ସରଗରମ ହେଉଛି ରାଜଧାନୀ ରାଜନୀତି

ଭୁବନେଶ୍ୱର, ୫।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ରେ ନିର୍ବାଚନ ତାତି ଧୀରେ ଧୀରେ ସରଗରମ ହେବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ସରି ଆସୁଥିବାରୁ ବିଭିନ୍ନ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ଟିକେଟ ପାଇବା ପୂର୍ବରୁ ମଧ୍ୟ ଅନେକ ପ୍ରାର୍ଥୀ ତରବରରେ ନାମାଙ୍କନ ଦାଖଲ କରୁଥିବା ଜଣାପଡିଛି। ଶୁକ୍ରବାର ତୃତୀୟ ଦିନରେ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ୧୬ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୫୨ ନଂ. ଓ୍ବାର୍ଡର ପୂର୍ବତନ କର୍ପୋରେଟର ଶ୍ରୀଧର ବେହେରା ରହିଛନ୍ତି। ଶ୍ରୀଧର ବିଜେଡିରୁ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଉକ୍ତ ଓ୍ବାର୍ଡର କର୍ପୋରେଟର ଦାୟିତ୍ୱରେ ଥିଲେ। ଚଳିତଥର ମଧ୍ୟ ସେ ଦଳୀୟ ଟିକେଟ ଆଶାରେ ରହିଛନ୍ତି। ସେହିଭଳି ଓ୍ବାର୍ଡ ନଂ. ୨୩ ପାଇଁ ଆରତୀ ଭୂୟଁା, ୨୮ ନଂ. ପାଇଁ ପ୍ରିୟମ୍ବଦା ପୃଷ୍ଟି, ୩୨ ନଂ. ପାଇଁ ଜହୁର ଖାନ୍‌, ୩୩ ନଂ. ପାଇଁ ଧରିତ୍ରୀ ଜେନା, ୩୬ ନଂ. ପାଇଁ ମମତା ସେଠୀ, ୩୯ ନଂ. ପାଇଁ ଗୀତାଞ୍ଜଳି ସାହୁ, ୪୦ ନଂ. ପାଇଁ କୁଳସା ବିଶୋଇ, ଓ୍ବାର୍ଡ ନଂ. ୪୨ ପାଇଁ ରଶ୍ମୀ ରଞ୍ଜନ ମହାପାତ୍ର, ୪୫ ନଂ. ପାଇଁ ଜ୍ୟୋତିରେଖା ନାୟକ, ୪୬ ନଂ. ପାଇଁ ମମତା ମଲିକ, ୫୦ ନଂ. ପାଇଁ ରାମଚନ୍ଦ୍ର ରଣସିଂହ, ୫୪ ନଂ. ପାଇଁ ଶିବପ୍ରସାଦ ବେହେରା, ୬୧ ନଂ. ପାଇଁ ନରେନ ସାହୁ ଏବଂ ସୁଭାଷିନୀ ପୃଷ୍ଟି ଓ ୬୫ ନଂ. ଓ୍ବାର୍ଡ ପାଇଁ କାର୍ତ୍ତିକ ଚନ୍ଦ୍ର ସୁନ୍ଦରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଗୁରୁବାର ୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାରୁ ତୃତୀୟ ଦିନ ସୁଦ୍ଧା ମୋଟ୍‌ ୨୦ଜଣ ପ୍ରାର୍ଥୀ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ଦାଖଲ କରି ସାରିଲେଣି। ସେହିପରି କର୍ପୋରେଟର ପଦବୀ ପାଇଁ ଆଉ ୨୧୦ଟି ଫର୍ମ ବିକ୍ରି ହୋଇଛି। ଅପରପକ୍ଷେ ତୃତୀୟ ଦିନ ବିତିଯାଇଥିଲେ ବି କୌଣସି ଦଳ ପକ୍ଷରୁ ମେୟର ପଦବୀ ପାଇଁ ମନୋନୟନ ପତ୍ର ଦାଖଲ ହୋଇନାହିଁ। ତେବେ ତୃତୀୟ ଦିନରେ ୭ଟି ମେୟର ପଦବୀ ଫର୍ମ ବିକ୍ରି ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ କର୍ପୋରେଟର ପଦବୀ ପାଇଁ ମୋଟ୍‌ ୫୮୧ଟି ଫର୍ମ ବିକ୍ରି ହୋଇଥିବାବେଳେ ମେୟର ପଦବୀ ପାଇଁ ୧୫ଟି ଫର୍ମ ବିକ୍ରି ହୋଇଛି।
ଏପଟେ ମନୋନୟନ ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଅତିରିକ୍ତ ଜିଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧିକ କାଉଣ୍ଟର ଖୋଲା ଯାଇଥିଲା। ମନୋନୟନ ପତ୍ରଗୁଡିକ ପ୍ରାରମ୍ଭିକ ଯାଞ୍ଚ ପରେ ପ୍ରାର୍ଥୀମାନେ ନିର୍ଦ୍ଧାରିତ କାଉଣ୍ଟରରେ ସଂପୃକ୍ତ ସହକାରୀ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଟ୍ରାଫିକ ଓ ଜନ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ସମ୍ମୁଖ ରାସ୍ତାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri