Posted inଜାତୀୟ

୧୩୦ କିଲୋମିଟର ବେଗରେ ଯାଉଥିଲା ଟ୍ରେନ, ଏମର୍ଜେନ୍ସି ବ୍ରେକ୍‌ ଲଗାଇଲେ ଲୋକୋ ପାଇଲଟ, ୨ ଯାତ୍ରୀ ମୃତ…

ରାଞ୍ଚି,୧୨।୧୧ : ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଝାଡଖଣ୍ଡର କୋଡରମା ଜିଲାରେ ଟ୍ରେନ ଲାଇନ ଉପରେ କୌଣସି କାରଣରୁ ଓଭରହେଡ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା। ଫଳରେ ଟ୍ରେନରେ ବିଦ୍ୟୁତ ସଂଚରଣ ବନ୍ଦ ହୋଇ ଯାଇଥିଲା। ଏହାକୁ ଲୋକୋ ପାଇଲଟ ଜାଣିବାକୁ ପାଇଥିଲେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ସେ ହଠାତ ବ୍ରେକ୍‌ ଲଗାଇଥିଲେ। ଏହାଯୋଗୁ ସୃଷ୍ଟି ହୋଇଥିବା ଧକ୍କାରେ ଟ୍ରେନର ୨ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଶନିବାର ମଧ୍ୟାହ୍ନ ୧୨ଟା ୦୫ରେ ଗୋମା ଏବଂ କୋଡରମା ରେଳ ଷ୍ଟେଶନ ମଧ୍ୟରେ ଥିବା ପରସାବାଦ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ଧାନବାଦ ରେଳ ଉପଖଣ୍ଡ ବରିଷ୍ଠ ବାଣିଜି୍ୟକ ପ୍ରବନ୍ଧକ ଅମରେଶ କୁମାର କହିଛନ୍ତି ଓଭରହେଡ ବିଦ୍ୟୁତ ସଂଚରଣ ହଠାତ ବନ୍ଦ ହୋଇ ଯିବାରୁ ଲୋକୋ ପାଇଲଟ ସୁରକ୍ଷା ଦୃଷ୍ଟିରୁ ବ୍ରେକ୍‌ ଲଗାଇଥିଲେ। ଟ୍ରେନର ବେଗ ଅଧିକ ଥିବାରୁ ଏଭଳି ସ୍ଥିତି ଉପୁଜିଥିବା ସେ କହିଛନ୍ତି। ଦୁର୍ଘଟଣାର ୪ ଘଣ୍ଟା ପର୍ଯ୍ୟନ୍ତ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରଖାଯାଇଥିଲା। ପରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ରେଳ ବିଭାଗ କହିଛି।

ତେବେ ଟ୍ରେନକୁ ଗୋମା ପର୍ଯ୍ୟନ୍ତ ଡିଜେଲ ଇଞ୍ଜିନ ଯୋଗେ ଅଣାଯାଇଥିଲା। ଏହା ପରେ ଦିଲ୍ଲୀ ଅଭିମୁଖେ ଟ୍ରେନକୁ ଇଲେକ୍ଟ୍ରିକ ଇଞ୍ଜିନରେ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

କ୍ରିକେଟ୍‌ କୋଚଙ୍କୁ ହତ୍ୟା: ଖେଳାଳିଙ୍କ ସହ ଯୋଇଥିଲା ଯୁକ୍ତିତର୍କ, ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୪।୮: ଶ୍ରୀଲଙ୍କାରେ ଜଣେ କ୍ରିକେଟ କୋଚଙ୍କୁ ହତ୍ୟା କରାଯାଇଛି। କଲମ୍ବୋ କ୍ରିକେଟ କ୍ଲବର ପ୍ରଶିକ୍ଷକ ସୁମିଥ ଫର୍ଣ୍ଣାଣ୍ଡୋ ତାଙ୍କ ନିଜ ଖେଳାଳିଙ୍କ ସହ ଝଗଡ଼ା କରିଥିଲେ ଏବଂ…

