ନକଲି କଲ୍‌ ଉପରେ ରୋକ ଲଗାଇବ ଟ୍ରାଇ

ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍‌ କରି ହଇରାଣ କରୁଥିବା ମାର୍କେଟିଂ କଲ୍‌କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ ରହିଆସିଛି। ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) କ୍ରମାଗତ ଭାବରେ ଏହିପରି କଲ୍‌ ରୋକିବାକୁ ଚେଷ୍ଟା କରିଆସୁଛି। ମାତ୍ର ବର୍ତ୍ତମାନ ମଧ୍ୟ ମାର୍କେଟିଂ କମ୍ପାନୀଗୁଡିକ ଏହି ନିୟମକୁ ଊଲ୍ଲଂଘନ କରିଆସୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ଟ୍ରାଇ ଏହି ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି, ଯାହା ଦ୍ୱାରା ଏହିପରି କଲ୍‌ରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହିପରି କମ୍ପାନୀଗୁଡିକ ବିରୋଧରେ ଜରିମାନା ବୃଦ୍ଧି କରିବାକୁ ଟ୍ରାଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋତି ଶୁକ୍ରବାର କହିଛନ୍ତି ଯେ, ଏଭଳି କଲ୍‌ ରୋକିବା ପାଇଁ ଆମେ କଡ଼ା ବ୍ୟବସ୍ଥା ଏବଂ ନିୟମ ପ୍ରସ୍ତୁତ କରିଛୁ। କିଛି ଲୋକ ସିଷ୍ଟମର ଅପବ୍ୟବହାର କରୁଛନ୍ତି ଏହି କାରଣରୁ ମୋବାଇଲ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସିଷ୍ଟମରେ ପରିବର୍ତ୍ତନ ଆଣିବାର ସମୟ ଆସିଛି ଖୁବ ଶୀଘ୍ର ଏହି ପରିପ୍ରେକ୍ଷୀରେ ଟ୍ରାଇ ଦ୍ୱାରା ଏକ ପରାମର୍ଶ ପତ୍ର ଜାରି କରାଯିବ। ଯାହାଦ୍ୱାରା ଲୋକଙ୍କ ମତାମତ ମଧ୍ୟ ନିଆଯାଇପାରିବ ।

ଅନିଲ କୁମାର ଲାହୋତି କହିଛନ୍ତି, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରୁ ପ୍ରମୋସନାଲ କଲ୍‌ କରିବାକୁ ଟ୍ରାଇ ବାରଣ କରିବ। ପ୍ରମୋସନାଲ କଲ୍‌ ପାଇଁ ସରକାର ୧୪୦ରୁ ଆରମ୍ଭ କରି ଏକ ସିରିଜ ଜାରି କରିଥିଲେ। ମାତ୍ର ଏହି ସମାନ ସିରିଜ ସେବା ଏବଂ କାରବାର କଲ ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା। ତେଣୁ ସେବା ଏବଂ କାରବାର କଲ୍‌ ପାଇଁ ୧୬୦ରୁ ଏକ ସିରିଜ ଜାରି କରିବାକୁ ଆମେ ଟେଲିକମ ବିଭାଗକୁ ପ୍ରସ୍ତାବ ଦେଇଛୁ। ପ୍ରୋତ୍ସାହନମୂଳକ କଲ ପାଇଁ ଏହା ଏକ ପୃଥକ ସିରିଜ ସୃଷ୍ଟି କରିବ। ନୂଆ ସିରିଜ ଶୀଘ୍ର ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ନିକଟରେ ଏପରି ବିଭ୍ରାନ୍ତିକର କଲ୍‌ ବନ୍ଦ କରିବା ପାଇଁ ଗ୍ରାହକ ବ୍ୟାପାର ବିଭାଗ ମଧ୍ୟ ଡ୍ରାଫ୍ଟ ନିୟମ ଉପସ୍ଥାପନ କରିଥିଲା। ବ୍ୟବସାୟ କରିବାର ଏହା ଏକ ବେଆଇନ ଉପାୟ ବୋଲି ବିଭାଗ କହିଛି। ଅନିଲଙ୍କ କହିବାନୁସାରେ ସରକାରଙ୍କ ପ୍ରତ୍ୟେକ ବିଭାଗ ଏଭଳି କଲ୍‌ ବନ୍ଦ କରିବାକୁ ଚାହୁଁଛନ୍ତି। କଲିଂ ନେମ୍‌ ପ୍ରେଜେଣ୍ଟେଶନ ନେଇ ଟ୍ରାଇ ପକ୍ଷରୁ ପୂର୍ବରୁ ସୁପାରିସ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri