ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ା ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୂରି ବୁଲିଥିଲା। ଶନିବାର ରାତିରେ ହାତୀକୁ ଠାବ କରାଯାଇ ଟ୍ରାଙ୍କୁଲାଇଜ କରି ବନ ବିଭାଗ ଚିକିତ୍ସା କରିଛି। କ୍ଷତାକ୍ତ ପାଦର ଅପରେଶନ ପରେ ହାତୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଓୟୁଏଟି ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ଗୋଡ଼ା ଜଙ୍ଗଲରେ ଏକ ହାତୀର ପାଦରେ ଆଘାତ ଲାଗିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା। ଦୀର୍ଘଦିନ ଧରି ଜଙ୍ଗଲ ଚାରିପଟେ ବୁଲୁଥିଲା। ହାତୀଟି ଅସୁସ୍ଥ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ଖୋର୍ଦ୍ଧା ବନ ବିଭାଗକୁ ଜଣାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଖୋର୍ଦ୍ଧା ବନଖଣ୍ଡ ଡିଏଫ୍‌ଓ ପୁନିଆ ପାଣ୍ଡାୟନଙ୍କ ନେତୃତ୍ୱରେ ଏସିଏଫ୍‌ ଗୋବିନ୍ଦ ବିଶ୍ୱାଳ, ଖୋର୍ଦ୍ଧା ବନ ଅଧିକାରୀ ଅସିତ ମିଶ୍ରଙ୍କ ସମେତ ଏକ ଟିମ୍‌ ଜଙ୍ଗଲରେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ହାତୀକୁ କାବୁ କରିବା ଲାଗି ଚନ୍ଦକା ଅଭୟାରଣ୍ୟର ମାହୁନ୍ତ ରାଜେନ୍ଦ୍ର ବେହେରା ଏବଂ ଟ୍ରାଙ୍କୁଲାଇଜର ଟିମ୍‌ ସାମିଲ ହୋଇଥିଲେ। ହାତୀକୁ ଠାବ କରିବା ଲାଗି ବନ ବିଭାଗ ନାକେଦମ ହୋଇପଡିଥିଲା। ଗ୍ରାମବାସୀଙ୍କ ସହଯୋଗରେ ୧୫ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଶନିବାର ରାତିରେ ଗୋଡା ଜଙ୍ଗଲ ନିକଟରୁ ହାତୀକୁ ଠାବ କରାଯାଇଥିଲା। ଟ୍ରାଙ୍କୁଲାଇଜ କରି ତା’ର ଚିକିତ୍ସା କରାଯାଇଥିଲା। ଓୟୁଏଟି ପ୍ରାଣୀଧନ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚିକିତ୍ସା କରିଥିଲେ। ଏ ସମ୍ପର୍କରେ ପ୍ରଫେସର ନାଥ କହିଛନ୍ତି, ହାତୀର ପାଦରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ସଫଳ ହୋଇଛି। ସପ୍ତାହେ ପାଇଁ ହାତୀକୁ ପର୍ଯ୍ୟବେକ୍ଷଣରେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ହାତୀର ସ୍ବାଭାବିକ ସ୍ଥିତିକୁ ଫେରିବାରେ ସମୟ ଲାଗିବ। ଅନ୍ୟପଟେ ଏନେଇ ପରିବେଶବିତ୍‌ ଧନେଶ୍ୱର ବିଧାର କୁହନ୍ତି, ଏହି ବନାଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ହାତୀ ଓ ମଣିଷ ମଧ୍ୟରେ ଦୀର୍ଘ ଦିନ ଧରି ଲଢେଇ ଜାରି ରହିଛି। ତେବେ ହାତୀର ଚିକିତ୍ସା କରାଯାଇଛି। ମାନବିକତା ଆଗରେ ସବୁ କିଛି ଫିକା ବୋଲି ଏହାକୁ ଗ୍ରାମବାସୀ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଟ୍ରେନ୍‌ ରଦ୍ଦ, ଦିଗ ପରିବର୍ତ୍ତନ

ଯାଜପୁର ଅଫିସ,୧୯।୬: ଅଗ୍ନିପଥ ଯୋଜନାରେ ସେନାରେ ଅଗ୍ନିବୀର ନିଯୁକ୍ତି ପ୍ରତିବାଦରେ ଦେଶରେ ଆନ୍ଦୋଳନ କ୍ରମଶଃ ଉଗ୍ର ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପୂର୍ବତଟ...

ବରଗଡ଼ରେ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼ ଅଫିସ୍‌,୨୬।୧: ବରଗଡ଼ରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର...

ମେରାମଣ୍ଡଳୀ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ: ଜରୁରୀ ସେବା ବାଧାପ୍ରାପ୍ତ, ତାତିଲେ ଜନତା

ଢେଙ୍କାନାଳ ଅଫିସ, ୩ା୭ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ମେରାମଣ୍ଡଳୀ ସବ୍‌ଷ୍ଟେଶନ ଅଞ୍ଚଳରେ ବିଦ୍ୟୁତ୍‌ ବିଭ୍ରାଟ ସୀମା ଟପିଲାଣି। ବାରମ୍ବାର ବିଦ୍ୟୁତ୍‌ କାଟ୍‌...

ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ

ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା...

୧୯୬୦ ପରଠୁ ରତ୍ନଭଣ୍ଡାର ଚାବିକାଠି ହସ୍ତାନ୍ତର ହୋଇନି

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ବାସ୍ତବରେ ହଜିଥିଲା ନା ଏହା ପ୍ରଶାସନର କପୋଳକଳ୍ପିତ କାହାଣୀ ଥିଲା ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ନାନା ପ୍ରଶ୍ନ...

କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩:ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ) ା ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର...

୫ ବର୍ଷ ହେଲା ଘରେ ବନ୍ଦୀ ବିଷ୍ଣୁପ୍ରସାଦ

କୋଣାର୍କ,୯।୪(ଡି.ଏନ୍‌.ଏ.): ଗୋଟିଏ ଘର ଭିତରେ ୫ବର୍ଷ ହେଲା ବନ୍ଦୀ ଜୀବନ କାଟୁଛନ୍ତି ବିଷ୍ନୁପ୍ରସାଦ ବେହେରା। ନା ହସଖୁସି ନା ଖୋଲା ଜୀବନ। ମାନସିକ ବିକାରଗ୍ରସ୍ତ ଯୋଗୁ...

ବିରୂପା ନଦୀବନ୍ଧ ଘାଇ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ

ଚଣ୍ଡିଖୋଲ,୨୮ା୧୧(ଡି.ଏନ.ଏ.): କଟକ ଜଗତପୁର-ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରଠାରେ ରବିବାର ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି, ମୁଖ୍ୟଯନ୍ତ୍ରୀ ସାଗର ରଞ୍ଜନ ମହାନ୍ତି, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର...

Advertisement
Archives

Model This Week