ଶେହବାଜଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଇସ୍‌ଲାମାବାଦ,୨୧ା୯: ପରବର୍ତ୍ତୀ ସେନା ମୁଖ୍ୟ ନିଯୁକ୍ତି ସମ୍ପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନିଜ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କ ପରାମର୍ଶ ଲୋଡ଼ି ଅଡ଼ୁଆରେ ଫସିଛନ୍ତି। ଦୁର୍ନୀତି ନିରୋଧୀ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଚିକିତ୍ସା ଆଳରେ ଲଣ୍ଡନ ପଳାୟନ କରିଥିବା ନଓ୍ବାଜ ଶରିଫ୍‌ ପାକିସ୍ତାନ ପାଇଁ ଜଣେ ପଳାତକ। ଜାତୀୟ ନିରାପତ୍ତା ସମ୍ପର୍କିତ ନିଷ୍ପତ୍ତି ପୂର୍ବରୁ ଏଭଳି ବ୍ୟକ୍ତିଙ୍କ ପରାମର୍ଶ ନେବା ଦେଶଦ୍ରୋହ ବୋଲି ବିରୋଧୀ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) କହିଛି। ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପିଟିଆଇ ପଞ୍ଜାବ ପ୍ରଦେଶରେ କ୍ଷମତାସୀନ। ପଞ୍ଜାବ ବିଧାନସଭାରେ ପିଟିଆଇ ପକ୍ଷରୁ ଶେହବାଜ୍‌ଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ଶୁଣାଣି ଉଦ୍ଦେଶ୍ୟରେ ଆଗତ ଏକ ସଂକଳ୍ପନାମା ଗୃହୀତ ହୋଇଛି। ପ୍ରକାଶ ଯେ, ଶେହବାଜ ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ଲଣ୍ଡନ ଯାଇଥିବାବେଳେ ପିଏମ୍‌ଏଲ୍‌ (ଏନ୍‌) ମୁଖ୍ୟ ନଓ୍ବାଜ ଶରିଫଙ୍କୁ ଭେଟିଥିଲେ। ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜଓ୍ବା ଆସନ୍ତା ନଭେମ୍ବରରେ ଅବସର ନେବାକୁ ଥିବାବେଳେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯିବ ବୋଲି ସେହି ସମୟରେ ବଡ଼ଭାଇଙ୍କୁ ପଚାରି ବୁଝିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଗ୍ୟାସ ଷ୍ଟେଶନରେ ଡକାୟତି, ମୂଳ ଭାରତୀୟଙ୍କୁ ଗୁଳି କରି ହତ୍ୟା…

ଓ୍ବାଶିଂଟନ,୨୨।୧ : ଆମେରିକାର ଫିଲାଡେଲଫିଆର ଏକ ଗ୍ୟାସ ଷ୍ଟେଶନରେ ଡକାୟତି ଘଟଣାରେ ଜଣେ ମୂଳ ଭାରତୀୟ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ବୟସ...

ବାଲିରେ ଜୟଶଙ୍କର-ଓ୍ବାଙ୍ଗ ଭେଟ…

ବାଲି, ୭।୭ : ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ବାଲିରେ ଚାଇନା ବୈଦେଶିକ ମନ୍ତ୍ରୀ...

କରୋନା ଭାଇରସ୍‌: ମଣିଷଠାରୁ ବ୍ୟାପୁଛି ଗୃହପାଳିତ ପ୍ରାଣୀଙ୍କୁ!

ହଂକଂ,୨୯।୨: ଏପର୍ଯ୍ୟନ୍ତ କରୋନା ଭାଇରସ୍‌ ମଣିଷ ଶରୀରରୁ ମଣିଷକୁ ବ୍ୟାପୁଥିବା ସମସ୍ତେ ଜାଣିଛନ୍ତି। ହେଲେ ହଂକଂରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଡାକ୍ତରଙ୍କୁ...

୪ ଜଣଙ୍କୁ ମହାକାଶକୁ ପଠାଇଲା ସ୍ପେସ୍‌ ଏକ୍ସ୍‌

ଫ୍ଲୋରିଡ଼ା,୧୬।୧୧: ନାସା ଏବଂ ଏସ୍ପସ୍‌ ଏକ୍ସ୍‌ର ମିଳିତ ଉଦ୍ୟମରେ ୪ ମହାକାଶ ଯାତ୍ରୀଙ୍କ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଫ୍ଲୋରିଡ଼ା ସ୍ଥିତ କେନେଡ଼ି ସ୍ପେସ୍‌ ସେଣ୍ଟରରୁ...

କୋଭିଡ-୧୯ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବେନାହିଁ ବ୍ରାଜିଲ ସରକାର

ରିଓ ଡି ଜେନେରିଓ,୭।୬: କୋଭିଡ-୧୯ ବା କରୋନା ଭାଇରସ ଏବେ ସାରା ବିଶ୍ୱରେ ବ୍ୟାପୀ ଚାଲିଥିବା ବେଳେ ଏ କ୍ଷେତ୍ରରେ ବ୍ରାଜିଲର ସ୍ଥିତି ଉଦ୍‌ବେଗଜନକ ରହିଛି।...

ଦିନକରେ ୩.୭ କୋଟି ସଂକ୍ରମିତ

ବେଜିଂ,୨୪।୧୨: ଚାଇନାରେ ଚଳିତ ସପ୍ତାହର ଗୋଟିଏ ଦିନରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା...

ବିପର୍ଯ୍ୟୟ ପଥରେ ବିଶ୍ୱ

ବର୍ଲିନ,୧୯ା୯: ସବୁଜଗୃହ ବାଷ୍ପ (ଗ୍ରୀନ୍‌ହାଉସ୍‌ ଗ୍ୟାସ୍‌) ଉତ୍ସର୍ଜନ ହ୍ରାସ ପାଇଁ ଦେଶଗୁଡ଼ିକ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରୁନାହିଁ। ଏହାର ପରିଣତି ସ୍ବରୂପ ଆମେ ଏକ ଉତ୍ତପ୍ତ...

ଶ୍ରଲଙ୍କା ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଏହି ଭାରତୀୟ ଅଭିନେତ୍ରୀ

କଲମ୍ବୋ,୨୨।୪: ଇଷ୍ଟର ଉତ୍ସବ ସମୟରେ ରବିବାର ଶ୍ରୀଲଙ୍କାର ସିଲସିଲେବାରରେ ସିରିଏଲ ବିସ୍ଫୋରଣ ହୋଇଛି। ରାଜଧାନୀ କଲମ୍ବୋ ସହ ଉପକୂଳୀୟ ସହର ନେଗେମ୍ବୋ ଓ ବାଟିକଲା ସମେତ...

Advertisement
Archives

Model This Week