ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପରିବେଶବିତ୍‌ ତଥା ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଗଛକଟା ବନ୍ଦ କରାଯାଉ ବୋଲି ସୋସିଆଲ ମିଡିଆରେ ନିବେଦନ କରିଛନ୍ତି। ପ୍ରସ୍ତାବିତ ବସଷ୍ଟାଣ୍ଡ ୫ ଏକର ଜମିରେ ନିର୍ମାଣ ହେବ। ଏଥିପାଇଁ ବୁଧବାର ପ୍ରାୟ ୫,୦୦୦ ଗଛ କଟାଯାଇଛି। ଗଛ କଟା କେବଳ ୫ ଏକର ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଆଗାମୀ ଦିନରେ ଆଖପାଖି ୩୬ ଏକର ଜମିରୁ ଆହୁରି ଗଛ କଟାଯିବ। ଖୋଲା ଓ ସବୁଜ ସ୍ଥାନ ସଙ୍କୁଚିତ ହେଉଥିବାରୁ ଏହି ଜମିକୁ ସହରାଞ୍ଚଳ ଜଙ୍ଗଲ ଭାବରେ ସଂରକ୍ଷିତ କରାଯାଇପାରିଥାନ୍ତା। ଏତେ ଗଛକଟା ହେଲେ ପକ୍ଷୀ ଏବଂ କୀଟପତଙ୍ଗ ବାସସ୍ଥାନ ହରାଇବେ। ଜିଲା ପ୍ରଶାସନ ଯଦି ଗଛ କାଟିବା କାର୍ଯ୍ୟ କରେ, ତେବେ ବନ ସୁରକ୍ଷା ଗୋଷ୍ଠୀ ନିରୁତ୍ସାହିତ ହେବା ସ୍ବାଭାବିକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସହରର ପାଲବଣୀ ଅଞ୍ଚଳକୁୁ ଚିହ୍ନଟ କରାଯାଇଥିଲା। ରାଜସ୍ବ ବିଭାଗ, ଓଏସ୍‌ଆର୍‌ଟିସି, ବନ ବିଭାଗ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି) ପକ୍ଷରୁ ମିଳିତ ତଦନ୍ତ କରାଯାଇ ୫ଏକର ଜମି ବିଶିଷ୍ଟ ଅଣଜଙ୍ଗଲ ଜମିରେ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଧାର୍ଯ୍ୟ କରାଯାଇଥିଲା। ବାରିପଦା ବନଖଣ୍ଡ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୨୦୯/୧୫ା୧୨ା୨୦୨୫ରେ ବାରିପଦା ରେଞ୍ଜ ଅଧିକାରୀଙ୍କୁ ଉକ୍ତ ଜମିରେ ଥିବା ୧୭୮୯ ଗଛ କାଟିବାକୁ ଅନୁମତି ଦିଆଯାଇଥିଲା। ଓଏଫ୍‌ଡିସି ପକ୍ଷରୁ ୧୭ ତାରିଖରୁ ଗଛକଟା ଆରମ୍ଭ ହୋଇଛି। ଚିହ୍ନଟ ସ୍ଥାନରେ ପାଖାପାଖି ୫ ହଜାର ଗଛ ଥିବାବେଳେ ଏହା ସହରକୁ ସବୁଜ ସୁନ୍ଦର ଭାବେ ତୋଳି ରଖିଛି। ଅନ୍ୟପକ୍ଷରେ ସହରରେ ବହୁ ସରକାରୀ ଜାଗା ଥିବା ସତ୍ତ୍ୱେ ପାଲବଣୀ ଅଞ୍ଚଳରୁ ଏତେ ସଂଖ୍ୟକ ଗଛ କାଟିବା ଦୁର୍ଭାଗ୍ୟଜନକ ବୋଲି ଜିଲାର ଅଗ୍ରଣୀ ଛାତ୍ର ସଂଗଠନ ଭଞ୍ଜସେନା କହିଛି। ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ବହୁମାତ୍ରାରେ ଯୋଗାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ସ୍ଥାନ ଚିହ୍ନଟ ଓ ସେଠାରେ ହଜାର ହଜାର ଗଛ କଟାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି। ସଂଗଠନ ପକ୍ଷରୁ ଗଛ ନ କାଟି ପ୍ରସ୍ତାବିତ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ଅନ୍ୟତ୍ର ନିର୍ମାଣ ପାଇଁ ୪/୫ ମାସ ପୂର୍ବରୁ ମୟୂରଭଞ୍ଜ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ତା’ସତ୍ତ୍ୱେ ସେହି ଜାଗାରେ ହଜାର ହଜାର ଗଛ କାଟି ବସ୍‌ଷ୍ଟାଣ୍ଡ ନିର୍ମାଣ କରିବାର ଜିଦ ପ୍ରକୃତରେ ପ୍ରଭାବଶାଳୀ ଲୋକଙ୍କୁ ସରକାରୀ ଜାଗା ପ୍ରଦାନ ପାଇଁ ଜିଲା ପ୍ରଶାସନ ପ୍ରତ୍ୟକ୍ଷ ସହଯୋଗ କରୁଛି ବୋଲି ସଂଗଠନ ଅଭିଯୋଗ କରଛି। ଏଭଳି କାର୍ଯ୍ୟ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆଇନର ଆଶ୍ରୟ ନେବ ବୋଲି ଭଞ୍ଜସେନା ଚେତାବନୀ ଦେଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri