ତି । ଏହି ସମୟରେ ପିଲାମାନଙ୍କୁ...

ଲଞ୍ଚ ବ୍ରେକ୍‌ଫାଷ୍ଟ ବଦଳରେ ବେବି ପାଉଡ଼ର ଖାଉଛନ୍ତି ଏହି ମହିଳା

ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ...

Advertisement


Archives

Model This Week