୧୦ ଦଫା ଦାବିରେ ସଚେତନ ନାଗରିକ ମଞ୍ଚର ଧାରଣା; କେସିଙ୍ଗାରୁ ଭୁବନେଶ୍ୱରରୁ ଟ୍ରେନ୍‌ ଚଳାଚଳ ସହ…

କେସିଙ୍ଗା,୧୮।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଧାରଣା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହର ସ୍ଥିତ ପୁରୁଣା ଷ୍ଟେଟ ବ୍ୟାଙ୍କ(ରାଜୀବ ଗାନ୍ଧୀ) ଛକ ଠାରେ ଅନୁଷ୍ଠାନର ସଭାପତି ଉତ୍ତର କୁମାର ମହଲାଙ୍କ ନେତୃତ୍ୱରେ ବୁଧବାରଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏ ଧାରଣା ଦିଆଯାଇଛି । କେସିଙ୍ଗା ସଚେତନ ନାଗରିକ ମଞ୍ଚ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ଅଞ୍ଚଳବାସୀ ସମର୍ଥନ ଜଣାଇଛନ୍ତି । ଏପରିକି ଧାରଣାରେ ଅନେକ ସଙ୍ଗଠନର କର୍ମକର୍ତ୍ତା ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, କେସିଙ୍ଗା ଅଞ୍ଚଳର ବିକାଶକୁ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କ ନିକଟରେ ପ୍ରମୁଖ ୧୦ ଗୋଟି ଦାବି ଉପସ୍ଥାପନ କରାଯାଇଛି । ଦୀର୍ଘ ୪୦ ବର୍ଷ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା କୋଣାର୍କ ସୂତାକଳର ପୁନଃରୁଦ୍ଧାର ଓ କାର୍ଯ୍ୟକ୍ଷମ କରାଯିବାକୁ ନେଇ ସଚେତନ ନାଗରିକ ମଞ୍ଚ ପ୍ରଥମ ଦାବି ଉପସ୍ଥାପନ କରିଛି।କେସିଙ୍ଗା ରେଲୱେ ଷ୍ଟେଶନ ଠାରୁ ରାଜଧାନୀ ଭୁବନେଶ୍ବରକୁ ଦୈନିକ ସିଧାସଳଖ ଟ୍ରେନ ସୁବିଧା, ସହରରେ ଟ୍ରାଫିକ ବ୍ୟବସ୍ଥାରେ ନିୟନ୍ତ୍ରଣ ଓ ସହର ଉପକଣ୍ଠ ଦେଇ କନ୍ତେଶିର ଠାରୁ ଯୋଲକୋ ପର୍ଯ୍ୟନ୍ତ ଏକ ବାଇପାସ ରାସ୍ତା ନିର୍ମାଣ, କେସିଙ୍ଗା ସହରକୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରିବାକୁ ନାଗରିକ ମଞ୍ଚ ଦାବି ରଖିଛି।

ସେହିପରି ବାଲସି, ପରଲସିଙ୍ଗା ଓ ସିରୋଲ ପଞ୍ଚାୟତକୁ ନେଇ ବୃହତ ଉଠା ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା, ସହରର ମଧ୍ୟଭାଗରେ ଥିବା ବୁଢ଼ାଡଙ୍ଗର ପାହାଡ଼ର ସୁରକ୍ଷା, ସୌନ୍ଦର୍ଯ୍ୟ କରଣ କରିବା ସହ ୱାର୍ଡ ନମ୍ବର ୧୦,୧୧ ଏବଂ ୧୨ ଅଞ୍ଚଳର ଲୋକଙ୍କ ପାଇଁ ଆବାସର ବ୍ୟବସ୍ଥା କରିବାକୁ ନାଗରିକ ମଞ୍ଚ ଦାବି କରାଯାଇଛି। ଏତଦ୍‌ବ୍ୟତିତ କେସିଙ୍ଗାଠାରେ ଥିବା ରେଲୱେ ମେଲ ସର୍ଭିସ୍‌କୁ ବଲାଙ୍ଗୀରକୁ ସ୍ଥାନାନ୍ତରଣ ବାତିଲ, ସହରର ମଧ୍ୟ ଭାଗରେ ରହିଥିବା ତେଲ, ରେତ ଏବଂ ସୁନ୍ଦର ନଦୀର ସଙ୍ଗମ ପୀଠକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ରୂପେ ଘୋଷଣା କରିବାକୁ ଦାବି କରାଯାଇଛି। କେସିଙ୍ଗା-ଭବାନୀପାଟଣା ରେଳ ଲାଇନ୍‌କୁ ଯଥାକ୍ରମେ କାର୍ଯ୍ୟକାରୀ କରାଯିବ ନେଇ ସଚେତନ ନାଗରିକ ମଞ୍ଚ ପକ୍ଷରୁ ସରକାରଙ୍କଠାରେ ଦାବି ଉପସ୍ଥାପନ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?