ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି ଲରା ଟ୍ରେନ୍ଲାଇନରେ ରବିବାର ପୂର୍ବାହ୍ନରେ ଯାଉଥିବା ସମୟରେ ଏକ ଖାଲି ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଛି।
ରେଙ୍ଗାଲି ଥାନା ଅଧିକାରୀ ସମରେନ୍ଦ୍ର ନାଇକ କହିଛନ୍ତି ଯେ, ଏହି ଟ୍ରେନ୍ ଲାଇନଟି ଛତିଶଗଡ଼ ଅଞ୍ଚଳରେ ଥିବାରୁ ତାହା ଛତିଶଗଡ଼ ପୋଲିସ ତଦନ୍ତ କରିବ। ଛତିଶଗଡ଼ ପୋଲିସକୁ ଘଟଣା ବିଷୟରେ ଗ୍ରାମବାସୀ ଜଣାଇଥିବା ସୂଚନା ମିଳିଛି।

