ଜରତି ଗ୍ରାମ ନିକଟରେ ପାହାଡ଼ରୁ ଖସିଲା ମାଟି ଅତଡ଼ା, ଟ୍ରେନ୍‌ ଚଳାଚଳ ଠପ୍‌, ୩ ଏକ୍ସପ୍ରେସ୍‌ ବାତିଲ ନେଇ…

କୋରାପୁଟ,୨।୭(ଅମିତାଭ ବେହେରା): କୋରାପୁଟ ଜିଲା କିରଣ୍ଡଳ ଲାଇନର ଜରତି ଗ୍ରାମ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସିବା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ଠପ ହୋଇଛି। ୩ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ବୁଧବାର ପାଇଁ ବାତିଲ କରାଯାଇଥିବା ନେଇ ବରିଷ୍ଠ ଡିଭିଜିନାଲ କମର୍ସିଆଲ ମ୍ୟାନେଜର କେ. ସନ୍ଦିପ ସୁଚନା ଦେଇଛନ୍ତି।

ସୂଚନା ମୁତାବକ, ବୁଧବାର ଅପରାହ୍ନ ପ୍ରାୟ ୩ଟା ୧୫ ମିନିଟରେ କୋରାପୁଟ ବ୍ଲକର ଜରତି ଷ୍ଟେଶନ ନିକଟରେ ଥିବା ପାହାଡରୁ ମାଟି ଅତଡା ଖସି ରେଳଧାରଣାରେ ପଡିବାରୁ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଛି। ଏହି ସମୟରେ ଜଗଦଲପୁରରୁ ରାଉଲକେଲା ଆସିଥିବା ରାଉଲକେଲା ଏକ୍ସପ୍ରେସ ଟ୍ରେନ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଘଟଣା ଯୋଗୁ ମାଳିଗୁଡା ଷ୍ଟେଶନରେ ଜଗଦଲପୁର – ରାଉଲକେଲା ଏକ୍ସପ୍ରେସ ଟ୍ରେନ ଅଟକି ରହିଥିବାବେଳେ ଜୟପୁର ଷ୍ଟେଶନଠାରେ ଜଗଦଲପୁରଠାରୁ ଭୁବେନେଶ୍ୱର ଯାଉଥିବା ୧୮୪୪୮ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ଅଟକି ରହିଛି। ସେହିପରି ବୁଧବାର ଯିବାକୁ ଥିବା କିରଣ୍ଡଲ ଓ ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନ(୧୯୫୧୬) ସମେତ ୩ ଟ୍ରେନକୁ ବାତିଲ କରାଯାଇଛିା ବର୍ତ୍ତମାନ କୋରାପୁଟରୁ ଏକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି । ଜରତି ଓ ମାଳିଗୁଡା ରେଳ ଲାଇନର ୨୦୮ କିମି ଦୂରରେ ଏହି ମାଟି ଅତଡା ଖସିଛି।

ସୁଚନାଯୋଗ୍ୟ, ଗତ କିଛି ଦିନ ହେଲା କୋରାପୁଟ ଜିଲାରେ ପ୍ରବଳ ବର୍ଷା ହେଉଥିବାରୁ ପାହାଡରୁ ମାଟି ଅତଡା ଖସିଛି। ଏହା ରେଳ ଧାରଣାରେ ପଡିବାରୁ ଟ୍ରେନ ଚଳାଚଳ ବନ୍ଦ ରହିଛି ା ପୁର୍ବରୁ ମଧ୍ୟ ଏହି ସ୍ଥାନରେ ବହୁବାର ମାଟି ଅତଡା ଖସି ଟ୍ରେନ ଚଳାଚଳ ଏପରିକି ମାସାଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ନଜିର ରହିଛିା


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri