୪ ଲେନ୍‌ ଏନ୍‌ଏଚ୍‌ ପାଇଁ ଗଛ କଟା

କେନ୍ଦୁଝର,୫ା୭(ଡି.ଏନ୍‌.ଏ.)-ଜାତୀୟ ରାଜପଥ ନଂ.୨୦ ଏବଂ ୪୯ ଚାରିଲେନ୍‌ ହେବାରୁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ବହୁ ପୁରାତନ ଗଛ କଟାଯାଇଛି। ହେଲେ ବୃକ୍ଷରୋପଣକୁ ଅଣଦେଖା କରାଯାଉ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦୁଝର ଦେଇ ଯାଇଥିବା ଏହି ଦୁଇ ପ୍ରମୁଖ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗଛ ନ ଥିବାରୁ ବାଟୋଇ ଟିକେ ଛାଇ ପାଉ ନାହାନ୍ତି। ପ୍ରଦୂଷଣ ପାଇଁ ଅସହ୍ୟ ଗରମ ମଧ୍ୟ ହେଉଛି। ଚାଲି ଚାଲି ଯିବା କଷ୍ଟଦାୟକ ହେଉଛି। ବୃକ୍ଷରୋପଣ ଏବଂ ନୂତନ ସବୁଜିମା ସୃଷ୍ଟି ପାଇଁ ଜାତୀୟ ରାଜପଥ ବିଭାଗ ସ୍ବତନ୍ତ୍ର ପଦକ୍ଷେପ ନେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ୟାପକ ବୃକ୍ଷରୋପଣ ସହିତ ପ୍ରକୃତିର ସୁରକ୍ଷା ନିମନ୍ତେ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ଲୋକେ ଦାବି କରିଛନ୍ତି।
ରାସ୍ତା ପାର୍ଶ୍ୱର ବହୁ ଫଳନ୍ତି ଗଛ ସହ ଶାଳ, ଶାଗୁଆନ, ନିମ୍ବ, ଧଉରା, ପିଆଶାଳ ଆଦି ଗଛ ପ୍ରଶସ୍ତୀକରଣ ସମୟରେ କଟାଯାଇଛି। ୨୦ନଂ. ଜାତୀୟ ରାଜପଥ ପାଣିକୋଇଲିଠାରୁ ରାଜାମୁଣ୍ଡା ଏବଂ ଜାତୀୟ ରାଜପଥ ୪୯ନଂ. ତୁରମୁଙ୍ଗାଠାରୁ-ବିଞ୍ଝବାହାଳ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ କଟାଯାଇଛି। ଜଙ୍ଗଲ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦ନଂ. ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ସମୟରେ ଜଙ୍ଗଲ କିସମ ଜମିରୁ ୪୬୪୯୫ଟି ଗଛ, ଅଣ ଜଙ୍ଗଲ ଜମି ଓ ବେସରକାରୀ ଜମିରୁ ପ୍ରାୟ ୫୦ହଜାର ଗଛ କଟାଯାଇଛି। ସେହିପରି ଜାତୀୟ ରାଜପଥ ନଂ.୪୯ର ସମ୍ପ୍ରସାରଣ ପାଇଁ ଜଙ୍ଗଲ ଜମିରୁ ୬୫୨୯୮ଟି ଗଛ ଏବଂ ଅଣ ଜଙ୍ଗଲ ଜମିରୁ ୬୦ହଜାର ଗଛ କଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri