ବିନା ଲାଇଫ ଜ୍ୟାକେଟରେ ଯାତ୍ରା

ବାଲୁଗାଁ,୯।୨(ଡି.ଏନ୍‌.ଏ.): ଚିଲିକାରେ ବାରମ୍ବାର ଡ଼ଙ୍ଗାବୁଡ଼ି ଘଟଣା ପରେ ଯାତ୍ରୀ ପରିବହନ ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ତେବେ କେତେଜଣ ଡଙ୍ଗା ଚାଳକ ବିନା ଲାଇଫ୍‌ ଜ୍ୟାକେଟ୍‌ରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶଯେ, ୨୦୧୮ ଜୁନ୍‌ ୧୬ରେ କାଳିଜାଈ ଦର୍ଶନ ସାରି ଫେରୁଥିବା ଏକ ଡଙ୍ଗା କାଳବୈଶାଖର ଯୋଗୁ ଗଭୀର ପାଣିରେ ବୁଡ଼ିଯିବା ଫଳରେ ସେଥିରେ ଥିବା ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନୁରୂପଭାବେ ଗତବର୍ଷ ଫେବୃୟାରୀରେ ଏକ ମାଛଧରା ଡଙ୍ଗାରେ କାଳିଜାଈ ଦର୍ଶନ ସହ ବଣଭୋଜି କରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡ଼ି ଯାଇଥିଲା । ଏହି ଘଟଣାରେ ୨୫ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଗୁରୁତର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ବହୁ ଦୁର୍ଘଟଣା ନଜିର ରହିଛି । ବାରମ୍ବାର ଦୁର୍ଘଟଣା ଘଟିବାରୁ ଚିଲିକାରେ ୩ମାସ ପାଇଁ ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଚିଲିକାରେ ଯାତ୍ରୀ ପରିବହନ ପାଇଁ ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ପ୍ରଣୟନ କରାଯାଇଥିଲା। ବେଆଇନ୍‌ ଭାବେ ମାଛ ଧରା ଡଙ୍ଗାରେ ଯାତ୍ରୀ ପରିବହନକୁ ସମ୍ପୂୂର୍ଣ୍ଣ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏଥିସହ ଯାତ୍ରୀବାହୀ ଡଙ୍ଗାରେ ପ୍ରତ୍ୟେକ ଯାତ୍ରୀ ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ବାଧ୍ୟତାମୂଳକ ସହ ଡଙ୍ଗାରେ ଲାଇଫ୍‌ ବଏ, ଜୀବନ ରକ୍ଷାକାରୀ ଅନ୍ୟାନ୍ୟ ସାମଗ୍ରୀ ସହ ବୀମାକରଣ ଏବଂ ରେଜିଷ୍ଟ୍ରେଶନ୍‌ ଭୁକ୍ତ କରିବା ପାଇଁ ଡଙ୍ଗା ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ କିଛି ମାସ ପ୍ରଶାସନର ଏହି ନିୟମକୁ ଡଙ୍ଗା ମାଲିକମାନେ ମାନିଥିବା ବେଳେ ପୁଣି ଏହି ନିୟମକୁ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଡଙ୍ଗାରେ ସମସ୍ତ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ୍‌ ଥିଲେ ମଧ୍ୟ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ୍‌ ନ ପିନ୍ଧି ବିପଦପୂର୍ଣ୍ଣ ଭାବେ ଯାତ୍ରା କରୁଛନ୍ତି । ଏ ସମ୍ପର୍କରେ ବାଲୁଗାଁସ୍ଥିତ ମୋଟରବୋଟ୍‌ ଆସୋସିଏଶନ୍‌ ସମ୍ପାଦକ କୃଷ୍ଣଚନ୍ଦ୍ର ବେହେରା କହିଛନ୍ତି, ଲାଇଫ୍‌ ଜ୍ୟାକେଟ୍‌ ପରିଧାନ ପାଇଁ ମାଇକ୍‌ ମାଧ୍ୟମରେ ଅବଗତ କରାଯାଉଛି। ଏଥିସହ ଯାତ୍ରୀଙ୍କୁ ବାରମ୍ବାର ଲାଇଫ ଜ୍ୟାକେଟ ପିନ୍ଧିବା ପାଇଁ କୁହାଯାଉଥିଲେ ମଧ୍ୟ ସେମାନେ ପିନ୍ଧୁ ନାହାନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri