ଏମ୍‌ଜିଏନ୍‌ଆରଇଜିଏସ୍‌ ଅନୁଦାନ ଖର୍ଚ୍ଚରେ ରହୁନି ସ୍ବଚ୍ଛତା

ନୟାଗଡ଼,୨୭।୭ (ଲୋକନାଥ ମିଶ୍ର)ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଜିଏନ୍‌ଆରଇଜିଏସ୍‌)ରେ ନୟାଗଡ଼ ଜିଲାରେ ଅନେକ କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏଥିରେ ସ୍ବଛତା ନାହିଁ ବୋଲି ଅଭିଯୋଗ ହୋଇ ଆସୁଛି। ଏନେଇ ଅଭିଯୋଗ କଲେ ସୁଫଳ ମିଳୁନି। ଏମଜିଏନ୍‌ଆରଇଜିଏସ୍‌ର କାର୍ଯ୍ୟରେ ନାମ ଫଳକ ଅଥବା ସିଟିଜନ ଇନଫରମେଶନ ବୋର୍ଡ (ସିଆଇବି) ଲଗାଇବା ବାଧ୍ୟତାମୂଳକ। ତେବେ ନୟାଗଡ଼ ଜିଲାର ବିଭିନ୍ନ ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ର ନାମଫଳକ ନ ହୋଇ ବିଲ୍‌ ହେଉଛି। ପୁଣି ସ୍ଥାନେ ସ୍ଥାନେ ନାମଫଳକରେ କିଛି ସୂଚନା ରହୁନି। କେଉଁଠି ଗୋଟିଏ ପାର୍ଶ୍ୱରେ କିଛି ତଥ୍ୟ ରଖି ସୂଚନାକୁ ଲକ୍କାୟିତ ରଖା ଯାଉଥିବାର ଅଭିଯୋଗ ହୋଇ ଆସୁଛି। ନୟାଗଡ଼ ବ୍ଳକରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିଛି। ଲାଠିପଡା ଓ ଖୁଣ୍ଟୁବନ୍ଧରେ ନାମ ଫଳକ ନ ଥାଇ ବିଲ୍‌ ହୋଇଛି। ପୁଣି କେତେକ ସ୍ଥାନରେ ସୂଚନାଫଳକର ଗୋଟିଏ ପାର୍ଶ୍ୱରେ କେବଳ ତଥ୍ୟ ରଖି ଅନ୍ୟ ପାର୍ଶ୍ୱରେ ତଥ୍ୟ ରଖା ଯାଉନି। ଏହା ଜଣାପଡିବା ପରେ ଏମଜିଏନଆରଇଜିଏସ୍‌ ଅନୁଦାନ ରିକୋଭରି ହେବାକୁ ବିଡିଓ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନ ଉଠୁଛି ନାମଫଳକ ନ ଥାଇ ବିଲ୍‌ କିପରି ହେଉଛି। ସରକାରୀ ବାବୁ ଓ କର୍ମଚାରୀମାନେ କ’ଣ କ୍ଷେତ୍ର ପରଦର୍ଶନ ନ କରି ବିଲ୍‌ କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା ବୁଧବାର ନୟାଗଡ ବ୍ଲକରେ ହୋଇଥିବା ଏମଜିଏନଆରଇଜିଏସ୍‌ ଜନଶୁଣାଣୀରେ ଏଭଳି ତଥ୍ୟ ଜଣାପଡିଛି। ଏମଜିଏନଆରଇଜିଏସ୍‌ରେ ନାମ ଫଳକ କରି ତଥ୍ୟ ନ ରଖିଲେ ବିଲ୍‌ ହେବନି ବୋଲି କୁହଯାଇଛି।
