Posted inଜାତୀୟ

ବୃକ୍ଷ ଚାରା ରୋପଣ ଦୁର୍ନୀତି: ଗାତ ଖୋଳା ପାଇଁ ୬୬୨ ନକଲି ଭାଉଚର

ଲକ୍ଷ୍ନୌ,୮।୩: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସରକାରରେ ହୋଇଥିବା ଏକ ବଡ଼ ଧରଣ ଦୁର୍ନୀତିର ପର୍ଦ୍ଦାଫାଶ୍‌ କରାଯାଇଛି। ରାଜ୍ୟରେ ବୃକ୍ଷ ଚାରା ରୋପଣରେ ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ପ୍ରଧାନ ମହାଲେଖାକାରଙ୍କ ଅଡିଟ୍‌ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି। ରାଜ୍ୟରେ ୨୦୧୭, ୨୦୧୮ ଏବଂ ୨୦୧୯ରେ ମଞ୍ଜୁରୀ ହୋଇଥିବା ବିଲ୍‌ରେ ଚାରା ରୋପଣ ପାଇଁ ଗାତ ଖୋଳା ଯିବା ନେଇ ୬୬୨ଟି ନକଲି ଭାଉଚର ପ୍ରସ୍ତୁତ ହୋଇଥିଲା। ଗାତ ଖୋଳା କାର୍ଯ୍ୟରେ ଜେସିବି ବ୍ୟବହାର କରାଯାଇଥିବା କାଗଜ ପତ୍ରରେ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ଠକେଇ ହୋଇଥିବା ଜଣାପଡ଼ିଛି। ଗାତ ଖୋଳା ଏବଂ ପାଣି ଦେବା କାର୍ଯ୍ୟରେ ବ୍ୟବହାର କରାଯାଇଥିବା ଗାଡ଼ିର ନମ୍ବର ପ୍ରକୃତରେ ସ୍କୁଟର ଏବଂ ମୋଟର ସାଇକେଲ ନମ୍ବର ବୋଲି ଅନୁସନ୍ଧାନରୁ ସରକାର ଜାଣିପାରିଛନ୍ତି। ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଦ୍ୱାରା ୧୮ ଡିଏଫ୍‌ଓ ହରଡ଼ଘଣାରେ ପଡ଼ିବେ ବୋଲି ତଦନ୍ତକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୮ ।୧୧: ଭାରତୀୟ ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ହେଲିକପ୍ଟରରେ ଥିବା ୨ ପାଇଲଟ ଓ ୩ କ୍ରିୟୁ ମେମ୍ବର ସୁରକ୍ଷିତ...

ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ମେହବୁବା

ଶ୍ରୀନଗର,୯।୧୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତି ଅନୁଚ୍ଛେଦ ୩୭୦ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟର ପରିଚିତି ଲାଗି...

ଧରା ପଡ଼ିବ ଡ୍ରାଗନର ଚାଲାକି: ଲଦାଖରେ ସ୍ଥାପିତ ହେବ ୧୩୪ ସାଟେଲାଇଟ୍‌ ଫୋନ୍‌ ଟର୍ମିନାଲ

ଲେହ, ୨୭।୬: ଲଦାଖରେ ଏଣିକି ଚାଇନାର ଚାଲାକି ଆଉ ଚଳିବନି। ଏଠାରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ପକ୍ଷରୁ ୧୩୪ ସାଟେଲାଇଟ୍‌ ଫୋନ୍‌...

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ...

ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଜର୍ମାନୀ ସମାଜସେବୀଙ୍କ ଭିଜା ସମୟ ସୀମା ବଢ଼ାଇବା ମନା: ରିପୋର୍ଟ ତଲବ କଲେ ସୁଷମା

ଆଗ୍ରା,୨୬।୫: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିବା ଜର୍ମାନୀର ୬୧ ବର୍ଷ ବୟସ୍କା ସମାଜସେବୀ ଫ୍ରିଡେରିକ୍‌ ଇରିନା ବର୍ନିଂଙ୍କ ଭାରତୀୟ ଭିଜା ସମୟ ସୀମା ବଢ଼ାଇବା ପାଇଁ...

ତିରୁମାଲା ମନ୍ଦିର ହୁଣ୍ଡିରୁ ୧୪୦.୩୪ କୋଟି ସଂଗ୍ରହ

ତିରୁପତି,୧୩।୯: ପ୍ରଭୁ ଭେଙ୍କଟେଶ୍ୱରଙ୍କ ତିରୁମାଲା ମନ୍ଦିର ହୁଣ୍ଡିରୁ ଅଗଷ୍ଟ ମାସରେ ୧୪୦.୩୪ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତ ମାସରେ ୨୨.୨୨ ଲକ୍ଷ ଭକ୍ତ ମନ୍ଦିରକୁ...

ହଳଦୀ ମିଶା କ୍ଷୀରପାନ ଅବସାଦ ଦୂରକରେ

ନୂଆଦିଲ୍ଲୀ: ରାତିରେ ଶୋଇବା ପୂର୍ବରୁ ଅଧାଗ୍ଲାସେ ହଳଦୀ ମିଶା କ୍ଷୀର ପିଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ସାରାଦିନର ଥକାପଣ ଦୂରହୋଇ ସୁଖନିଦ୍ରା ହୋଇଥାଏ। ଶରୀର...

ଅନଲାଇନରେ ମୃତ ୮୫ ବର୍ଷ ବୟସ୍କା ବୃଦ୍ଧା : ପେନସନ ପାଇଁ ନିଜକୁ ଜୀବିତ ପ୍ରମାଣ କରିବାକୁ ବୁଲୁଛନ୍ତି ସରକାରୀ କାର୍ଯ୍ୟାଳୟ…

ଅଜମେର,୨୫।୪ : ରାଜସ୍ଥାନର ଅଜମେର ଜିଲାର ବେୱାରରେ ଅବସ୍ଥିତ ବଞ୍ଜାରି ପଞ୍ଚାୟତରେ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ୮୫ ବର୍ଷ ବୟସ୍କା ବୃଦ୍ଧା ଅସୁବିଧାର ସମ୍ମୁଖୀନ...

Advertisement
Archives

Model This Week