ଆପଣ ନ କରିପାରିଲେ ଆମେ କରିବୁ…. କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୧୪।୮: ଅଧିକ ପରିମାଣର ଚିନି, ଲୁଣ ଏବଂ ସନ୍ତୁଳିତ ଚର୍ବି (ସାଚୁରେଟେଡ୍‌ ଫ୍ୟାଟ୍‌) ଥିବା ପ୍ୟାକେଟଯୁକ୍ତ ଖାଦ୍ୟ ସାମଗ୍ରୀ ଉପରେ ‘ଫ୍ରଣ୍ଟ-ଅଫ୍‌-ପ୍ୟାକ ୱାର୍ଣ୍ଣିଂ ଲେବଲ’(ଖାଦ୍ୟ ପ୍ୟାକେଟ ଉପରେ…

ଲାବ୍‌ରେ ତିଆରି ହେଉଛି ‘ମିନି-ବ୍ରେନ୍‌’: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୧୪ା୮:ଶରୀରର ଛୋଟ ଚର୍ମ କୋଷିକାରୁ ମାନବ ମସ୍ତିଷ୍କର ଜୀବନ୍ତ ଟିସୁ ପ୍ରସ୍ତୁତ କରିବା ଆଉ କେବଳ କଳ୍ପନା କିମ୍ବା ବିଜ୍ଞାନ କାହାଣୀରେ ସୀମିତ ହୋଇରହିନାହିଁ। ଆମେରିକା…

ଥମିନି ବର୍ଷାର ପ୍ରକୋପ: ଆଜି ବି ସ୍ଥଗିତ ରହିଲା ସେକେଣ୍ଡ ସେମିଷ୍ଟାର ପରୀକ୍ଷା

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗୁରୁବାରରୁ ଲଗାତାର ବର୍ଷା ଯୋଗୁ ଗୁରୁତର ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ସମ୍ବଲପୁର…

ଜେମ୍ସ ୱେବ୍‌ ଟେଲିସ୍କୋପ୍‌ରେ ଧରାପଡ଼ିଲା ‘ବ୍ଲାକ୍‌ ହୋଲ୍‌ ଷ୍ଟାର୍‌’

ଓ୍ବାଶିଂଟନ,୧୪।୮: ମହାକାଶ ବିଜ୍ଞାନ କ୍ଷେତ୍ରରେ ବିରଳ ସଫଳତା ହାସଲ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀ। ନାସାର ପ୍ରସିଦ୍ଧ ଜେମ୍ସ ୱେବ୍‌ ସ୍ପେସ୍‌ ଟେଲିସ୍କୋପର ଚିତ୍ରକୁ ଅନୁଧ୍ୟାନ କରି ଗବେଷକମାନେ ସମ୍ପୂର୍ଣ୍ଣ…

ଇଥାନଲରୁ ଖରାପ ହେବା ସୁନିଶ୍ଚିତ: ଗାଡ଼ି ନିର୍ମାତା

ନୂଆଦିଲ୍ଲୀ,୧୪।୮(ରଏଟର୍ସ):ବିଗତ ଏକ ବର୍ଷ ମଧ୍ୟରେ କମ୍ପାନୀଗୁଡ଼ିକ ଦେଶର ୨୧ ରାଜ୍ୟର ପେଟ୍ରୋଲ ପମ୍ପରୁ ୨୫୦ରୁ ଅଧିକ ଇ୨୦ ପେଟ୍ରୋଲ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ଏଥିରୁ…

କାହାର ଟେନ୍‌ସନ ବଢ଼ାଇବେ ସୋନମ ୱାଙ୍ଗଚୁକ? କଲେ ବଡ଼ ଘୋଷଣା, ଦେଶରେ ଚହଳ

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସୋସିଆଲ ମିଡିଆରେ ଏକ ଭିଡିଓ ଲେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri