ସାଇବର କ୍ରାଇମ ନେଇ ପ୍ରଶିକ୍ଷଣ ଶିବିର

ରାଉରକେଲା ଅଫିସ,୧୫ା ୧୨-ସାଇବର କ୍ରାଇମ ରୋକାଯିବା ନେଇ ସୋମବାର ଠାରୁ ରାଉରକେଲାରେ ୫ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ କରାଯାଇଛି। ଡିଏସ୍‌ପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର ର଼୍ୟାଙ୍କର ୩୦ଜଣ ପୋଲିସ ଅଧିକାରୀଙ୍କୁ ଏ ଦିଗରେ ତାଲିମ ପ୍ରଦାନ କରାଯିବ। ସ୍ଥାନୀୟ ଏସକେଡିଏଭି ପଲିଟେକନିକ ଠାରେ ଶିବିର ଉଦଘାଟିତ ହୋଇଯାଇଛି। ଏହା ୫ ଦିନ ଧରି ଚାଲିବ। ଏଥିରେ ସୁନ୍ଦରଗଡ, ଦେବଗଡ ଓ କେନ୍ଦୁଝର ଜିଲା ପୋଲିସ ଅଧିକାରୀ ଯୋଗ ଦେଇଛନ୍ତି। ହାଇଦ୍ରାବାଦରୁ ଆସିଥିବା ସାଇବର ପ୍ରଶିକ୍ଷକ ଏମାନଙ୍କୁ ତାଲିମ ପ୍ରଦାନ କରିବେ। ଏଥିରେ ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ ଓ ରାଉରକେଲା ଏସ.ପି କେ. ଶିବା ସୁବ୍ରମଣୀ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ସାଇବର କ୍ରାଇମ ସଂଖ୍ୟା ବୃଦ୍ଧି ସହ ଅପରାଧିଙ୍କ ଟେର ପାଉନି ପୋଲିସ। ଏମାନଙ୍କୁ ଧରି ଦଣ୍ଡ ବିଧାନ କରିବା ବଡ ସମସ୍ୟା ପାଲଟିଛି। ଫଳରେ ଦିନକୁ ଦିନ ଏଭଳି ଠକେଇ ବଢିବାରେ ଲାଗିଛି। ଅପରାଧି ନିଜ ଢଙ୍ଗରେ ଅପରାଧ ଘଟାଇ ଖସିଯାଉଛି। ଏ ଦିଗରେ ତାଲିମ ପ୍ରାପ୍ତ ଅଧିକାରୀ ସାଇବର କ୍ରାଇମ ଭଳି କ୍ରମବର୍ଦ୍ଧିଷ୍ଣୁ ଅପରାଧ ରୋକିବାରେ ସମର୍ଥ ହେବେ ବୋଲି ଆଶା ବ୍ୟକ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ପାଠକଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ, ୨୬।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଶୁକ୍ରବାର ହାଇକୋର୍ଟରୁ...

ପଲିଥିନ ତଳେ ବିତୁଛି ଦିବ୍ୟାଙ୍ଗ ମହିଳାଙ୍କ ଜୀବନ

ମହାକାଳପଡ଼ା,୧୫ା୧୨ (ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ହେଲେ...

ଅସହାୟ ପ୍ରାଣୀଙ୍କ ପାଇଁ ଷ୍ଟେଟ ଆନିମଲ ହେଲ୍ପଲାଇନ ନମ୍ବର ଜାରି

ଭୁବନେଶ୍ୱର,୮।୬(ବ୍ୟୁରୋ): ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଷ୍ଟେଟ ଆନିମଲ ହେଲ୍ପଲାଇନ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ମତ୍ସ୍ୟ...

୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି...

ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ...

ବିଧାନସଭାରେ ବିଜୁ ଜୟନ୍ତୀ

ଭୁବନେଶ୍ୱର, ୬ା୩(ବ୍ୟୁରୋ): ଓଡ଼ିଶା ବିଧାନସଭା ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ...

ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର

ଝାରସୁଗୁଡ଼ା ଅଫିସ,୧।୫: ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ...

ବାହୁଡ଼ୁଛନ୍ତି ମହାପ୍ରଭୁ: ବଡ ଠାକୁରଙ୍କ ରଥଟଣା ଆରମ୍ଭ

ପୁରୀ ଅଫିସ, ୧୨।୭: ରଥାରୂଢ଼ ଓ ଛେରାପହଁରା ନୀତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଛି। ପୂର୍ବାହ୍ନ ୧.୧୫ରେ ସର୍ବପ୍ରଥମେ ବଡ ଠାକୁର ବଳଭଦ୍ରଙ୍କ...

Advertisement
Archives

Model This Week