୩ ଦିନ ଲିଫ୍ଟରେ ଫସି ରହି ଜୀବନ ଗଲା

କାବୁଲ,୩ା୮: ଉଜବେକିସ୍ତାନର ତାସକେଣ୍ଟରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ୩୧ ବର୍ଷୀୟା ମହିଳା ଆପାର୍ଟମେଣ୍ଟ ବିଲ୍ଡିଂ ଲିଫ୍ଟ ଭିତରେ ଫସି ରହି ପ୍ରାଣ ହରାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଲିଓଣ୍ଟିଭା ଓଲଗାଙ୍କ ଜୁଲାଇ ୨୬ରେ ନିଖୋଜ ଥିବା ଖବର ପାଇଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କ ପରିବାର ତାଙ୍କୁ ପାଇବାରେ ଅସମର୍ଥ ହୋଇଥିଲେ। ଓଲଗାଙ୍କ ୬ ବର୍ଷର ଝିଅ ବଞ୍ଚିଛନ୍ତି। ଯିଏ ବର୍ତ୍ତମାନ ସମ୍ପର୍କୀୟଙ୍କ ନିକଟରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ଆପାର୍ଟମେଣ୍ଟ ବିଲ୍ଡିଂରୁ ଉଦ୍ଧାର ହୋଇଥିବା ଏକ ସିସିଟିଭି ଫୁଟେଜରେ ଓଲଗା ୯ ମହଲା କୋଠାର ତଳ ମହଲାରେ ଥିବା ଲିଫ୍ଟ ଭିତରକୁ ପଶିଥିଲେ। ତେବେ ପରେ ତାଙ୍କୁ ଦେଖି ହୋଇ ନ ଥିଲା। ରିପୋର୍ଟ ଅନୁଯାୟୀ, ନଅ ମହଲା କୋଠାର ଉପର ମହଲାରୁ ମହିଳାଙ୍କ ସାହାଯ୍ୟ ପାଇଁ କାନ୍ଦିବା ସତ୍ତ୍ୱେ କେହି ତାଙ୍କ କଥା ଶୁଣି ନ ଥିଲେ। ଏହି ସମୟରେ ଲିଫ୍ଟର ସୁରକ୍ଷା ଆଲାର୍ମ ମଧ୍ୟ କାର୍ଯ୍ୟକ୍ଷମ ନ ଥିବା ଜଣାପଡ଼ିଛି।

ଲିଫ୍ଟ ତ୍ରୁଟିର କାରଣ ଏପର୍ଯ୍ୟନ୍ତ ଅନୁସନ୍ଧାନ ଚାଲିଛି। ପ୍ରକାଶ ଥାଉକି, ଲିଫ୍ଟରେ ବାରମ୍ବାର ବୈଷୟିକ ସମସ୍ୟା ଦେଖାଦେଇଛି। କେତେକ ବାସିନ୍ଦା ଏହି ସମସ୍ୟାକୁ ବିଦ୍ୟୁତ୍‌ କାଟ କାରଣରୁ ଦର୍ଶାଇଥିବା ବେଳେ ଆଞ୍ଚଳିକ ବିଦ୍ୟୁତ୍‌ ନେଟଓ୍ବାର୍କ କହିଛି, ସେହି ସମୟରେ କୌଣସି ଯୋଗାଣ ବ୍ୟାହତ ହେବାର ରେକର୍ଡ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?