ଓଡିଏମ୍‌ର ସ୍ବତନ୍ତ୍ର ସମ୍ବର୍ଦ୍ଧନା ସମାରୋହ

ଭୁବନେଶ୍ୱର,୧୯।୫ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭୁବନେଶ୍ୱରର ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ ନିକଟରେ ପ୍ରକାଶିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀର ବିଜ୍ଞାନ ଓ ବାଣିଜ୍ୟ ଫଳାଫଳରେ ଅଭୂତପୂର୍ବ ସଫଳତା ସହିତ କୃତିତ୍ୱ ହାସଲ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ସ୍ବତନ୍ତ୍ର ସମ୍ବର୍ଦ୍ଧନା ‘ଓଡିଏମ୍‌ ଉତ୍କର୍ଷ ଆୱାର୍ଡ-୨୦୨୪’ସମାରୋହ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ସମ୍ଭାଗର ଉପାୟୁକ୍ତ ଡ. ଶିହରଣ ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବେ ଭାରତ ସରକାରଙ୍କ ଅଧୀନ ନବୋଦୟ ବିଦ୍ୟାଳୟ ସମିତିର ନବୋଦୟ ଲିଡର୍‌ଶିପ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କୋଣାର୍କର ସଂଯୋଜିକା ସନ୍ଧ୍ୟା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସେହିଭଳି ଓଡିଏମ୍‌ ଶିକ୍ଷାସମୂହର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମୀନକେତନ ସମ୍ବର୍ଦ୍ଧନା ସଭାର ଆଭିମୁଖ୍ୟ ସହିତ କୃତୀ ଛାତ୍ରୀଛାତ୍ର ତଥା ସେମାନଙ୍କର ମାତାପିତା ଓ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ କରିଥିଲେ। ତତ୍‌ସହିତ ବିଦ୍ୟାଳୟର ସଫଳତା ପାଇଁ ଉପାଧ୍ୟକ୍ଷ ଡ.ରାଜେଶ କୁମାର ପାଢ଼ୀ, ଉପାଧ୍ୟକ୍ଷା ଡ.ସନ୍ଧ୍ୟାରାଣୀ ସ୍ବାଇଁ ଏପରିକି ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ସେ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ଡ. ବୋଷ ଓଡିଏମ୍‌ର ଏହି ସଫଳତା ପାଇଁ ଡ. ମୀନକେତନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତ କୃତୀ ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କୃତୀ ଛାତ୍ରୀଛାତ୍ରମାନେ ନିଜ ନିଜର ସଫଳତା କାହାଣୀକୁ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିତ୍ତ ଓ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ବୟନ୍‌ ସତ୍ୟେନ୍ଦୁ, ବିଦ୍ୟାଳୟର ଶିକ୍ଷା ଉପଦେଷ୍ଟା ବ୍ରହ୍ମାନନ୍ଦ ରାଉତ, ଶିକ୍ଷା ନିର୍ଦ୍ଦେଶକ ଡ.ଆର୍ତ୍ତତ୍ରାଣ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତିବିଶେଷ, ଶିକ୍ଷୟିତ୍ରୀ ଶିକ୍ଷକ,ଅଭିଭାବକ ଏବଂ ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁକନ୍ୟା ସମୃଦ୍ଧି ଯୋଜନା: ମାସକୁ ୨,୦୦୦ ଟଙ୍କା ଜମା କଲେ ୨୧ ବର୍ଷ ପରେ ମିଳିବ କେତେ ଟଙ୍କା? ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୧: ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନ ଥାଏ ଯେ ଝିଅର ଉଚ୍ଚଶିକ୍ଷା କିମ୍ବା ଭବିଷ୍ୟତର ବଡ଼ ଖର୍ଚ୍ଚ ପାଇଁ କେବେ ଅର୍ଥର ଅଭାବ ନ ହେଉ। ଏହି ଲକ୍ଷ୍ୟକୁ…

ପୁରୁଣା ସୁନା ବଦଳେଇବା ପୂର୍ବରୁ ସାବଧାନ! ଏବେ ହୋଇପାରେ ବଡ଼ କ୍ଷତି, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୧୧: ସୁନା ଦରରେ ଉତ୍ଥାନ-ପତନ ମଧ୍ୟରେ ଅନେକ ଲୋକ ଜରୁରୀ କାମ କିମ୍ୱା ନିବେଶ ବଦଳାଇବା ପାଇଁ ପୁରୁଣା ସୁନା ଗହଣା ବିକ୍ରି କରିବାକୁ ନିଷ୍ପତ୍ତି ନିଅନ୍ତି।…

ମୋଦିଙ୍କ ଅପିଲ ପରେ ୨୭ ହଜାର ଟଙ୍କା ଶସ୍ତା ହେଲା ସୁନା! ଜାଣନ୍ତୁ ସେତେବେଳେ କେତେ ଥିଲା ଦାମ ଆଉ ଆଜି କେତେ?

