Posted inଖେଳ

ତ୍ରିସା-ଗାୟତ୍ରୀ ସେମିଫାଇନାଲରେ

ବର୍ମିଂହାମ୍‌, ୧୮ା୩ (ପି.ଟି.): ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତୀୟ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୭ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ୨୧-୧୪, ୧୮-୨୧, ୨୧-୧୨ରେ ନବଗଠିତ ଚାଇନିଜ ଯୋଡ଼ି ଲି ଓ୍ବେନ ମେଇ ଏବଂ ଲିୟୁ ଜୁଆନ୍‌ ଜୁଆନ୍‌ଙ୍କୁ ହରାଇ ଦେଇଛନ୍ତି। ତ୍ରିସା-ଗାୟତ୍ରୀ ଯୋଡ଼ିଙ୍କୁ ଛାଡ଼ିଦେଲେ ଚାମ୍ପିୟନଶିପ୍‌ରେ ଭାଗ ନେଇଥିବା ଅନ୍ୟ ଭାରତୀୟ ଖେଳାଳିମାନେ ପରାଜିତ ହୋଇ ବିଦାୟ ନେଇ ସାରିଛନ୍ତି। ବର୍ତ୍ତମାନ ସେମାନେ ୮ମ ସିଡ୍‌ ଇଣ୍ଡୋନେସିଆର ଆପ୍ରିୟାନୀ ରାହାୟୁ ଓ ସିତି ଫାଦିଆ ସିଲ୍‌ଭା ରାମାଧାନ୍ତି କିମ୍ବା କୋରିଆର ବେକ୍‌ ହା ନା ଓ ଲି ସୋ ହି ଯୋଡ଼ିକୁ ଭେଟିବେ। ଗାୟତ୍ରୀ ଓ ତ୍ରିସା ଗତ ସଂସ୍କରଣରେ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେଥର ସେମାନଙ୍କୁ ଶେଷ ମୁହୂର୍ତ୍ତରେ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଥିଲା। ଏଥର କିନ୍ତୁ ଅଭିଜ୍ଞତା ଦୃଷ୍ଟିରୁ ସେମାନଙ୍କୁ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଛି। ଏଥର କିନ୍ତୁ ଅଭିଜ୍ଞତାକୁ ବିଚାର କରାଯାଇ ସେମାନଙ୍କୁ ମୁଖ୍ୟ ଡ୍ର’ରେ ସ୍ଥାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଦାର୍ପଣ ରଣଜୀ ମ୍ୟାଚ୍‌ରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ,୨୦।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ୟଶ ଧୂଲ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଛନ୍ତି। ୧୮ ମାସ...

କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…

ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍‌ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର...

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ ଖୋ: ଉତ୍କଳ ବିଶ୍ୱବିଦ୍ୟାଳୟକୁ ସର୍ବଭାରତୀୟ ଯୋଗ୍ୟତା

ଭୁବନେଶ୍ୱର, ୧୩।୧୧(ସ୍ପୋଟର୍‌ସ ବ୍ୟୁରୋ)-ପଶ୍ଚିମବଙ୍ଗର କଲ୍ୟାଣୀଠାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ଖୋ-ଖୋ ପ୍ରତିଯୋଗିତାରେ ଉତ୍କଳ ବିଶ୍ୱବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛି। ଫଳରେ ଦଳ ସର୍ବ...

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ...

ପଞ୍ଜାବକୁ ଦିଗହରା ହେବାକୁ ଦେଲେନି ଶାହାରୁଖ ଖାନ

ଦୁବାଇ,୨।୧୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। କେକେଆର୍‌ ପକ୍ଷରୁ ଧାର୍ଯ୍ୟ...

ମଧ୍ୟପ୍ରଦେଶ କ୍ରିକେଟ କୋଚ୍‌ ହେବେ ପଣ୍ଡିତ୍‌

ମୁମ୍ବାଇ, ୨୫ା୩ (ପି.ଟି.): ଭାରତର ସବୁଠାରୁ ସଫଳ ଘରୋଇ କୋଚ୍‌ ବୋଲି କୁହାଯାଉଥିବା ଚନ୍ଦ୍ରକାନ୍ତ ପଣ୍ଡିତ ଆସନ୍ତା ସିଜନରେ ମଧ୍ୟ ପ୍ରଦେଶ କ୍ରିକେଟ କୋଚ୍‌ ଭାବେ...

ଟିମ୍‌ ଇଣ୍ଡିଆର ଏହି ଖେଳାଳିଙ୍କୁ ଅସଲ ମ୍ୟାଚ୍‌ ଓ୍ବିନର୍‌ କହିଲେ ଦିଶା ପଟାନୀ

ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ଦିଶା ପଟାନୀ ଏବଂ ଆଦିତ୍ୟ ରୟ କପୁର ଖୁବ୍‌ଶୀଘ୍ର ମୋହିତ ସୂରୀଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ନଜରକୁ ଆସିବେ। ଫିଲ୍ମର ପ୍ରମୋଶନରେ...

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର...

Advertisement
Archives

Model This Week