୮ ଦିନରେ ୩୭୧୩୨୨ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର ଅଫିସ,୫ା୭- ବ୍ରହ୍ମପୁରରେ କରୋନା ସ୍ଥିତି ସଙ୍ଗିନ ହେଉଛି। ଏହାକୁ ପ୍ରତିହତ କରିବାକୁ ନେଇ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିବା ମିଶନ ଜିରୋ କୋଭିଡ୍‌-୧୯ ଅଭିଯାନ ଶେଷ ହୋଇଛି। ଜୁନ ୨୭ ରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅଭିଯାନରେ ସହରର ବିଭିନ୍ନ ଅଞ୍ଚଳର ୩ ଲକ୍ଷ ୭୧ ହଜାର ୩୨୨ ଜଣଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିବା ଶନିବାର ବିଏମ୍‌ସି ପକ୍ଷରୁ ଟୁଇଟ୍‌ ଦ୍ୱାରା ସୂଚନା ଦିଆଯାଇଛି। ୮ ଦିନ ଧରି ଚାଲିଥିବା ଏହି ଅଭିଯାନରେ ସ୍ବାସ୍ଥ୍ୟ ଯାଞ୍ଚ ବେଳେ ୨୧୭ ଜଣଙ୍କଠାରେ କରୋନା ଲକ୍ଷଣ ଥିବା ଜଣାପଡିଥିଲା। ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫ ଜଣଙ୍କ ରିପୋର୍ଟ ପଜିଟିଭ ଥିବା ବିଏମ୍‌ସି ପକ୍ଷରୁ ଟୁଇଟ୍‌ରେ ସୂଚାଯାଇଛି। ସୂଚନାଯୋଗ୍ୟ, ବ୍ରହ୍ମପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ ଅଭିଯାନ ଆରମ୍ଭ ହୋଇଥିଲା। ଏଥିପାଇଁ ୭୦ ସ୍ବାସ୍ଥ୍ୟ ଟିମ୍‌କୁ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ଟିମ୍‌ରେ ଜଣେ ଲେଖାଏ ଆୟୁଷ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ଲୋକଙ୍କୁ ଘରକୁ ଘର ବୁଲି କରୋନା ଲକ୍ଷଣ ସମେତ ରକ୍ତଚାପ, ମଧୁମେହ, ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ଆଦି ଯାଞ୍ଚ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଛୁଆ ହାତୀର ମୃତ୍ୟୁ

ସଜନାଗଡ଼,୨୦।୫: ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରୁ ବନବିଭାଗ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରିଛି। ହାତୀର ବୟସ ୩ ବର୍ଷ ହେବ।...

୨୦ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଚିତ୍ରକୋଣ୍ଡା,୧୫।୨(ଡି.ଏନ.ଏ.): ବାଲିମେଳା ଜଳଭଣ୍ଡାରରୁ ୨୦ ଘଣ୍ଟା ବ୍ୟବଧାନ ପରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ,ମଙ୍ଗଳବାର ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା...

ବର୍ଷକରେ ୧୩.୫ ଟନ୍‌ ଗୋ’ମାଂସ ଜବତ

ଖୋର୍ଦ୍ଧା ଅଫିସ,୨୬ା୯: ଗୋ ଚାଲାଣ ପରେ ଏବେ ଗୋ’ମାଂସ ଚାଲାଣ ବଢ଼ିବାରେ ଲାଗିଛି। ଭୁବନେଶ୍ୱର-ଚେନ୍ନାଇ ୧୬ ଏବଂ ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥରେ ଦୈନିକ...

ବାଲି ଟଙ୍କା ୪ ଭାଗ

ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍‌୍‌ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍‌ ବାଲି ବାବଦ ଅର୍ଥକୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ କର୍ମଚାରୀଙ୍କୁ କରୋନା

ଝାରସୁଗୁଡ଼ା ଅଫିସ,୨୫ା୭: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ଶନିବାର...

ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ କଲା ପରଶାସନ

ଗଣ୍ଡତୁରୁମ, ୧୩।୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକର ଭିନେ ଭିନେ ଗଁାରେ ବୁଲି ଭିଖ୍‌ ମାଗି ପେଟ୍‌ ପାଲୁଥିବାର ପରିଚଏହୀନ ଦିବ୍ୟାଙ୍ଗ ଦୁର୍ଜନକୁଁ ଥଇଥାନ...

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୨।୩:ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ହୋଇଛି। ସୋମବାର ନାଟମଣ୍ଡପ କାନ୍ଥରେ ୪ଟି ଫାଟ ଦେଖିବାକୁ ମିଳିଛି। ଏଥିମଧ୍ୟରେ ୩ଟି ଛୋଟ ଓ ଗୋଟିଏ ବଡ଼ ଫାଟ...

ପ୍ରଚଣ୍ଡ ଖରାରେ ପାଣି ପାଇଁ ଛଟପଟ

ସିଂହପୁର,୩୦ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ରୌଦ୍ରତାପରେ ସାରା ରାଜ୍ୟ ଜଳୁଥିବା ବେଳେ ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ମଧ୍ୟ ଗ୍ରୀଷ୍ମପ୍ରଭାବ ବୃଦ୍ଧି ପାଉଛି। ପୂର୍ବାହ୍ନ ୧୧ଟା ପରେ ସାଧାରଣ...

Advertisement
Archives

Model This Week