ପଥ ପାର୍ଶ୍ୱ ବନୀକରଣରେ ଗଛ ରହୁନି : ଏମଜିଏନ୍‌ଆରଇଜିଏସ୍‌ ଅନୁଦାନରେ ପଥ ପାର୍ଶ୍ୱ ବନୀକରଣ ହେଉଛି। ନୟାଗଡ଼ ବ୍ଳକର ଶରଧାପୁରଠାରୁ ବାଲୁଗଁା ପର୍ଯ୍ୟନ୍ତ ୧ ହଜାର ଗଛ ଲାଗିଥିଲା। ତେବେ ଗଛ ଗଣନାରୁ ଜଣାପଡିଛି ୨୧୫ ଗଛ ବଞ୍ଚିଛି। ଗଛ ଗଣନା ପରେ ପ୍ରଶ୍ନ ଉଠୁଛି ଅବଶିଷ୍ଟ ଗଛ ଗଲା କୁଆଡେ। ରକ୍ଷଣାବେକ୍ଷଣ ଅଭାବରୁ ଗଛ ମରିଗଲା। ଅଥଚ ଅନ୍ୟ କୌଣସି କାରଣୁ ଗଛ ନଷ୍ଟ ହୋଇଗଲା। ତେବେ ବନବିଭାଗର ସୂଚନା ଅନୁସାରେ ଗଛ ଚୋରି ଓ ନଷ୍ଟ କରିଦେବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି। ବନବିଭାଗର ସଫେଇକୁ ଦେଖିଲେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇ ପାରୁନି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା ସରକାରୀ ସୂଚନା ଅନୁସାରେ ଏକ ହଜାର ଗଛ ଲାଗିଲେ ୬୭୫ ଗଛ ବଞ୍ଚିବ। ବାଲୁଗଁା ଶରଧାପୁର ରାସ୍ତାରେ ୨୧୫ ଗଛ ବଞ୍ଚିଥିବାରୁ ଆହୁରି ୪୧୫ ଗଛ ବନବିଭାଗକୁ ଲଗାଇ ତାର ରକ୍ଷଣାବେକ୍ଷଣ କରିବାକୁ ପଡିବ। ଏଥିପାଇଁ ନୟାଗଡ ବ୍ଲକ ପକ୍ଷରୁ ନୂଆ ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜବ୍‌କାର୍ଡ ଅପ୍‌ଡେଟ ହେଉନି : ନୟାଗଡ଼ ବ୍ଲକରେ ଏମଜିଏନ୍‌ଆରଇଜିଏସ୍‌ରେ ୨୨ ହଜାର ୪୧୦ ପରିବାରର ୪୧ ହଜାର ୬୦୦ ବ୍ୟକ୍ତି ଜବ୍‌କାର୍ଡ ପାଇଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ୬ ହଜାର ୮୭୧ ପରିବାରର ୯ ହଜାର ୯୨୩ ବ୍ୟକ୍ତିଙ୍କୁ କାର୍ଯ୍ୟ ଯୋଗାଇ ଦିଆଯାଇ ୨ ଲକ୍ଷ ୨ହଜାର ୩୭୫ ଶ୍ରମ ଦିବସ ସୃଷ୍ଟି କରାଯାଇଛି। ତେବେ ଗଁା ସାଥି ଓ ଗ୍ରାମ ରୋଜଗାର ସେବକ ଜବ୍‌କାର୍ଡଗୁଡିକ ଅପ୍‌ଡେଟ କରୁ ନ ଥିବା ଅଭିଯୋଗ ଉଠିଛି। ଏଣୁ ସରକାରୀ ତଥ୍ୟ ଠିକ୍‌ରେ ମିଳିବା କଷ୍ଟକର ହେଉଛି। ଆଗକୁ ଏପରି ନ ହେବାକୁ ନୟାଗଡ଼ ବିଡିଓ ତାଗିଦ୍‌ କରିଛନ୍ତି। ୭ଦିନ ଭିତରେ ଜବ୍‌କାର୍ଡ ଅପ୍‌ଡେଟ ନ କଲେ ୧ ହଜାର ଫାଇନ ଆଦାୟ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?