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୦୨୬ରେ ଦେଶବାସୀଙ୍କୁ ଅପିଲ କରିଥିଲେ ଯେ ଯଦି ଅତ୍ୟନ୍ତ ଜରୁରୀ ନ ହୁଏ, ତେବେ ଏକ ବର୍ଷ ପର୍ଯ୍ୟନ୍ତ ସୁନା…

ସାଧାରଣ ଲୋକଙ୍କ ପକେଟ୍‌କୁ ଝଟକା: କ୍ଷୀର ଲିଟର ପିଛା ୪ ଟଙ୍କା ବଢ଼ିଲା

ନୂଆଦିଲ୍‌ଲୀ,୨୨।୧୧: କ୍ଷୀର ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତା ଅଟେ। ସକାଳର ଚା’ଠାରୁ ଆରମ୍ଭ କରି ପିଲାଙ୍କ ଜଳଖିଆ ଏବଂ ଦହି-ପନିର ପର୍ଯ୍ୟନ୍ତ, ଅନେକ ଜିନିଷ ପାଇଁ ଲୋକେ…

୨୦ହଜାର ଟଙ୍କା କମିଲା ସୁନା! ଏକ୍ସପର୍ଟ କହିଦେଲେ କେବେ ଲକ୍ଷେ ତଳକୁ ଖସିବ?

ନୂଆଦିଲ୍ଲୀ,୨୧।୧୧: ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୁପା ଦରରେ ହ୍ରାସ ଥମିବାର ନାଁ ନେଉନାହିଁ। ସାଧାରଣତଃ ଯେତେବେଳେ ଶେୟାର ବଜାର ଖସେ, ସେତେବେଳେ ସୁନା ଦର ବଢ଼ିଥାଏ,…

ଗାଡ଼ିରେ ଜାତି ଷ୍ଟିକର ଲଗାଉଥିଲେ ସାବଧାନ! ସରକାର ଜାରି କଲେ କଟକଣା, ଏବେ ଆକ୍ସନ ନେବ RTO

ନୂଆଦିଲ୍ଲୀ,୨୧।୧୧: ଯଦି ଆପଣ ନିଜ କାର୍‌ କିମ୍ୱା ବାଇକ୍‌ରେ ଜାତି ସହ ଜଡ଼ିତ କୌଣସି ଶବ୍ଦ, ନାମ କିମ୍ୱା ଚିହ୍ନ ଲେଖାଇ ଚଳାଉଛନ୍ତି, ତେବେ ଏବେ ଏପରି…

ଏତେ କୋଟି ଟଙ୍କା ଦାନ କରିଛନ୍ତି ଅମ୍ବାନୀ ପରିବାର; ଜାଣନ୍ତୁ ଶୀର୍ଷ ୫ ଜଣଙ୍କ ତାଲିକାରେ ସେମାନଙ୍କ ସ୍ଥାନ କେଉଁଠି

ମୁମ୍ବାଇ,୨୧।୧୧: ଦେଶର ପ୍ରମୁଖ ଶିଳ୍ପପତିମାନଙ୍କ ଆୟ ଏବଂ ସମ୍ପତ୍ତି ପ୍ରାୟତଃ ଆଲୋଚନାର ବିଷୟ ହୋଇଥାଏ। ଏହି ପରିପ୍ରେକ୍ଷୀରେ, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ବାରମ୍ବାର ଚର୍ଚ୍ଚାରେ…

୨୨ କ୍ୟାରେଟ ନାଁରେ ବିକ୍ରି ହେଉଛି ୨୦ କ୍ୟାରେଟ ସୁନା! ସୁନା ବଜାରରେ ଚହଳ, ଏକ୍ସପର୍ଟ କଲେ ଖୁଲାସା

ନୂଆଦିଲ୍ଲୀ,୨୧।୧୧: ବାହାଘର ସିଜିନ ଆରମ୍ଭ ହେଉ ହେଉ ସୁନାର ଶୁଦ୍ଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ବଜାରରେ ୨୨ କ୍ୟାରେଟ ନାଁରେ ପ୍ରାୟ ୨୦ କ୍ୟାରେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?